ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷଙ୍କୁ ଟିକା

December 15, 2020, ଓଡ଼ିଶା, , Anupambharat News Bureau


ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷଙ୍କୁ ଟିକା
Anupambharat News Bureau
December 15, 2020

ଭୁବନେଶ୍ୱର, ୧୫ା୧୨(ଅନୁପମ ମିଡ଼ିଆ):­ କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିଲାଗି ୨ ଲକ୍ଷ ୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି । ଟିକାକରଣରେ ୮, ୨୭୬ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । ଏହି ପ୍ରକ୍ରିୟାରେ ସାମିଲ୍‌ ହେବାକୁ ଯାଉଥିବା ସମସ୍ତଙ୍କର ଡାଟା ଅପଲୋଡ଼ ସରିଛି । ଟିକାକରଣ ପାଇଁ ୧ ହଜାର ୨୨୨ କୋଲଡ୍‌ ଚେନର ବ୍ୟବସ୍ଥା କରାଯାଇଛି । ଟିକା ନେବା ଆଣିବା ପାଇଁ ୧୭୯୬ ଆଇଏଲଆର ଓ ୧୭୭୧ ଡିପଫ୍ରିଜରର ବ୍ୟବସ୍ଥା ରହିଛି । ତେବେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିବା ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଥିଲାଗି ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର ନିର୍ମାଣ କରା ଯାଇଥିବା ବେଳେ ୯ଟି ଆଞ୍ଚଳିକ ଓ ୩୨ଟି ଜିଲ୍ଲାସ୍ତରୀୟ ଟିକାକରଣ ଷ୍ଟୋର ପ୍ରସ୍ତୁତ କରାଯାଇଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ । ପ୍ରତି କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟର,ଜଣେ ଭ୍ୟାକ୍ସିନେସନ୍‌ ଅଧିକାରୀ, ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ । ୩ଟି କୋଠରୀକୁ ନେଇ ଗଠନ ହେବ ଟିକାକରଣ କେନ୍ଦ୍ର । କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ କୋଠରୀ ଓ ଟିକାକରଣ କୋଠରୀ ରହିବ । ଟିକାକରଣ ସରିବା ପରେ ୩୦ ମିନିଟ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ ଏବଂ ଟିକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି ସୂଚନା ରହିଛି । ଟିକାକରଣ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।
ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ରାଜ୍ୟରେ କୋଭିଡ ନିୟନ୍ତ୍ରଣରେ ଅଛି । ପୃଥିବୀର କିଛି ଦେଶରେ ଦ୍ୱିତୀୟ ଲହରୀ ଦେଖାଯାଇଛି ସବୁ ଦେଶରେ ନୁହେଁ । କିଛି ସ୍ଥାନରେ ନିୟମ ନମାନିବାରୁ ଦ୍ୱିତୀୟ ଲହରୀ ଦେଖାଯାଇଛି । ନିୟନ୍ତ୍ରଣ ହୋଇଛି ଭାବି କୋହଳ ହେବା ଉଚିତ୍‌ ନୁହେଁ । ଯାହା ନିୟମ ରହିଛି ମାନିବା ଜରୁରୀ । ସବୁ ଡିଜିଜ ତିନିଟି ଷ୍ଟେଜ ଦେଇ ଯାଇଥାଏ । ଏପିଡେମିକ ,ଏଣ୍ଡେମିକ,ସ୍ପୋରାଡିକ ହୁଏ । ଏପିଡେମିକ ଥିବା ବେଳେ କିଛି ଦିନ ପରେ ଏଣ୍ଡେମିକକୁ ଆସିବ ବୋଲି ଆଶା କରିବା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଏମ୍‌ଏସ୍‌ପିରେ ସଂଶୋଧନ ହେବନି

ଏମ୍‌ଏସ୍‌ପିରେ ସଂଶୋଧନ ହେବନି

Read More...

ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜରିୱାଲ

ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜରିୱାଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page