ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

May 20, 2019, ଦେଶ, , Anupambharat News Bureau


ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌
Anupambharat News Bureau
May 20, 2019

ନୂଆଦିଲ୍ଲୀ : ଦେଶର ସାତଗୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଆଜି ଆସିଛି ଏକ୍‌ଜିଯଥ ପୋଲ୍‌(ବହୁଡ଼ା ମତ) । ସବୁ ସଂସ୍ଥା ଯାହା ପରଖିଛନ୍ତି ବା ଯାହା ଭୋଟ ଦେଲଶ ପରେ ଲୋକଙ୍କ ଠାରୁ ମତ ସଂଗ୍ରହ କରିଛନ୍ତି ତାହା କହୁଛି ଦେଶରେ ପୁଣି ଥ୍‌ରେ ମୋଦି ସରକାର । କୌଣସି ଗୋଟିଏ ସଂସ୍ଥାଙ୍କ ସର୍ଭେ ମୋଦିଙ୍କ ବିପକ୍ଷରେ ଯାଇନାହିଁ । ତେଣୁ କହିବା କଥା, ଦେଶଣ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପୁଣି ଥରେ ମୋଦି ହେବାକୁ ଯାଉଛନ୍ତି । ସର୍ଭେ ସଂସ୍ଥା ଟାଇମ୍‌ସ ନାଓ କିମ୍ବା ଭିଏମ୍‌ଆର୍‌ ହେଉ ଅବା ରିପବ୍ଲିକ ବା ସିଭୋଟର ବା ଆଜ୍‌ଟକ୍‌ ସବୁତିରେ ଅନୁମାନ କରାଯାିଛି ମୋଦିଙ୍କୁ ପ୍ରବଳ ଜନସମର୍ଥନ ରହିଛି ।
ପୁଣି ଥରେ ୨୦୧୪ ଭଳି ମୋଦିଙ୍କ ନେତୃତ୍ୱରେ ଏନ୍‌ଡ଼ିଏ କ୍ଷମତାକୁ ଫେରୁଛି । ଅବଶ୍ୟ ଆଜି ମତଗଣନା ନାହିଁ । ୋଷପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହେବା ପରେ ସବୁ ସଂସ୍ଥା ଏକ୍‌ଜିଟ୍‌ ପୋଳ୍‌ରର ଖୁଲାସା କରିଥିଲେ । ହେଲେ ଟାଇମ୍‌ସ ନାଓ କହିଛି ଏନ୍‌ଡ଼ିଏକୁ ୩୦୬ ଏବଂ ୟୁପିଏ ପାଇବ ୧୩୨ ଏବଂ ଅନ୍ୟମାନେ ୧୦୪ । ସେହିଭଳି ସିଭୋଟର କହିବା ଅନୁସାରେ, ଏନ୍‌ଡ଼ିଏ ୨୮୭, ୟୁପିଏ ୧୨୮ ଏବଂ ମହାମେଣ୍ଟ ୪୦, ଜନ୍‌କି ବତ୍‌ ଏନ୍‌ଡ଼ିଏ ୩୦୫, ୟୁପିଏ ୧୨୪, ମହାମେଣ୍ଟ ୨୬ ଏବଂ ଅନ୍ୟାନ୍ୟ ୮୭, ନୁଠସ୍‌ ନେସନ୍‌ ଏନ୍‌ଡ଼ିଏ ୨୮୧ରୁ ୨୯୦, ୟୁପିଏ ୧୧୮ରୁ ୧୨୬ ଏବଂ ଅନ୍ୟମାନେ ୧୩୦ରୁ ୧୩୮ ଆସନ ପାଇବେ । କିନ୍ତୁ ମୋଦିଙ୍କ କର୍ମଭୂମି ବା ନିଜ ନିର୍ବାଚନମଣ୍ଡଳି ରାଜ୍ୟରେ ବିଜେପି ବିପର୍ଯ୍ୟର ସମ୍ମୁଖୀନ ହେବାକୁ ଯାଉଛି । ସେଠାରେ ମିଳିତିବା ସର୍ଭେ ରିପୋର୍ଟ କହୁଛି, ବିଜେପିକୁ ୨୨ରୁ ୩୯ ଭିତରେ ଆସନ ମିଳିବ । ଏବଂ ସପା-ବସପା ଯୋଡ଼ି ସେଠାରେ କମାଲ୍‌ କରିବେ । ଅର୍ଥାତ୍‌ ସପା ଓ ବସପା ଭିତରେ ମେଣ୍ଟ ହେବାରୁ ବିଜେପିକୁ ସେଠାରେ ଧରାଶାୟୀ ହେବାକୁ ପଡ଼ିପାରେ ।
ବିଜେପିକୁ ଚେକ୍‌ ଦେବା ଲାଗି ବିଏସ୍‌ପି ମୁଖ୍ୟ ମାୟାବତୀ(ବୁଆ) ଓ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ(ବବୁଆ) ଗତବର୍ଷ ହାତ ମିଶାଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ଉଭୟ ବସପା ଓ ସପା ୫୦% ଲେଖାଏ ଆସନରେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଇଥିଲା । ତେବେ ଏଦୁଇ ଯୋଡ଼ି କଂଗ୍ରେସକୁ ଏଥିରୁ ବାଦ ଦେଇଥିଲେ । ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଜଣାଇଥିଲେ ବି ଏଥର ନାଁ କହି ଅଖିଳେଶ କହିଥିଲେ, ସେମାନଙ୍କୁ ନେଲେ ଆମର ବିଶେଷ ଲାଭ ହେବନାହିଁ । ଉତ୍ତରପ୍ରଦେଶର ୮୦ ଗୋଟି ଲୋକସଭା ଆସନ ଭିତରୁ ଏସ୍‌ପି ୩୮ ଓ ବିଏସ୍‌ପି ୩୮ ଆସନରେ ଲଢ଼ିବାକୁ ରାଜି ହୋଇଥିଲେ । ସପା-ବସପା କଂଗ୍ରେସ ପାଇଁ ୟୁପିର ରାଏବରେଲି ଓ ଆମେଥି ଆସନ ଏବଂ ଆର୍‌ଏଲ୍‌ଡ଼ି ପାଇଁ ମଧ୍ୟ ଦୁଇଗୋଟି ଆସନ ଛାଡ଼ିବାକୁ ରାଜି ଥିଲେ । ଏ ଅବସରରେ ମାୟାବତୀ କହିଥିଲେ ରାଷ୍ଟ୍ରର ସ୍ୱାର୍ଥ ଦୃଷ୍ଟିରୁ ଆମେ ଲକ୍ଷ୍ନୌ ଗେଷ୍ଟ୍‌ହାଉସ୍‌ ଘଟଣାକୁ ଭୁଲିବାକୁ ଚାହୁଁଛୁ । ସେଥିପାଇଁ ସପା ସହ ମୁଁ ମେଣ୍ଟ କରିବାକୁ ସହମତି ପ୍ରକାଶ କଲି । ସେପଟେ ଅଖିଳେଶ କହିଥିଲେ, ମୁଁ ମୋ କର୍ମୀମାନଙ୍କୁ କହିବାକୁ ଚାହେଁ, ମାୟାବତୀଙ୍କ ଅପମାନକୁ ମୁଁ ନିଜର ଅପମାନ ବୋଲି ବିବେଚନା କରିବି । ସପା ଓ ବସପା ଭିତରେ ହୋଇଥିବା ବୁଝାମଣାକୁ ନେଇ ରାଜନୈତିକ ସମୀକ୍ଷକମାନେ କହିଥିଲେ, ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ ହିଁ ପ୍ରଧାନମନ୍ତ୍ରୀ କିଏ ହେବ ବିଚାର କରିବ । ଉତ୍ତରପ୍ରଦେଶର ଦୁଇ ଶକ୍ତିଶାଳୀ ରାଜନୈତିକ ଦଳ ସପା ଓ ବସପା ଏକାଠି ହେବା ପରେ ସେତେବେଳେ ପ୍ରଶ୍ନ ଉଠିଥିଲା , ବିଜେପି ଏହି ମେଣ୍ଟକୁ କିଭଳି ମୁକାବିଲା କରିବ । ଗତ ୨୦୧୪ ନିର୍ବାଚନରେ ୟୁପିରେ ବିଜେପି ବାଜିମାତ କରି ୭୩ ଗୋଟି ଲୋକସଭା ଆସନ ହାତେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିର ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇ ଦେଶର ଶାସନଭାର ହାତକୁ ନେଇଥିଲେ । ବିଜେପିର ଗତଥରର ସଫଳତା ଉଭୟ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ଆଗକୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଏବଂ ଅତୀତର ପରାଜୟକୁ ଉପଲବ୍ଧି କରି ମାୟାବତୀ ଓ ଅଖିଳେଶ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମହାମେଣ୍ଟ ଗଠନ କରି ଆଗକୁ ବଢ଼ିବାକୁ ପ୍ରୟାସ ଆରମ୍ଭ କରିଥିଲେ । ନିକଟରେ ହୋଇଥିବା କିଛି ଜନମତ ସର୍ଭେ ପକ୍ଷରୁ କୁହାଯାଥିଲା, ଯଦି ଉତ୍ତରପ୍ରଦେଶରେ ସପା ଓ ବସପା ଏକାଠି ହୁଅନ୍ତି ତାହେଲେ ବିଜେପିକୁ ମୁକାବିଲା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହେବ । ସେତେବେଳେ ଦୁଇଦଳ ଭିତରେ ମେଣ୍ଟ ହେବା ପରେ ମାୟାବତୀ ପିଏମ୍‌ ମୋଦି ଓ ଅମିତ ଶାହଙ୍କୁ କଟାକ୍ଷ କରି କହିଥିଲେ, ଗୁରୁଚେଲା ଯୋଡ଼ି ଏଠାରୁ ପାଣି ପିଇବେ ।
କୁହାଯାଉଥିଲା , ଉତ୍ତରପ୍ରଦେଶରେ ଦୁଇ ପାରମ୍ପରିକ ବିରୋଧୀ ଦଳ ଦୀର୍ଘଦିନର ଶତ୍ରୁତା ଶେଷ କରି ବନ୍ଧୁ ପାଲଟି ଯାଇଥିଲେ । ଦେଶରେ ଚାଲିଥିବା ମୋଦି ହାୱାକୁ ପ୍ରତିହତ କରିବା ପାଇଁ ଏସ୍‌ପି ଏବଂ ବିଏସ୍‌ପି ଭିତରେ ବୁଝାମଣା ହୋଇଥିଲା । ଏନେଇ ବସପା ମୁଖ୍ୟ ମାୟାବତୀ ଓ ସପା ପ୍ରମୁଖ ଅଖିଳେଶ ଯାଦବ ମିଳିତ ଭାବେ ସାମ୍ବାଦକ ସମ୍ମିଳନୀ କରି ଦୁଇ ଦଳ ୩୮-୩୮ ଆସନରେ ଳଢ଼ିବେ ବୋଲି କହିଥିଲେ । ଏ ଅବସରରେ ମାୟାବତୀ ଗେଷ୍ଟହାଉସ୍‌ କାଣ୍ଡ ଉଠାଇଥିଲେ । ସେ କହିଥିଲେ, ୧୯୯୩ ମସିହାରେ କାନ୍‌ଶୀରାମ ଓ ମୂଲାୟମସିଂ ଯାଦବ ଏକାଠି ନିର୍ବାଚନ ଲଢ଼ିଥିଲେ । କିନ୍ତୁ ଏହି ମେଣ୍ଟ ଅଧିକ ଦିନ ତିଷ୍ଠି ପାରିନଥିଲା । ଏବେ ଏହି ଗେଷ୍ଟହାଉସ୍‌ କାଣ୍ଡକୁ ଭୁଳି ଆମେ ପୁଣିଥରେ ଏକାଠି ହେଲୁ ବୋଲି ମାୟାବତୀ ସ୍ପଷ୍ଟ କରିଥିଲେ । ସୂଚନାଯୋଗ୍ୟ, ବାବ୍ରି ମସଜିଦ ଭଙ୍ଗ ଘଟଣା ପରେ ୧୯୯୩ରେ ମୂଲାୟମ ସିଂ ଯାଦବ ଓ ବିଏସ୍‌ପି ଅଧ୍ୟକ୍ଷ କାନ୍‌ଶୀରାମ ବିଜେପିକୁ ରୋକିବାକୁ ମେଣ୍ଟ କରିଥିଲେ । ଯାହାକୁ ଲୋକଙ୍କ ସମର୍ଥନ ମିଳିଥିଲା । ମୂଲାୟମଙ୍କ ନେତୃତ୍ୱରେ ମେଣ୍ଟ ସରକାର ହୋଇଥିଲା । ସେତେବେଳେ ଗୋଟିଏ ରାଲିରେ ମାୟାବତୀ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଥିଲେ । ୨ ଜୁନ ୧୯୯୫ରେ ବିଧାୟକମାନଙ୍କୁ ନେଇ ମାୟାବତୀ ଲକ୍ଷ୍ନୌର ଗେଷ୍ଟହାଉସ୍‌ରେ ଥିଲାବେଳେ ସମାଜବାଦୀ ପାର୍ଟିର ବହୁ ନେତାଓ କର୍ମୀ ସେଠାକୁ ଆସି ଖରାପ ବ୍ୟବହାର କରିବା ସହ ଅପଶବ୍ଦ ପ୍ରୟୋଗ କରିଥିଲେ । ନିଜକୁ ବଞ୍ଚାଇବା ଲାଗି ମାୟାବତୀ ଗେଷ୍ଟହାଉସ୍‌ର ଗୋଟିଏ ରୁମ୍‌ରେ ରହିଥିଲେ । ତା’ପରେ ମୂଲାୟମଙ୍କ ସରକାରର ପତନ ହୋଇଥିଲା । ମାୟାବତୀଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକରେ ଏହି ଗେଷ୍ଟହାଉସ୍‌ କାଣ୍ଡ ବିଷୟ ବର୍ଣ୍ଣିତ ହୋଇଥିଲା । ତେଣୁ ଆଗକୁ ସପା -ବସପା ମେଣ୍ଟ କେତେଦିନ ଚାଲିବ ତାକୁ ଦେଖିବାକୁ ବାକି ରହିଛି ବୋଲି ଉତ୍ତରପ୍ରଦେଶରେ ଆଲୋଚନା ହେଉଥିବା ବିଭିନ୍ନ ଖବର ଆସୁଥିଲା ।
ଅପରପକ୍ଷରେ ଗତବର୍ଷ ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶରେ ହୋଇଥିବା ଉପନିର୍ବାଚନରେ ମୟାବତୀ(ବୁଆ) ଏବଂ ଅଖିଳେଶ ଯାଦବ(ବବୁଆ) ଯୋଡ଼ି ବିଜେପିକୁ ଧୂଳି ଚଖାଇଥିଲେ । ଦୁଇ ଦୁଇଟି ଲୋକସଭା ଉପନିର୍ବାଚନରେ ସୁଚିନ୍ତିତ ରଣନୀତି ଆପଣେଇ ଏହି ବୁଆ-ବବୁଆ ଯୋଡ଼ି ୟୁପିର ଯୋଗୀ ସରକାର ଓ କେନ୍ଦ୍ରର ମୋଦି ସରକାରକୁ ଚକ୍‌ମା ଦେଖାଇବାରେ ସଫଳ ହୋଇଥିଲେ । ଉତ୍ତରପ୍ରଦେଶର ଗୋରଖପୁର ଏବଂ ଫୁଲପୁର ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଢେର ଭୋଟ ବ୍ୟବଧାନରେ ବିଜେପିକୁ ହରାଇଥିଲେ । ସମାଜବାଦୀ ପାର୍ଟି ପ୍ରାର୍ଥୀମାନେ । ଗୋରଖପୁରରେ ଏସ୍‌ପି ପ୍ରାର୍ଥୀ ପ୍ରବୀଣ କୁମାର ନିଶଦ ବିଜୟୀ ହୋଇଥିଲାବେଳେ ଫୁଲପୁରେ ଏସ୍‌ପି ପ୍ରତ୍ୟାଶୀ ନଗେନ୍ଦ୍ର ପ୍ରସାଦ ସିଂ ପଟେଲ୍‌ ବିଜୟୀ ହୋଇଥିଲେ । ଗୋରଖପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିଭଳି ଫୁଲପୁର ଲୋକସଭା ଆସନରେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ୧୪ ନିର୍ବାଚନରେ ବିଜୟୀ ହୋଇଥିଲେ ।
ସେମାନେ ଏହି ଆସନ ଛାଡ଼ିବା ପରେ ଅନୁଷ୍ଠିତ ଉପନିର୍ବାଚନରେ ସପା ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ । ସେପଟେ ବିହାରର ହୋନାବାଦ ଓ ଆରାରିଆ ଲୋକସଭା ଆସନରେ ଆର୍‌ଜେଡ଼ି ପ୍ରାର୍ଥୀମାନେ ବିଜୟୀ ହୋଇଥିବାବେଳେ କେବଳ ଭାବୁଆ ବିଧାନସଭା ଆସନରେ ବିଜେପିର ବିଜୟ ହୋଇଥିଲା । ୟୁପିରେ ବିଜେପିକୁ ବୁଆ(ମାୟାବତୀ) ଓ ବବୁଆ(ଅଖିଳେଶ)ଙ୍କ ଯୋଡ଼ି ଚକ୍‌ମା ଦେଖାଇଥିବାରୁ ଆଗକୁ ଆଗକୁ ଗୈରିକ ଦଳ ପ୍ରତି ବିପଦ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଥିଲା । ଏଭଳି ଫଳାଫଳ ଆସିଲା ପରେ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେଉଛି ବୋଲି ୟୁପିରେ ସେତେବେଳେ ଢେର ଚର୍ଚ୍ଚା ହୋଇଥିଲା । କଥା ଉଠିଥିଲା, ୧୯ ନିର୍ବାଚନ ବେଳକୁ ଯଦି ବିଏସ୍‌ପି-ସପା ଭିତରେ ବୁଝାମଣା ହୁଏ ତେବେ ଉତ୍ତରପ୍ରଦେଶରେ ମୋଦି-ଶାହଙ୍କ ଯୋଡ଼ିକୁ ବଡ଼ ଧରଣର ଭୂମିକମ୍ପର ସମାନା କରିବାକୁ ପଡ଼ିବ ବୋଲି ସେତେବେଳେ ରାଜନୈତିକ ସମୀକ୍ଷକମାନେ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର,  ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର, ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

Read More...

ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ

ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page