ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର, ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

May 20, 2019, ଓଡ଼ିଶା, , Anupambharat News Bureau


ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର,  ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ
Anupambharat News Bureau
May 20, 2019

ଭୁବନେଶ୍ୱର, ୧୯ ।୫ (ଅନୁପମ ମିଡିଆ) : ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ସେ ନିଜେ ଏକଥା ରବିବାର ପ୍ରକାଶ କରିଛନ୍ତି । ‘ଦ ସେଣ୍ଡ ଏକ୍ସପ୍ରେସ୍‌’ କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି । ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍‌ଲେଟ୍‌ ଯିଏ ଖୋଲାଖୋଲି ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ ସେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ଅଛନ୍ତି । ଦୂତୀ ତାଙ୍କ ଗାଁ ଚକ୍ରଗୋପାଳପୁର (ଯାଜପୁର ଜିଲ୍ଲାରେ)ର ଜଣେ ଝିଅ ସହିତ ସମ୍ପର୍କରେ ଅଛନ୍ତି । ସେ ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି । ତେବେ ସେ ତାଙ୍କ ନାଁ ପ୍ରକାଶ କରି ନାହାନ୍ତି । ତାଙ୍କ ନାଁ ପ୍ରକାଶ କଲେ ଅଯଥାରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହେବେ ବୋଲି ଦୂତୀ କହିଛନ୍ତି । ‘ଦ ସେଣ୍ଡେ ଏକ୍ସପ୍ରେସ୍‌’କୁ ସେ କହିଛନ୍ତି ଯେ ମୁଁ ଜଣଙ୍କୁ ପାଇଛି ଯିଏ ମୋ ପାଇଁ ଉପଯୁକ୍ତ । ମୁଁ ସ୍ୱାଧୀନତାରେ ବିଶ୍ୱାସ କରେ । ଜଣେ ବ୍ୟକ୍ତି କାହା ସହିତ ରହିବ ତାହା ତା’ର ବ୍ୟକ୍ତିଗତ ସ୍ୱାଧୀନତା ବୋଲି ମୁଁ ବିଚାର କରେ । ଯେଉଁମାନେ ସମଲିଙ୍ଗୀ ରିଲେସନ୍‌ସିପ୍‌ ଓ ଅଲମ୍ପିକ ଗେମ୍‌ ଉପରେ ଧ୍ୟାନ ଦେଉଛି । କିନ୍ତୁ ଭବିଷ୍ୟତରେ ମୁଁ ତାଙ୍କ (ଜଣେ ମହିଳା) ସହିତ ଘର କରି ରହିବି । ସେ କହିଛନ୍ତି ଯେ ଭଲ ପାଇବା ପାଇଁ ସମସ୍ତଙ୍କର ସ୍ୱାଧୀନତା ରହିବା ଉଚିତ୍‌ ବୋଲି ମୁଁ ମନେ କରେ । ଭଲ ପାଇବା ଠାରୁ ବଡ଼ ସ୍ୱତଃପ୍ରବୃତ୍ତ ଆବେଗ ଆଉ କ’ଣ ରହିଛି । ଏହାକୁ ଆଗ୍ରହ୍ୟ କରାଯିବ ଉଚିତ୍‌ ନୁହେଁ । ସୁପ୍ରିମକୋର୍ଟ ବି ଏନେଇ ରହିଥିବା ପୁରୁଣା ଆଇନ୍‌କୁ ଖାରଜ କରି ଦେଇଛନ୍ତି । ମୁଁ କାହା ସହିତ ଘର ସଂସାର କରିବି, ସେ ନେଇ କେହି ମତେ ଜଣେ ଆଥଲେଟ୍‌ ଦୃଷ୍ଟିକୋଣରୁ ବିଚାର କରିବା ଉଚିତ୍‌ ନୁହେଁ ବୋଲି ମୁଁ ମନେ କରେ । ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି । ଏହାକୁ ସମ୍ମାନ ଦିଆଯିବା ଉଚିତ୍‌ ମୁଁ ଅର୍ନ୍ତଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତି ଚାଲିବି ।
ଏହି ଖବର ପ୍ରସାରିତ ହେବା ପରେ ନିଜ ମତ ସମ୍ପର୍କରେ ସ୍ପଷ୍ଟ କରି ଦୂତୀ ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି ଯେ ସମ୍ପର୍କରେ ପୁଅ, ଝିଅ କିଛି ଦେଖାଯାଏନି । ଆମେ ପରସ୍ପରକୁ ବାଛିଛୁ । ଆମେ ସାରା ଜୀବନ ସାଥୀ ହୋଇ ରହିବୁ । ହୃଦୟ ଯାହାକୁ ଥରେ ବାଛିନିଏ, ସାରା ଜୀବନ ତାର ସାଥୀ ହୋଇ ରହେ । ସମ୍ବିଧାନ ଓ ସୁପ୍ରିମକୋର୍ଟ ବି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇଛନ୍ତି ମୁଁ ୧୮ ବର୍ଷରୁ ଉର୍ଦ୍ଧ୍ୱ, ମୁଁ କିଛି ଅପରାଧ କରିନି । ସେ ଆହୁରି କହିଛନ୍ତି ଯେ ଏବେ ବିବାହ କରିବାର କିଛି ଯୋଜନା ନାହିଁ । ଯେବେ ବିବାହ କରିବି, ସମସ୍ତଙ୍କୁ କହିବି ଓ ନିମନ୍ତ୍ରଣ କରିବି । ଓଡ଼ିଆ ଘରର ବିଧିବିଧାନ ଅନୁସାରେ ବିବାହ କରିବି । ଅନ୍ୟପକ୍ଷରେ ଦୂତୀଙ୍କ ମା’ ଓ ଭଉଣୀ ଅଭିଯୋଗ କରିଛନ୍ତି ଯେ ଏହା ହେଉଛି ତାଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର । ତାଙ୍କୁ ମାରି ତାଙ୍କ ଟଙ୍କା ହଡ଼ପ କରିବାକୁ ଏଭଳି ଷଡ଼ଯନ୍ତ୍ର ରଚାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ ରିଜେଲଫ :  ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

ମାଟ୍ରିକ ରିଜେଲଫ : ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

Read More...

ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page