୨୩ରୁଖୋଲିବ ଶ୍ରୀମନ୍ଦିର, ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାରଙ୍କୁ ଅନୁମତି, ୩ ପରେ ବାହାର ଭକ୍ତଙ୍କୁ ଦର୍ଶନ ସୁବିଧା

December 18, 2020, ଓଡ଼ିଶା, , Anupambharat News Bureau


୨୩ରୁଖୋଲିବ ଶ୍ରୀମନ୍ଦିର, ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାରଙ୍କୁ ଅନୁମତି,  ୩ ପରେ ବାହାର ଭକ୍ତଙ୍କୁ ଦର୍ଶନ ସୁବିଧା
Anupambharat News Bureau
December 18, 2020


ପୁରୀ,୧୮ା୧୨(ଅନୁପମ ମିଡିଆ): ଆଉ ମାତ୍ର ଚାରି ଦିନ ପରେ ଭକ୍ତ ସହ ଭଗବାନଙ୍କର ହେବ ମିଳନ । ଆସନ୍ତା ୨୩ରୁ ଖୋଲିବ ଶ୍ରୀମନ୍ଦିର । ମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରଥମ ଦୁଇଦିନ ଦର୍ଶନ ନେଇ ସେବାୟତଙ୍କ ପରିବାରକୁ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହରବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ଏହାପରେ ପୁରୀ ବାସୀଙ୍କୁ ଏହି ସୁଯୋଗ ମିଳିବ । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ଼ବାସୀଙ୍କୁ ପର୍ଯ୍ୟାୟ କ୍ରମେ ଦର୍ଶନର ସୁବିଧା ମିଳିବ । ପୌରପାଳିକା ପକ୍ଷରୁ ୱାର୍ଡ଼ୱାରୀ ଟୋକନ ବ୍ୟବସ୍ଥା ହେବ । ଶୃଙ୍ଖଳିତ ଭାବେ କୋଭିଡ଼୍‌-୧୯ କଟକଣାକୁ ପାଳନ କରି ସହରବାସୀ କରିବେ ଦର୍ଶନ । ପ୍ରଶାସନ ପକ୍ଷରୁ ଏଥିପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଅନ୍ୟପଟରେ ପୁରୀ ଜିଲ୍ଲାରେ ଥିବା ସମସ୍ତ ଛୋଟବଡ଼ ମନ୍ଦିର ଖୋଲିବ । ସ୍ଥାନୀୟ ତହସିଲଦାର, ଥାନା ଆଇଆଇସି, ମନ୍ଦିର ଟ୍ରଷ୍ଟି ସମସ୍ତଙ୍କୁ ନେଇ ବୈଠକ ହେବା ପରେ ଏସ୍‌ଓପି ପ୍ରସ୍ତୁତ କରାଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ୯ ମାସ ଧରି ଅପେକ୍ଷା କରିବା ପରେ ଶେଷରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ । କାହାକୁ ମିଳିବ ଦର୍ଶନର ସୁଯୋଗ ତାହାର ତାଲିକା କରିବେ ମୋ ଧାମ ମୋ ଗର୍ବରେ କାର୍ଯ୍ୟରତ ସ୍ୱଚ୍ଛସାଥି । ଘରଘର ବୁଲି ସେମାନେ ବାଣ୍ଟିବେ କାଳିଆ ଦର୍ଶନ ନେଇ ସ୍ୱତନ୍ତ୍ର ଟୋକନ । ବିନା ଟୋକନରେ କାଳିଆ ଦର୍ଶନ ମନା । ପ୍ରାଥମିକ ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ଲାଗି ଦିଆଯିବ ସୁଯୋଗ । ସହରର ୩୨ଟି ୱାର୍ଡ଼ରେ ସ୍ୱଚ୍ଛସାଥିମାନଙ୍କ ଦ୍ୱାରା ଭକ୍ତଙ୍କ ତାଲିକା ପ୍ରସ୍ତୁତ କରାଯିବା ସହ ତାଲିକାଭୁକ୍ତ ଭକ୍ତଙ୍କୁ ଟୋକନ ଦେବା ପାଇଁ କରାଯିବ ବ୍ୟବସ୍ଥା । ଶ୍ରୀଜଗନ୍ନାଥ ବଲ୍ଲଭରେ ମଧ୍ୟ ରହିବ ଅନ୍ୟ ଏକ କାଉଣ୍ଟର ।
୨୩ରୁ ୩୧ ପର୍ଯ୍ୟନ୍ତ ଦୈନିକ ୫ ରୁ ୬ ଟି ୱାର୍ଡ଼ରେ ଲୋକ ଦର୍ଶନ କରିବା ନେଇ ଚାଲିଛି ଆଲୋଚନା । ଦର୍ଶନ ବ୍ୟବସ୍ଥାକୁ ଦେଖିଲା ପରେ ଯେଉଁ ସବୁ ତ୍ରୁଟି ଆସିବ ତାର ନିରାକରଣ କରି ଜାନୁୟାରୀ ୩ ରୁ କରାଯିବ ପୁରୀ ବାହାର ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସେବାୟତ ସ୍ୱାଗତ କରିଥିବା ବେଳେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ାଇବାକୁ ଦାବି କରିଛନ୍ତି । ଦର୍ଶନାର୍ଥୀଙ୍କ ପାଇଁ ମାର୍କେଟ ଛକରୁ ହେବ ବ୍ୟାରିକେଡ଼ ବ୍ୟବସ୍ଥା । ଶ୍ରୀନହର ସମ୍ମୁଖରୁ ସିଂହଦ୍ୱାର ଦେଇ ୯ଟି ଧାଡ଼ିରେ ସାମାଜିକ ଦୂରତା ରଖି ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଓ ତିନିଦ୍ୱାର ଦେଇ କରିବେ ପ୍ରସ୍ଥାନ । ଫୁଲ, ତୁଳସୀ ଓ ଚନ୍ଦନ ଦେବା ଉପରେ ରହିଛି କଟକଣା । ସମ୍ପୂର୍ଣ୍ଣ ଦର୍ଶନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଶ୍ରୀମନ୍ଦିର ଖୋଲିବା ନେଇ ଉସିାହ ବଢ଼ୁଥିବା ବେଳେ କୋଭିଡ଼ କଟକଣାକୁ ନେଇ କରାଯାଉଥିବା ଏସଓପି ଭକ୍ତଙ୍କ ଚିନ୍ତା ବଢ଼ାଉଛି । ତେବେ ପୁରୀବାସୀ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଶ୍ରୀମନ୍ଦିର ସହ ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ୨୩ରେ ଖୋଲିବାକୁ ଯାଉଥିବାରୁ ସମସ୍ତେ ବେଶ ଖୁସି ପ୍ରକଟ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରବିବାରଠୁ ଶୀତ ବଢିବ

ରବିବାରଠୁ ଶୀତ ବଢିବ

Read More...

ବୋମା ବିସ୍ପୋରଣରେ ୧୫ ଶିଶୁ ମୃତ

ବୋମା ବିସ୍ପୋରଣରେ ୧୫ ଶିଶୁ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page