ଭୁବନେଶ୍ୱର ,୧୮ା୧୨ (ଅନୁପମ ମିଡ଼ିଆ): ଆଗାମୀ ୪୮ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡିକରେ ରାତ୍ରି- ତାପମାତ୍ରା ୩ରୁ- ୫ଡ଼ିଗ୍ରୀ ଯାଇଁ କମିବ । ଏହାସହ ଶୀତ ବଢିବାର ସମ୍ଭାବନା ରହିଛି । ପରବର୍ତ୍ତୀ ୩ଦିନ ଯାଇଁ ଏହି ତାପମାତ୍ରା ରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତାକାଲି ସକାଳ ସମୟରେ ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, ରାୟଗଡା, କନ୍ଧମାଳ, କଲାହାଣ୍ଡି, କୋରାପୁଟ, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାରେ ହାଲୁକାରୁ ମଧ୍ୟମ-ଧରଣର କୁହୁଡି ଦେଖାଦେବ । ଦୃଶ୍ୟମାନ ଦୂରତା ୧୦୦୦ ରୁ ୨୦୦ ମିଟର ମଧ୍ୟରେ ରହିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
୨୩ରୁଖୋଲିବ ଶ୍ରୀମନ୍ଦିର, ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାରଙ୍କୁ ଅନୁମତି, ୩ ପରେ ବାହାର ଭକ୍ତଙ୍କୁ ଦର୍ଶନ ସୁବିଧା
Read More...