ପୁଣି ବଢ଼ିଲା ଗାଡି କାଗଜପତ୍ରର ଅବଧି

December 27, 2020, ଦେଶ, , Anupambharat News Bureau


ପୁଣି ବଢ଼ିଲା ଗାଡି କାଗଜପତ୍ରର ଅବଧି
Anupambharat News Bureau
December 27, 2020


ନୂଆଦିଲ୍ଲୀ,୨୭ା୧୨: କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଯାନବାହନ ଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ପ୍ରମାଣପତ୍ର ଯୋଗାଡ କରିବା ପାଇଁ ଧାର୍ଯ୍ୟ ହୋଇଥିବା ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି । ମୋଟର ଯାନ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ମାର୍ଚ୍ଚ ୩୧ ତାରିଖ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅବଧି ଡିସେମ୍ବର ୩୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଶେଷ ତାରିଖ ଧାର୍ଯ୍ୟ ଥିଲା । ମୋଟର ଭେଇକଲ କାଗଜପତ୍ର ଯଥା ଡ୍ରାଇଭିଙ୍ଗ୍‌ ଲାଇସେନ୍ସ (ଡିଏଲ୍‌), ରେଜିଷ୍ଟ୍ରେସନ ସାର୍ଟିଫିକେଟ ( ଆର୍ସି), ଫିଟ୍‌ନେସ୍‌ ଓ ପଲୁ୍ୟସନ୍‌ ସାର୍ଟିଫିକେଟ ଆଦିର ଅବଧିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ପଞ୍ଚମ ଥର ପାଇଁ କେନ୍ଦ୍ର ସରକାର ଗାଡି କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ସେପେଫମ୍ବର ୩୦ ଏବଂ ପରେ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଥିଲା । ଏହି ସମ୍ପର୍କରେ କେନ୍ଦ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଯେଉଁ ଯାନବାହାନର ବୈଧତା ୨୦୨୦ ଫେବୃଆରୀ ମାସ ଠାରୁ ସମ୍ପୂର୍ଣ୍ଣ ହୋଇଛି ତାହା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋହଳତା ମଧ୍ୟରେ ରହିବ । କାରଣ ଉକ୍ତ ସମୟ ମଧ୍ୟରେ କାଗଜପତ୍ରକୁ ଅପ୍‌ଡେଟ୍‌ କରିବା ପାଇଁ ସୁଯୋଗ ଦିଆଗଲା । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଅତ୍ୟନ୍ତ ଗହଳି ମଧ୍ୟରେ କୌଣସି ଆର୍‌ଟିଓ କାର୍ଯ୍ୟାଳୟରେ ଲୋକମାନେ କାଗଜପତ୍ର ପାଇଁ ଗହଳି ଜମାଇବେ ନାହିଁ ଏଣୁ ସରକାର ଏହାର ସମୟକୁ ବୃଦ୍ଧି କରିଛନ୍ତି । ମୋଟରଯାନ ଆଇନ ୧୯୮୮ ଏବଂ କେନ୍ଦ୍ର ମୋଟର ଯାନ ଆଇନ ୧୯୮୯ ଆଧାରରରେ ଯାନବାହାନ ଗୁଡିକର କାଗଜପତ୍ର ପ୍ରସ୍ତìତ କରିବା ସମୟସୀମାକୁ ବୃଦ୍ଧି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁଶାନ୍ତ ମାମଲା : ସିବିଆଇକୁ ରିପୋର୍ଟ ମାଗିଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

ସୁଶାନ୍ତ ମାମଲା : ସିବିଆଇକୁ ରିପୋର୍ଟ ମାଗିଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

Read More...

ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page