୭୦ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

January 03, 2021, ବିଦେଶ, , Anupambharat News Bureau


୭୦ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ
Anupambharat News Bureau
January 03, 2021


ଜୋହାନ୍ସବର୍ଗ: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଅତିକମରେ ୭୦ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ୨୦ରୁ ଅଧିକ ଆହତ ହୋଇଛନ୍ତି ।
ମାଲି ସୀମାରେ ଥିବା ଦୁଇଟି ଗ୍ରାମରେ ଆତଙ୍କବାଦୀମାନେ ଏହି ନରସଂହାର କରିଛନ୍ତି । ଆତଙ୍କବାଦୀ ମାନେ ଯେଉଁ ଗ୍ରାମରେ ଆକ୍ରମଣ କରିଛନ୍ତି ସେଠାରେ ଦୀର୍ଘ ଦିନ ଧରି ହିଂସା ଓ ଗୃହ ଯୁଦ୍ଧ ଲାଗି ରହିଛି । ୨୦୧୭ରୁ ଏଠାରେ ଜରୁରିକାଳୀନ ସ୍ଥିତି ଲାଗି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତକଙ୍କ ସଂଖ୍ୟା ବଢିପାରେ । ସରକାର ବାରମ୍ବାର ଦାବି କରୁଛନ୍ତି ଯେ ଏହି ସ୍ଥାନରେ ସେନା ଆତଙ୍କବାଦୀଙ୍କୁ ନିପାତ କରିଛି । ଏହାସେ‰ ଆତଙ୍କବାଦୀମାନେ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଏହି ସ୍ଥାନରେ ଅଲକାଏଦା ଓ ଇସଲାମିକ ଷ୍ଟେଟ୍‌ ସହ ଜଡିତ ଅନେତ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ରହିଛି । ସୂଚନାଯୋଗ୍ୟ, ଡିସେମ୍ବର ୨୭ରେ ନାଇଜର ନିକଟରେ ଥିବା ନାଇଜେରିଆରେ ବୋକୋ ହାରାମ ପ୍ରାୟ ୧୦ ଲୋକଙ୍କୁ ହତ୍ୟା କରିଥିଲା । ସଙ୍ଗଠନ ପକ୍ଷରୁ ୪ଟି ଗ୍ରାମକୁ ଟାର୍ଗେଟ୍‌ କରାଯାଇଥିଲା । ସେମାନେ ବିଶେଷ କରି ସରକାରୀ କାର୍ଯ୍ୟାଳୟ ଓ ଥାନାକୁ ଟାର୍ଗେଟ୍‌ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିବସେନାକୁ କଂଗ୍ରେସର ଧମକ

ଶିବସେନାକୁ କଂଗ୍ରେସର ଧମକ

Read More...

ଆଜିଠୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ଆଜିଠୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page