ଶିବସେନାକୁ କଂଗ୍ରେସର ଧମକ

January 03, 2021, ଦେଶ, , Anupambharat News Bureau


ଶିବସେନାକୁ କଂଗ୍ରେସର ଧମକ
Anupambharat News Bureau
January 03, 2021


ଔରଙ୍ଗାବାଦ: ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ମଧ୍ୟରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଛି । ଏଥର ଔରଙ୍ଗାବାଦ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି । ଶିବସେନା ଔରଙ୍ଗାବାଦର ନାଁ ବଦଳାଇ ସଂଭାଜୀନଗର ରଖିବାକୁ ଚାହୁଁଛି । କି;ୁ କଂଗ୍ରେସ ଏହାର ବିରୋଧ କରିଛି ।
କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ଯେ ଯଦି ଔରଙ୍ଗାବାଦ ସହରର ନାଁ ବଦଳାଯିବ ତାହେଲେ ସରକାର ଅସୁବିଧାରେ ପଡିବ । ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ପ୍ରମୁଖ ବାଲାସାହେବ ଥୋରାଟ କହିଥିଲେ ଯେ ଯଦି ଔରଙ୍ଗାବାଦ ସହରର ନାଁ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଆସେ ତାହେଲେ ତାଙ୍କ ଦଳ ବିରୋଧ କରିବ । ପାଖାପାଖି ୨୦ ବର୍ଷ ପୂର୍ବରୁ ଶିବସେନା ଔରଙ୍ଗାବାଦ ସହରର ନାଁ ବଦଳାଇ ସଂଭାଜୀନଗର ରଖିବାକୁ ଦାବି କରିଥିଲା । ସଞ୍ଜୟ ନିରୁପମ ଟୁଇଟ୍‌ କରି କହିଛନ୍ତି, ‘ଔରଙ୍ଗାବାଦର ନାମାନ୍ତରଣ ଶିବସେନାର ପୁରୁଣା ଏଜେଣ୍ଡା । କି;ୁ ସରକାର ୩ଟି ଦଳର ବୋଲି ଭୁଲିବ ଉଚିତ ନୁହେଁ ।
ମେଣ୍ଟ ସରକାର କମନ ପ୍ରୋଗ୍ରାମ ଦ୍ୱାରା ସଞ୍ଚାଳିତ ହୋଇଥାଏ, କାହାର ବ୍ୟକ୍ତିଗତ ଏଜେଣ୍ଡା ଦ୍ୱାରା ନୁହେଁ । ପ୍ରୋଗ୍ରାମ କାମ କରିବାକୁ ଗଠନ ହୋଇଛି, ନାଁ ବଦଳାଇବାକୁ ନୁହେଁ । ଔରଙ୍ଗଜେବଙ୍କ ବ୍ୟକ୍ତିତ୍ୱ ବିବାଦସ୍ପଦ ଥିଲାଛ ସେଥିପାଇଁ ଦଳର ସମସ୍ତ ପକ୍ଷ ସହ କଂଗ୍ରେସ ସହମତ ହେବା ଜରୁରୀ ନୁହେଁ । ସଂଭାଜୀ ମହାନ ଯୋଦ୍ଧା ଥିଲେ । ତାଙ୍କର ଆତ୍ମୋତ୍ସର୍ଗ ବନ୍ଦନୀୟ । ଏଥିରେ କୌଣସି ମତଭେଦ ନାହିଁ ।
କି;ୁ ସରକାର ଚଲାଇବା ସମୟରେ ଶିବସେନା ମହାପୁରୁଷଙ୍କୁ ମଝିକୁ ଆଣିବ ଯଦି ଅସୁବିଧା ହେବ । ସ୍ଥାନମାନଙ୍କର ନାଁ ବଦଳାଇବା ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (ଏମବିଏ) ସରକାରର ସାଧାରଣ ସର୍ବନିମ୍ନ ପ୍ରୋଗ୍ରାମ (ସିପିଏମ୍‌) ର ଅଂଶ ନଥିଲା ।’ କିଛି ଦିନ ପୂର୍ବରୁ ଶିବସେନା ନିଜର ପତ୍ରିକା ‘ସାମନା’ ରେ କହିଥିଲା ଯେ କଂଗ୍ରେସ ଔରଙ୍ଗାବାଦର ନାଁ ବଦଳାଇବା ପ୍ରସ୍ତାବକୁ ବିରୋଧ କରିଛି । ସମ୍ପାଦକୀୟରେ ଲେଖିଥିଲା ଯେ, ପ୍ରସ୍ତାବକୁ କଂଗ୍ରେସ ବିରୋଧ କରିବା ନୂଆ କଥା ନୁହେଁ କି;ୁ ଏହାକୁ ମହା ବିକାଶ ଅଘାଡ଼ି ସରକାର ସହ ଯୋଡିବା ମୁର୍ଖତା ।
ଏହି ବୟାନ ପରେ ବିଜେପି ନେତା ଏହି ପ୍ରସଙ୍ଗରେ ନିଜର ଏଜେଣ୍ଡା ସ୍ପଷ୍ଟ କରିବାକୁ ଶିବସେନାକୁ ଦାବି କରିବା ଆରମ୍ଭ କରିଛନ୍ତି । କି;ୁ ଶିବସେନା ନିଜ ମତ ବଦଳାଇ ନାହିଁ । ସୂଚନାଯୋଗ୍ୟ ଯେ, ଔରଙ୍ଗାବାଦ ସହରର ନାଁ ବଦଳାଇବା ପ୍ରସ୍ତାବକୁ ମହାରାଷ୍ଟ୍ର ନବ ନିର୍ମାଣ ସେନା ସମର୍ଥନ କରିଛି । ନବନିର୍ମାଣ ସେନା ସମର୍ଥକ କହିଛନ୍ତି ଯେ ମହା ବିକାଶ ଅଘାଡ଼ି ସରକାରକୁ ଜାନୁଆରୀ ୨୬ ତାରିଖ ସୁଦ୍ଧା ସହରର ନାଁ ବଦଳାଇ ସଂଭାଜୀନଗର ରଖିବା ଉଚିତ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ କରୋନା ଟିକାକୁ ମଞ୍ଜୁରୀ :  ୧୧୦ ପ୍ରତିଶତ ସୁରକ୍ଷିତ:ଡିସିଜିଆଇ

ଦୁଇ କରୋନା ଟିକାକୁ ମଞ୍ଜୁରୀ : ୧୧୦ ପ୍ରତିଶତ ସୁରକ୍ଷିତ:ଡିସିଜିଆଇ

Read More...

୭୦ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

୭୦ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page