ତିନିଦିନ ଘନ କୁହୁଡ଼ି

January 03, 2021, ଓଡ଼ିଶା, , Anupambharat News Bureau


ତିନିଦିନ ଘନ କୁହୁଡ଼ି
Anupambharat News Bureau
January 03, 2021


ଭୁବନେଶ୍ୱର,୩ା୧୨(ଅନୁପମ ମିଡ଼ିଆ): ଆଗାମୀ ତିନିଦିନ ଧରି ରାଜ୍ୟର ଅନେକ ଜିଲ୍ଳାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ପରିପ୍ରେକ୍ଷୀରେ ରାଜ୍ୟର କୁହୁଡି ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି । ୪ତାରିଖରେ ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁସକାଳୁ ଘନ କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଗ୍ରହଣ କରାଯାଇଛି । ସେହିପରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ ଓ ୬ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ ସକାଳସକାଳୁ ଘନ କୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କୁହୁଡ଼ି ପଡ଼ୁଥିବା ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ । କୁହୁଡି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ପୋଲିସ ଓ ପରିବହନ କର୍ଯ୍ୟାଳୟଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂଶୟ ଦୂର କରିବେ କି ସରକାର

ସଂଶୟ ଦୂର କରିବେ କି ସରକାର

Read More...

ଶ୍ମଶାନଘାଟର ଆଶ୍ରୟ ସ୍ଥଳ ଛାତ ଭୁଶୁଡ଼ି ୨୧ ମୃତ

ଶ୍ମଶାନଘାଟର ଆଶ୍ରୟ ସ୍ଥଳ ଛାତ ଭୁଶୁଡ଼ି ୨୧ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page