ବ୍ରହ୍ମପୁର, ୩ା୧(ଅନୁପମ ମିଡ଼ିଆ): ସେପେଫମ୍ବର୍ ୨୦୧୯ରେ ଚୀନ୍ରୁ ବ୍ୟାପିଥିବା କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ୨୦୨୦କୁ ସମ୍ପୂର୍ଣ୍ଣର୍ ଆଚ୍ଛନ୍ନ କରି ରଖିଥିଲା । ପ୍ରଶ୍ନ ଉଠୁଛି, କରୋନାକୁ ନେଇ ସୃଷ୍ଟି କରାଯାଇଥିବା ଆତଙ୍କ କେତେ ଯଥାର୍ଥ ? କରୋନାର ପ୍ରଚାରିତ ପ୍ରକୋପ ଓ ଏଥିରୁ ସୁରକ୍ଷା ପାଇଁ ପରାମର୍ଶ ଦିଆ ଯାଉଥିବା ପ୍ରତିରକ୍ଷାମୂଳକ ପଦକ୍ଷେପ କେତେ ଯୁକ୍ତିଯୁକ୍ତ ? ଜନସାଧାରଣ ଏବେ ବି ସନ୍ଦେହ ଘେରରେ ଥିବାବେଳେ ସରକାରୀ ମହଲର ସୂଚନା ସ୍ପଷ୍ଟ ନୁହେଁ । ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି, କାହା ପାଖରେ କୌଣସି ଠୋସ୍ ଜବାବ ନାହିଁ । ଫଳରେ, ସଚେତନତାର ପ୍ରଚାର ନାଁରେ ଲୋକଙ୍କୁ ଅନ୍ଧାରରେ ରଖା ଯାଉଥିବା ସନ୍ଦେହ ବଢି ଚାଲିଛି । ପ୍ରଥମ ସଂଶୟ ହେଉଛି, ସତରେ କ’ଣ କରୋନା ସଂକ୍ରମଣ ହେଲେ ମୃତୁ୍ୟ ସୁନିଶ୍ଚିତ ଓ ସାଙ୍ଘାତିକ ମହାମାରୀରୁ ରକ୍ଷା ପାଇଁ ସମଗ୍ର ବିଶ୍ୱରେ କୌଣସି ଔଷଧ ନାହିଁ ? ତେବେ ସଂକ୍ରମିତଙ୍କ ମଧ୍ୟରୁ ୯୮% ଭଲ ହେଉଥିବା ସରକାର କହୁଛନ୍ତି କେମିତି ? ଏତେ ପରିମାଣର ଲୋକ ଭଲ ହେଉଥିବାବେଳେ କରୋନାକୁ ମହାମାରୀ ଘୋଷଣା କରିବା କେତେ ଯଥାର୍ଥ ? କରୋନାଠାରୁ ଅଧିକ ମୃତୁ୍ୟ ହାର ବିଶିଷ୍ଟ ଅନ୍ୟ କୌଣସି ରୋଗ ଅଛି ବା ଥିଲା ନା ନାହିଁ ? ସେଗୁଡ଼ିକୁ ମହାମାରୀ ରୂପେ ଘୋଷଣା କରାଯାଇ ନଥିଲା କାହିଁକି? ଦ୍ୱିତୀୟତଃ, ସେପେଫମ୍ବର୍ ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଭାରତକୁ ଅନ୍ତର୍ଜାତୀୟ ବିମାନ ସେବା କିମ୍ବା ଆଭ୍ୟନ୍ତରୀଣ ବିମାନ ଚଳାଚଳ ବନ୍ଦ ହୋଇ ନଥିଲା, ତେବେ ନିର୍ଦ୍ଦିଷ୍ଟ ଭାବରେ ୨୦୨୦ ମାର୍ଚ୍ଚ ୨୦ ତାରିଖ ଦିନ ଦେଶରେ କରୋନା ଭୂତାଣୁ ଚିହ୍ନଟ ହେବାର ଘୋଷଣା କରାଗଲା କେମିତି ? ତେବେ ଭୂତାଣୁ ଆଗରୁ ଆସିଥିଲା ନା ଆସିଥିଲେ ବି ସେ ପର୍ଯ୍ୟନ୍ତ ଜଣା ପଡ଼ି ନଥିଲା ? ସେଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସବୁ ଲୋକଙ୍କୁ ସଙ୍ଗରୋଧରେ ନ ରଥି ସାରା ଦେଶକୁ ଲକ୍ଡାଉନ୍ କରିବାର ଅର୍ଥ କ’ଣ? ତୃତୀୟତଃ, ସଂକ୍ରମଣର ମାଧ୍ୟମ ବାବଦରେ ସ୍ପଷ୍ଟ ଚିତ୍ର ଦିଆ ନଯାଇ କେବଳ ପ୍ରତିରକ୍ଷାମୂଳକ ସଚେତନତା କରାଗଲା । ଭୂତାଣୁ ବାୟୁବାହିତ ବୋଲି କୁହାଗଲା କିନ୍ତୁ ଏହା ଜଳବାହିତ ହୋଇପାରେ କି ନାହିଁ ତାହାର ଉପଯୁକ୍ତ ପ୍ରମାଣ ଦିଆଗଲା ନାହିଁ । ବାୟୁବାହିତ ସଂକ୍ରମଣ ରୋକିବାକୁ ଆଇନ କରାଗଲେ ବି ସଂକ୍ରମଣ ଆଶାନୁରୂପ ହାରରେ କମି ନଥିଲା । ତେଣୁ ଏହା କେତେ ଯୁକ୍ତିଯୁକ୍ତ ଥିଲା? କରୋନାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ବି ଅନେକ ସଂଶୟ ରହିଛି । ଏସବୁକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ଆନ୍ତରିକ ପ୍ରୟାସ କରାଯାଇ ନାହିଁ । ଫଳରେ ସରକାର ଜାଣିଶୁଣି ଲୋକଙ୍କୁ ଅନ୍ଧାରରେ ରଖିଥିବା ନେଇ ଚର୍ଚ୍ଚା ଲାଗି ରହିଛି ।