ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

January 11, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ
Anupambharat News Bureau
January 11, 2021


ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଟ୍‌ କଏନ୍‌ର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି ।ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି ଏହି ବିଟ୍‌ କଏନ୍‌ । ଭାରତରେ ଟଙ୍କା, ଆମେରିକାରେ ଡଲାର, ବ୍ରିଟେନରେ ପାଉଣ୍ଡ୍‌, ଜାପାନର ୟେନ୍‌ ଆଦି ସେହି ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପରିଚାଳିତ ସହ ସେହି ମୁଦ୍ରା ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ରହିଛି । ବିଟ୍‌ କଏନ୍‌ ହେଉଛି ଏଭଳି ଏକ ମୁଦ୍ରା, ଯାହା ଉପରେ କାହାର ନିୟନ୍ତ୍ରଣ ନାହିଁ । ଫଳରେ ଏହାର ବ୍ୟବହାର ଉପରେ କଟକଣା ନ ରହିବାରୁ ଏହା ବ୍ୟବହାର ବଢ଼ି ଚାଲୁଛି । ଫଳରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହାକୁ ଲୋକମାନେ ସାମଗ୍ରୀ ଓ ସେବା ହାସଲ କରିବାରେ ବ୍ୟବହାର କରୁଛନ୍ତି । ବିଟ୍‌ କଏନ୍‌ ବ୍ୟବହାର ଉପରେ କୌଣସି ଦେଶର ନିୟନ୍ତ୍ରଣ ନାହିଁ କିମ୍ବା ଏହାକୁ ବ୍ୟବହାର କଲେ ଟିକସ ଦେବାକୁ ପଡ଼ୁନାହିଁ । ଏହା ଏକ ପ୍ରକାର କ୍ରିପେଫା କରେନ୍ସି । ଏହାକୁ ଭଚୁ୍‌ର୍ଆଲ୍‌ ବା ଡିଜିଟାଲ୍‌ ମୁଦ୍ରା ମଧ୍ୟ କୁହାଯାଉଛି । ବର୍ତ୍ତମାନ ସମୟରେ ନଗଦ ଟଙ୍କାର ଏହା ଏକ ବିକଳ୍ପ ଭାବେ ଉଭା ହୋଇଛି । ପ୍ରତି ବିଟ୍‌ କଏନରେ ଏକ ଗୋପନ କୋଡ୍‌ ରହିଛି ।
ସେହି କୋଡ୍‌ ବିନା ବିଟ୍‌ କଏନ୍‌ ମୂଲ୍ୟହୀନ । ବିଭିନ୍ନ ସ୍ଥାନରେ ବିଟ୍‌ କଏନ କାରବାର ଲାଗି ଏକ୍ସଚେଞ୍ଜ୍‌ ରହିଛି, ଟଙ୍କା, ଡଲାର ଆଦି ମୁଦ୍ରା ବଦଳରେ ଏହାକୁ କିଣା ହେଉଛି । ବିଶ୍ୱର ଅନେକ କମ୍ପାନୀ ଓ ବ୍ୟବସାୟୀ ନିଜର ଆର୍ଥିକ କାରବାର ପାଇଁ ବିଟ୍‌ କଏନକୁ ବ୍ୟବହାର କରୁଛନ୍ତି । ସାରା ବିଶ୍ୱରେ ୫୦ ଲକ୍ଷରୁ ଅଧିକ ଲୋକ ବିଟ୍‌ କଏନକୁ ବ୍ୟବହାର କରୁଥିବା ଆକଳନ କରାଯାଉଛି ।
ଏହି କଏନକୁ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ଏକ ଡିଜିଟାଲ୍‌ ୱାଲେଟରେ ରଖୁଛନ୍ତି । ୱିକିଲିକ୍ସ, ପି୨ପି ଫାଉଣ୍ଡେଶନ, ୱାର୍ଡପ୍ରେସ୍‌ ଡଟ୍‌ କମ୍‌ ଏବଂ ବି୍ରଟେନ୍‌.ଟ୍ରାଭେଲ୍‌ ଭଳି କିଛି ସଂସ୍ଥା ବିଟ୍‌ କଏନ୍‌କୁ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ବିଟ୍‌ କଏନ୍‌ର ମୂଲ୍ୟ ୪୧ ହଜାର ଡଲାର ବା ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗତ ଡିସେମ୍ବରରୁ ବିଟ୍‌ କଏନ୍‌ର ମୂଲ୍ୟ ବୃଦ୍ଧି ଜାରି ରହିଛି ।
କରୋନା ମହାମାରୀ ସମୟରେ ଏହା ପ୍ରାୟ ୨୫%ବୃଦ୍ଧି ଘଟିଥିଲା । ବିଟ୍‌ କଏନ୍‌ ମୂଲ୍ୟ ୪ ଲକ୍ଷ ଡଲାର ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ସେହିଭଳି କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୩୦ ସୁଦ୍ଧା ଏହାର ମୂଲ୍ୟ ୧ କୋଟି ଟଙ୍କା ଛୁଇଁପାରେ । ମୋବାଇଲ୍‌ ଆପ୍‌ରେ ପେମେଣ୍ଟ୍‌ ଯେତିକି ସରଳ ବିଟ୍‌ କଏନ୍‌ରେ କାରବାର ସେତିକି ସହଜ । ଯେଉଁମାନଙ୍କ ପାଖରେ ବିଟ୍‌ କଏନ୍‌ ଅଛି ସେମାନେ ତାହାକୁ ଏକ ୱାଲେଟରେ ରଖିଥାନ୍ତି । ସେହି ୱାଲେଟ୍‌ ମାଧ୍ୟମରେ ପେମେଣ୍ଟ୍‌ କରୁଛନ୍ତି । ଏହା ଏକ କମ୍ପ୍ୟୁଟର ଫାଇଲ୍‌ ହୋଇଥିବାରୁ ଅତି ସହଜରେ ସାରା ବିଶ୍ୱରେ ପ୍ରଚଳିତ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌

ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌

Read More...

ବାର୍ଡ ଫ୍ଲì ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ

ବାର୍ଡ ଫ୍ଲì ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page