ବାର୍ଡ ଫ୍ଲì ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ

January 11, 2021, ଦେଶ, , Anupambharat News Bureau


ବାର୍ଡ ଫ୍ଲì ଚିଡ଼ିଆଖାନାର ସବୁ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ
Anupambharat News Bureau
January 11, 2021


ନୂଆଦିଲ୍ଲୀ: ଦିଲ୍ଲୀ ପଶୁ ପାଳନ ବିଭାଗ ଜାତୀୟ ରାଜଧାନୀରେ ବାର୍ଡ ଫ୍ଲୁ ବ୍ୟାପୁଥିବାର ସୋମବାର ସ୍ପଷ୍ଟ କରିଛନ୍ତି । ବିଭାଗଙ୍କ ସୂଚନା ଅନୁସାରେ ମୃତ ପକ୍ଷୀଙ୍କ ୮ଟି ନମୁନା ପରୀକ୍ଷଣ ଲାଗି ପଠାଯାଇଥିଲା । ସମସ୍ତ ନମୁନା ବାର୍ଡ ଫ୍ଲୁ ପୁଷ୍ଟି ହୋଇଛି । ପ୍ରୟୋଗଶାଳାଙ୍କ ରିପୋର୍ଟ ମିଳିବା ପରେ ପଶୁପାଳନ ବିଭାଗ ପାଣ୍ଡବ ନଗର ଅଞ୍ଚଳରେ ଅବସ୍ଥିତ ସଞ୍ଜୟ ପୁଷ୍କରିଣୀର ସଫେଇ ଅଭିଯାନ ଆରମ୍ଭ କରିଛନ୍ତି ।
ସଞ୍ଜୟ ପୁଷ୍କରିଣୀରୁ ବତକ ଓ ଅନ୍ୟ ପକ୍ଷୀଙ୍କୁ କାଢିବା ଲାଗି ଘଟଣାସ୍ଥଳରେ ପଶୁପାଳନ ବିଭାଗଙ୍କ ସମେତ ରାପିଡ ରେସପନ୍ସ ଟିମ୍‌ ଓ ଡିଡିଏ ହର୍ଟି କଲଚର ବିଭାଗର ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟ ଜାରି ରଖିଛନ୍ତି । ଏହି ପୁଷ୍କରିଣୀରେ ଏବେ ୪୦୦ ବତକ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅସୁସ୍ଥ ଓ ମୃତ ବତକଙ୍କୁ ଖାତଖୋଳି ପୋତି ଦିଆଯାଉଛି । ଏହି ପୁଷ୍କରିଣୀରୁ ଏପର୍ଯ୍ୟନ୍ତ ୨୭ଟି ମୃତ ବତକ ମିଳିଥିବା ପଶୁପାଳନ ବିଭାଗ ଅଧିକାରୀ କହିଛନ୍ତି ।
ପୁଷ୍କରିଣୀରୁ ୧୭ଟି ମୃତବତକଙ୍କୁ କଢା ଯାଇଥିବା ବେଳେ ରବିବାର ଆଉ ୧୦ଟିଙ୍କର ମୃତ୍ୟୁ ହୋଇଥିଲାଛ ରାଜଧାନୀରେ ବାର୍ଡ ଫ୍ଲୁ ପୁଷ୍ଟି ହେବା ପରେ ଡିଡିଏ ସତର୍କତା ସ୍ୱରୂପ ସଞ୍ଜୟ ପୁଷ୍କରିଣୀ ସମେତ ରାଜଧାନୀର ୪ଟି ପ୍ରମୁଖ ପାର୍କକୁ ବନ୍ଦ କରିଦେଇଛନ୍ତି । ଏହି ସବୁ ସ୍ଥାନକୁ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଜାରି ହୋଇଛି । ସେପଟେ ବାର୍ଡ ଫ୍ଲୁକୁ ନେଇ ଉତ୍ତର ଦିଲ୍ଲୀ ନଗର ନିଗମ ଜରୁରି ବୈଠକ କରିଛନ୍ତି । ନଗର ନିଗମ ମେୟରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଦିଲ୍ଲୀର ଯେଉଁ ସବୁ ରେଷ୍ଟୁରାଣ୍ଟ ଚିକେନ ପରଶୁଛନ୍ତି ସେମାନଙ୍କୁ ରୋଷ୍ଟେଡ ଚିକେନ ଗ୍ରାହକଙ୍କୁ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସ୍ୱାସ୍ଥ୍ୟ ନିରୀକ୍ଷକ ମାନଙ୍କୁ ବ୍ରୟଲର ମାର୍କେଟ ଓ ରେଷ୍ଟୁରାଣ୍ଟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘାତକ କରୋନା ଭାଇରସ୍‌ ମହାମାରି ଭିତରେ ଦେଶରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁର ଚିହ୍ନଟ ହୋଇଥିବା ପଶୁପାଳନ ଏବଂ ଡାଏରି ଫାର୍ମିଂ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପିରିକି କିଛି ରାଜ୍ୟର ଚିଡିଆଖାନରୁ କୁକୁଡ଼ା ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ମଧ୍ୟ କିଛି ପକ୍ଷୀ ମରିଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେଠାରୁ ସାମ୍ପଲ୍‌ ଟେଷ୍ଟ ପାଇଁ ପଠାଯାଇଛି । ହିମାଚଳ ପ୍ରଦେଶରେ ରବିବାର ଦିନ ୨୧୫ ବିଦେଶୀ ପକ୍ଷୀ ମରିପଡ଼ିଥିବାର ଦେଖିବାକୁ ମିଳିଛି । ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମରିଥିବା ୪,୨୩୫ଟି ପକ୍ଷୀ ବାର୍ଡ ଫ୍ଲୁ ରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି ।
ସେହିପରି ମହାରାଷ୍ଟ୍ରର ପରଭଣି ଓ ଲାତୁରରେ ମାମଲା ଚିହ୍ନଟପରେ ୧ କିଲୋମିଟର ଭିତରେ ଥିବା ପକ୍ଷୀଙ୍କୁ ମାରିବାକୁ ପଶୁପାଳନ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲା । ବର୍ତ୍ତମାନ ସେଠାରେ ୧୦ କିମି ପର୍ଯ୍ୟନ୍ତ ସର୍ଭିଲିଆନ୍ସ ଜୋନ୍‌ ଘୋଷଣା କରାଯାଇଛି । ସେହିପରି ୟୁପିରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ପରେ ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଇଛି । ଚିଡ଼ିଆଖାନାର ପକ୍ଷୀଘରକୁ ଯିବାକୁ ମନା କରାଯାଇଛି ।
କିଛିଦିନ ତଳେ କାନପୁରର ଚିଡ଼ିଆଖାନାରେ ଦୁଇଟି ଜଙ୍ଗଲୀ ପକ୍ଷୀଙ୍କର ମୃତ୍ୟୁ ହୋଇଥିଲା । ସେମନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେଣୁ ଚିଡ଼ିଆଘରର ସବୁ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଆଖପାଖ ରାଜ୍ୟରେ ସତର୍କତା ଅବଲମ୍‌ୱନ କରାଯାଉଛି । କୁକୁଡ଼ା ପାଳନ କରୁଥିବା ଲୋକଙ୍କ ପାଖରେ ଏହି ସମ୍‌ୱନ୍ଧରେ ସୂଚନା ପହଞ୍ଚା ଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

Read More...

ଆଇନ୍‌ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଫେରିବୁ ନାହିଁ: ଚାଷୀ ସଂଗଠନ

ଆଇନ୍‌ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଫେରିବୁ ନାହିଁ: ଚାଷୀ ସଂଗଠନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page