କମଲ ହାସନଙ୍କୁ ମିଳିଲା ଜାମିନ

May 20, 2019, ଦେଶ, , Anupambharat News Bureau


କମଲ ହାସନଙ୍କୁ ମିଳିଲା ଜାମିନ
Anupambharat News Bureau
May 20, 2019

ନୂଆଦିଲ୍ଲୀ: ମMଲ ନିଧି ମୟମର ନେତା କମଲ ହାସନଙ୍କୁ ମାଡ୍ରାସ ହାଇକୋର୍ଟ ମଦୁରାଇ ବେଞ୍ଚ୍‌ ଅନ୍ତରୀଣ ଜାମିନ ଦେଇଛନ୍ତି । କମଲ ହାସନ ନାଥୁରାମ୍‌ ଗଡସେଙ୍କୁ ନେଇ ଦେଇଥିବା ବୟାନ ପରେ ତାଙ୍କ ବିରୁଧରେ ହିନ୍ଦୁ ମୁନାନୀ ପାର୍ଟି ମାମଲା ରୁଜୁ କରିଥିଲା । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍‌ ଗଡସେ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି ହାସନ କହିଥିଲେ । ଏହା କହିବା ପରେ ତାଙ୍କୁ ବିଜେପି ଏବଂ ହିନ୍ଦୁ ସଙ୍ଗଠନ କାଫି ନିନ୍ଦା କରିଥିଲେ । ସେ କହିଥିଲେ କି, ମୋତେ ଲାଗୁଛି କି’ ରାଜନୀତିର ନୈତିକତା ତଳକୁ ଖସିବାକୁ ଯାଉଛି । ମୁଁ ଅସୁରକ୍ଷିତ ଅନୁଭବ କରୁ ନାହିଁ । ସବୁ ଧର୍ମରେ ଆତଙ୍କୀ ରହୁଛନ୍ତି । ଆମେ ପବିତ୍ର ବୋଲି ଦାବୀ କରି ପାରିବା ନାହିଁ । ଇତିହାସ କହୁଛି କି, ସବୁ ଧର୍ମର ଚରମପନ୍ଥା ରହିଥାଏ । କମଲ ହାସନ ତାମିଲନାଡୁରେ ଅରାୱାକୁଋଚୀରେ ଏକ ଜନସଭାରେ ସମ୍ବୋନ୍ଧିତ କରୁଥିଲେ । ସେହି ସମୟରେ ଦୁଇ ଜଣ ଅଜ୍ଞାତ ଲୋକ ମଞ୍ଚ ଉପରକୁ ଅଣ୍ଡା ଏବଂ ପଥର ଫୋପାଡିଥିଲେ । ଏହା ପରେ ହାସନ ମଞ୍ଚ ଉପରୁ ଓହ୍ଲାଇ ଆସିଥିଲେ । ଏହି ଘଟଣା ପରେ କେହି ଆହତ ହୋଇ ନାହାଁନ୍ତି । ପୋଲିସ ପରେ ସେମାନଙ୍କୁ ଗିରଫ କରି ପଚରା ଉଚୁରା କରୁଛି । ତେବେ ହାସନ ଏହି ସମୟରେ କହିଥିଲେ କି, ସେ ବିଲ୍‌କୁଲ୍‌ ଅସୁରକ୍ଷିତ ଅନୁଭବ କରୁ ନାହାଁନ୍ତି । ଏହି ମଧ୍ୟରେ ସେ ନାଥୁରାମ୍‌ ଗଡସେଙ୍କ କଥା କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

Read More...

ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page