ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

May 20, 2019, ଓଡ଼ିଶା, , Anupambharat News Bureau


ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ
Anupambharat News Bureau
May 20, 2019

ପୋଲସରା,୨୦ା୫(ଅନୁପମ ମିଡ଼ିଆ): ପୋଲସରା ବ୍ଲକ ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମ ପଞ୍ଚାୟତବାସୀ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ବାଟମାରଣା ହେଉଛି ବୋଲି ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତିସଭ୍ୟାଙ୍କ ସ୍ୱାମୀ ଲକ୍ଷ୍ମୀଚରଣ ପ୍ରଧାନ କହିଛନ୍ତି । ଗ୍ରାମର କେ. ଦିଲ୍ଲୀପ କୁମାର ମହାପାତ୍ର, ସତ୍ୟବାଦୀ ଗୌଡ଼, ହରିହର ଦାଶ, ତୋଫାନ ପ୍ରଧାନ, ସୁକାନ୍ତ ରାଉତ, ପ୍ରଶାନ୍ତ କୁମାର ସାହୁ ସମେତ ଅନ୍ୟମାନେ ଆମ ଗାଁ ଆମ ବିକାଶ, ଏମ୍‌ଜିଏନ୍‌ଆରଜିଇଏସ୍‌ ଅନ୍ୟାନ୍ୟ ପାଣ୍ଠିର ସଦୁପଯୋଗ ହୋଇଥିବା ନେଇ ଆଜି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସିପୁନ୍‌ କୁମାର ପ୍ରଧାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡ଼କାଇ ସମସ୍ତ ବିଷୟ ପଚାରି ବୁଝିଥିଲେ । ଅଭିଯୋଗ ମଧ୍ୟରେ ଖଇରଚଟା ପଲ୍ଲୀଦଣ୍ଡା ରାସ୍ତା ଯାହାର ଅଟକଳ ମୂଲ୍ୟ ୫ଲକ୍ଷ ଟଙ୍କା ରହିଛି । ଉକ୍ତ ରାସ୍ତାରେ କୌଣସି ବ୍ୟକ୍ତି କାର୍ଯ୍ୟ ନକରି ୧ଲକ୍ଷ ୩୨ହଜାର ଟଙ୍କା ବିଲ୍‌ ହୋଇଥିବା କୁହାଯାଇଛି । ପଞ୍ଚାୟତରେ ଏକାଧିକ ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ମାଧ୍ୟମରେ ବହୁ ଅର୍ଥ ହେରଫେର୍‌ ହୋଇଛି । ପଞ୍ଚାୟତର ଅଭିଯୋଗକାରୀ ମାନେ ଯନ୍ତ୍ରୀ ପ୍ରମୋଦ କୁମାର ଶତପଥିଙ୍କୁ ଫୋନ ଯୋଗେ ଡ଼କାଇ ତଥ୍ୟ ମାଗିବାରୁ ସେ କହିଲେ ଏହି ପଞ୍ଚାୟତର ଦାୟିତ୍ୱ ଅଳ୍ପ କିଛି ଦିନ ହେଲା ନେଇଛି । ସମୟ ଦିଅନ୍ତୁ ଏ ସମ୍ପର୍କରେ ରେକର୍ଡ଼ ଯାଞ୍ଚ କରି ସବୁ ତଥ୍ୟ ଦେବି । ଏ ପ୍ରକାର ପ୍ରତିଶ୍ରୁତି ପାଇ ପଞ୍ଚାୟତର ଅଭିଯୋଗକାରୀ ମାନେ ଶାନ୍ତ ହୋଇଥିଲେ । ଏଥିପୂର୍ବରୁ ମାଳତେନ୍ତୁଳିଆ ଗ୍ରାମପଞ୍ଚାୟତକୁ ଯୋଗାଇ ଦିଆଯାଉଥିବା ଯୋଗାଣ ସାମଗ୍ରୀ ଠିକ୍‌ ଭାବେ ବଣ୍ଟନ ନକରିବା ସହ ନଭେମ୍ବର ମାସର ରାସନ ସାମଗ୍ରୀ ମିଳିନଥିବା ଅଭିଯୋଗ ଆଣି ପାଟିତୁଣ୍ଡ ହୋଇଥିଲା । କମ୍‌ ସାମଗ୍ରୀ ଦେଇ ଅଧିକା ଲେଖିବା ଅଭିଯୋଗ ବି ହୋଇଛି । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ହେମନ୍ତ କୁମାର ପ୍ରଧାନ ଓ ଯୋଗାଣ ସହାୟକ ଜୟସେନ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ୧୫୩ କ୍ୱିଣ୍ଟାଲ୍‌, ରାଜ୍ୟ ସୁରକ୍ଷା ଯୋଜନାରେ ୧୮କ୍ୱିଣ୍ଟାଲ୍‌, କିରୋସିନି ୨୬୦୦ଲିଟର, ଗହମ ଇତ୍ୟାଦି ଠିକ୍‌ ଭାବେ ଦିଆଯାଉନି । ଅନ୍ୟପକ୍ଷରେ ସରପଞ୍ଚ ପ୍ରତିନିଧି ନରହରି ପ୍ରଧାନଙ୍କ ଯୋଗାଯୋଗ କରିବାର କୌଣସି ଦୁର୍ନୀତି ହୋଇନାହିଁ । ସେମାନେ ଆମ ଦଳରେ ଥିଲେ ଆମ ସହ ମିଶି ପଞ୍ଚାୟତ ନିର୍ବାଚନରେ କାମ କରୁଥିଲେ । ବର୍ତ୍ତମାନ ସାଧାରଣ ନିର୍ବାଚନରେ ଅନ୍ୟ ଦଳକୁ ସମର୍ଥନ କରିଛନ୍ତି । ବର୍ତ୍ତମାନ ଏପରି ଅଭିଯୋଗ ଆଣିବା ଠିକ୍‌ ନୁହେଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା

ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା

Read More...

କମଲ ହାସନଙ୍କୁ ମିଳିଲା ଜାମିନ

କମଲ ହାସନଙ୍କୁ ମିଳିଲା ଜାମିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page