ରାଜଧାନୀରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦଦ ନାରା

January 24, 2021, ଦେଶ, , Anupambharat News Bureau


ରାଜଧାନୀରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦଦ ନାରା
Anupambharat News Bureau
January 24, 2021


ନୂଆଦିଲ୍ଲୀ: ଆଉ ଦିନକ ପରେ ଜାନୁଆରୀ ୨୬ ତଥା ପାଳିତ ହେବ ଗଣତନ୍ତ୍ର ଦିବସଛ ଏଥିପାଇଁ ରାଜଧାନୀ ଦିଲ୍ଲୀରେ ପୁରା ପ୍ରସ୍ତୁତି ଜୋରସୋରରେ ଚାଲିଛି । ଫୁଲଡ୍ରସ ରିହର୍ସାଲ ମଧ୍ୟ ସରିଛି । ଏହାରି ଭିତରେ ରାଜଧାନୀର ରାଜରାସ୍ଥାରେ ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ‘ପାକିସ୍ତାନ ଜିନ୍ଦାବାଦଦ ନାରା ଶୁଭିଛିଛ ନୂଆଦିଲ୍ଲୀର ଖାନ ମାର୍କେଟ ସ୍ଥିତ ପିଏସ୍‌ ତୁଗଲକ ରୋଡ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୁବୃର୍ତ୍ତ ଏହି ନାରା ଦେଇଛନ୍ତି ।
ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବରିଷ୍ଠ ଅଧିକାରୀଙ୍କ ସହ ତଦନ୍ତ ଅଧିକାରୀ ମଧ୍ୟ ପହଞ୍ଚି ଯାଂଚ ଆରମ୍ଭ କରିଛନ୍ତି । ଏହି ଘଟଣାରେ ପୁଲିସ ୩ ଯୁବକ ଏବଂ ୩ ଯୁବତୀଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ଜାରି ରଖିଛି । ପୁଲିସ ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।
ପ୍ରାୟ ରାତି ୧ଟା ବେଳେ ପିଏସ ତୁଗଲକ ରୋଡରେ କିଛି ବ୍ୟକ୍ତି ପାକିସ୍ତାନ ଜିନ୍ଦାବାଦ ନାରା ଲଗାଉଥିବା ପୁଲିସକୁ ସୂଚନା ମିଳିଥିଲା । ଏହାପରେ ପୁଲିସ ଆକ୍ସନ ମୋଡକୁ ଆସି ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ୩ଯୁବକ ଓ ୨ଯୁବତୀ ଓ ଜଣେ ନାବାଳିକା ଥିଲେ । ସେଠାରେ ସେମାନଙ୍କୁ ପୁଲିସ ପଚରା ଉଚରା କରିଥିଲା । ପଚରାଉଚରାରୁ ଜଣାପଡିଥିଲା ଯେ ଏହି ୬ଜଣ ଇଣ୍ଡିଆ ଗେଟ୍‌ ବୁଲିବାକୁ ଆସିଥିଲେ । ସେମାନେ ୟୁଲୁ ବାଇକ ଭଡାରେ ନେଇ ବାଇକ୍‌ ରେସ୍‌ କରୁଥିଲେ ଏବଂ ପରସ୍ପରଙ୍କ ନାଁ ଭିନ୍ନ ଭିନ୍ନ ଦେଶର ନାଁ ଆଧାରରେ ରଖିଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କ ନାଁ ‘ପାକିସ୍ତାନଦ ରଖାଯାଇଥିଲା ।
ତାଦର ସାହାସ ବାଇବା ପାଇଁ ସେମାନେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ବୋଲି ସୂଚନା ମିଳିଛି । ସେପେଟେ ଜାନୁଆରୀ ୨୬ରେ ଆତଙ୍କୀ ସଂଗଠନମାନେ ଦିଲ୍ଲୀ, ଅଯୋଧ୍ୟା ଓ ବୌଦ୍ଧଗୟାରେ ଆତଙ୍କୀ ଆକ୍ରମଣରେ ନେଇ ଯୋଜନା କରୁଛନ୍ତି । ଯାହାର ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଏକ ଗ୍ରୁପ ଦେଶରେ ଏହି ସବୁ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । ରୋହିଙ୍ଗ୍ୟା ସଂଗଠନର ଏକ ଗ୍ରୁପ ଦେଶରେ ଲୁଚି ରହିଥିବା କିଛି ଆତଙ୍କୀ ସଂଗଠନ ସହ ହାତ ମିଶାଇଛନ୍ତି ଦେଶରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ଫାଇଦା ନେଇ ବଡଧରଣର ଆକ୍ରମଣ କରାଯାଇପାରେ । ସୁରକ୍ଷା ଏଜେନ୍ସିକୁ ଏହାର ଗୁଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀ ସମେତ ଅଯୋଧ୍ୟା ଓ ବୌଦ୍ଧଗୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସମେତ ସମସ୍ତ ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏସଂପର୍କରେ ସୂଚନା ଦେଇଛି । ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଜିନନ୍ଦାବାଦ ନାରା ଲାଗିଛି । ନୂଆ ଦିଲ୍ଲୀର ଖାନ୍‌ ମାର୍କେଟ ମୋଟ୍ରୋ ଷ୍ଟେସନ ବାହାରେ ଏହି ନାରା ଲାଗିଥିଲା ।
ସୂଚନା ମିଳିବା ପରେ ପୋଲିସ ଆକ୍ସନ ମୋଡକୁ ଆସି ତଦନ୍ତ ଆରମ୍ଭ କରିଛି । ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ପହଁଚିଛନ୍ତି । ବିଳମ୍ବିତ ରାତ୍ରରେ ଏହି ନାରା ଲଗାଯାଇଥିଲା । ନାରା ଲଗାଇବା ଅଭିଯୋଗରେ ପୋଲିସ ୩ ଯୁବକ ଓ ୩ ଯୁବତୀଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା କରାଯାଉଛି । ମାମଲ ବାବଦରେ ପୋଲିସ ବଡ କିଛି ଖୁଲାସା କରିପାରେ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ପିଏସ ତୋଗଲକ ରୋଡରେ ରାତି ପ୍ରାୟ ୧ଟା ବେଳେ ପୋଲିସକୁ କିଛି ବ୍ୟକ୍ତି ପାକିସ୍ତାନ ସପକ୍ଷରେ ନାରା ଲଗାଇଥିବା ସୂଚନା ମିଳିଥିଲା । ଏହାପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ସେଠାରେ ୩ ଯୁବକ, ୨ ଯୁବତୀ ଓ ଜଣେ ନାବାଳିକା ଥିଲେ । ସେମାନଙ୍କୁ ପଚରାଉଚୁରା ବେଳେ ସେମାନେ ଇଣ୍ଡିଆ ଗେଟ୍‌ ବୁଲିବାକୁ ଆସିଥିବା କହିଥିଲେ । ସେମାନେ ବାଇକ୍‌ ରେସ୍‌ କରିଥିଲେ । ଏହି ସମୟରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ବୋଲି ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ-ଚୀନ୍‌ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା

ଭାରତ-ଚୀନ୍‌ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା

Read More...

ଦେଶରେ ୪ ରାଜଧାନୀ ହେବା ଉଚିତ : ମମତା

ଦେଶରେ ୪ ରାଜଧାନୀ ହେବା ଉଚିତ : ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page