ଦେଶରେ ୪ ରାଜଧାନୀ ହେବା ଉଚିତ : ମମତା

January 23, 2021, ଦେଶ, , Anupambharat News Bureau


ଦେଶରେ ୪ ରାଜଧାନୀ ହେବା ଉଚିତ : ମମତା
Anupambharat News Bureau
January 23, 2021


କୋଲକାତା : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଶାସକ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରତିଦ୍‌ନ୍ଦିତା ହେବାକୁ ଯାଉଛିଛ ଏବେଠୁ ଉଭୟ ଦଳର ନେତାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଦେଶର ରାଜଧାନୀ କେବଳ ଦିଲ୍ଲୀ କଣ ପାଇଁ ରହିବ ।
ଦେଶର ଚାରି କୋଣରେ ଚାରି ରାଜଧାନୀ ହେବା ଉଚିିଛ ବାନାର୍ଜୀ ନିଜ ସାଂସଦଙ୍କୁ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଦିଲ୍ଲୀରେ ଅଧିକାଂଶ ଲୋକ ବାହାରର ଅଟନ୍ତି । କୋଲକାତାରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିକ ଏକ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, ସମୟ ଥିଲା କୋଲକାତା ଦେଶର ରାଜଧାନୀ ଥିଲା ।
ତେଣୁ ଦେଶର ଏହି ସହରକୁ ରାଜଧାନୀ କଣ ପାଇଁ ଘୋଷଣା କରାଯାଇ ପାରିବ ନାହିଁ ? କୋଲକାତାକୁ ଦେଶର ଦ୍‌ିତୀୟ ରାଜଧାନୀ କରିବାକୁ ପଡିବ ବୋଲି ମମତା କହିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସେହି ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ଶନିବାର ଛଅ ଘଣ୍ଟିଆ କୋଲକାତା ଗସ୍ତରେ ଆସୁଛନ୍ତି । ମମତା ବାନାର୍ଜୀ ଟିଏମସି ସାଂସଦଙ୍କୁ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି ଯେ, କଣ ପାଇଁ ଦେଶରେ ଗୋଟିଏ ରାଜଧାନୀ ରହିବ ? ଦେଶର ପ୍ରତି କୋଣରେ ଗୋଟିଏ ରାଜଧାନୀ ହେବା ଉଚିତ ଏବଂ ମୋଟ୍‌ ୪ ରାଜଧାନୀ ହେଉ । ସଂସଦର ସମସ୍ତ ଅଧିବେଶନ ରାଜଧାନୀରେ ଆୟୋଜିତ କରାଯାଉ । ମମତା ଏହା ମଧ୍ୟ କହିଛନ୍ତି, ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ, କର୍ଣ୍ଣାଟକ କିମ୍ବା କେରଳରେ ମଧ୍ୟ ଗୋଟିଏ ରାଜଧାନୀ ହେବା ଉଚିତ । ପରବର୍ତ୍ତୀ ରାଜଧାନୀ ଉତ୍ତର ପ୍ରଦେଶ, ପଞ୍ଜାବ କିମ୍‌ା ରାଜସ୍ଥାନରେ ରହିବା ଉଚିତ । ସେହି ପରି ବିହାର, ଓଡିଶା କିମ୍ବା କୋଲକାତାରେ ହେବା ଉଚିିତ ବୋଲି ମମତା କହିଛନ୍ତି ।
ଉଲ୍ଲେଖଥାଉକି, ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଦମ୍‌ ଦେଖାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନେତାଜୀ ଜୟନ୍ତୀରେ କଲେ ଶକ୍ତି ପ୍ରଦର୍ଶନ । ଦୀର୍ଘ ୬ କିଲୋଟିମର ବ୍ୟାପୀ ଆରମ୍ଭ କଲେ ପଦଯାତ୍ରାଛ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନେତାଜୀ ଜୟନ୍ତୀକୁ ପାଳନ କରିବା ସହିତ ଶ୍ୟାମ ବଜାରରୁ ରେଡ୍‌ ରୋଡ୍‌ ପର୍ଯ୍ୟନ୍ତ ରୋଡ୍‌ ଶୋ’ ଆରମ୍ଭ କରିଛନ୍ତି । ତାଙ୍କର ଏହି ରୋଡ ଶୋ’ରେ ଅନେକ ଟିଏମସି ନେତାମାନେ ମଧ୍ୟ ସାମିଲ ଥିଲେ । ପଶ୍ଚିମବଙ୍ଗରେ ନେତାଜୀଙ୍କ ଜୟନ୍ତୀକୁ ନେଇ ରାଜନୀତି ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ରୋଡ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାକ୍ଷ କରିଛନ୍ତି ।
କେନ୍ଦ୍ର ସରକାର ଏହି ଦିନକୁ ପରାକ୍ରମ ଦିବସର ରୂପେ ପାଳନ କରିବାକୁ ଘୋଷଣା କରିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କି;ୁ ଏହାକୁ ବିରୋଧ କରିଛନ୍ତି । ସେ ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀକୁ ‘ଦେଶନାୟକ ଦିବସ’ ରୂପେ ପାଳନ କରିଛନ୍ତି । ଏକ ବର୍ଷ ଧରି ପଶ୍ଚିମବଙ୍ଗରେ ଏହି ଉତ୍ସବ ପାଳନ ହେବ ବୋଲି ମମତା ଘୋଷଣା କରିଛନ୍ତି । ମମତା କହିଛନ୍ତି, ମୁଁ ପରାକ୍ରମ ଶବ୍ଦକୁ ବୁଝେନି, ମୁଁ ନେତାଜୀଙ୍କ ଦେଶ ପ୍ରେମକୁ ବୁଝିଛି, ନେତାଜୀ ଧର୍ମର ଏକତା ଉପରେ ବିଶ୍ୱାସ କରୁଥିଲେ । ଏଥିପାଇଁ ତାଙ୍କ ଜୟନ୍ତୀକୁ ଦେଶନାୟକ ଦିବସ ରୂପେ ପାଳନ କରାଯିବ ।
କାରଣ ରବିନ୍ଦ୍ର ନାଥ ଟାଗୋର ତାଙ୍କୁ ଏହି ଉପାଧି ଦେଇଥିଲେ । ବିରୋଧୀଙ୍କୁ କଟାକ୍ଷ କରି ମମତା କହିଛନ୍ତି, କିଛି ଲୋକଙ୍କୁ ଠିକ୍‌ ନିର୍ବାଚନ ପୂର୍ବରୁ ନେତାଜୀଙ୍କ କଥା ମନେ ପଡୁଛି । ଅନ୍ୟ ଦିନ ମାନଙ୍କରେ କି;ୁ ଏଭଳି ଭକ୍ତି ଦେଖିବାକୁ ମିଳୁନି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗ ଯାଇ ସେଠାରେ ନେତାଜୀ ଜୟନ୍ତୀ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ଭିକେଫାରିଆ ମେମୋରିଆଲରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେବେ । ସନ୍ଧ୍ୟା ସାଢେ ୬ଟା ବେଳକୁ ଏହି ଉତ୍ସବ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜଧାନୀରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦଦ ନାରା

ରାଜଧାନୀରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦଦ ନାରା

Read More...

ସମ୍ପର୍କୀୟ ଭାଇ ମାଷ୍ଟର ମାଇଣ୍ଡ,  ପ୍ରେମ ବ୍ୟାପାରରୁ ହତ୍ୟା, ପାଞ୍ଚ ଗିରଫ

ସମ୍ପର୍କୀୟ ଭାଇ ମାଷ୍ଟର ମାଇଣ୍ଡ, ପ୍ରେମ ବ୍ୟାପାରରୁ ହତ୍ୟା, ପାଞ୍ଚ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page