ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା

May 21, 2019, ଓଡ଼ିଶା, , Anupambharat News Bureau


ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା
Anupambharat News Bureau
May 21, 2019

ଭଦ୍ରକ,୨୧ା୫(ଅନୁପମ ମିଡିଆ): କଳା ପଲସରରେ ଲୁଟେରା ମାନେ ଲୁଟ କରୁଥିବା ବେଳେ ଏବେ ତରିକା ବଦଳାଇ ବ୍ଲì ପଲସରରେ ଆସି ଲୁଟ କରୁଛନ୍ତି । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧.୨୦ ମିନିଟ ସମୟରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର- ପାଳଦା ପୂର୍ତ ବିଭାଗ ରାସ୍ତାର ପୁରସ୍ତମପୁର ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି । ଧାମନଗର ଥାନା ଅଧିନ ପଳିକିରି ଗ୍ରାମର ବଳରାମ ସାହୁ ନିଜ ଭୋଉଣୀ ନମିତା ଓ ଭଣଜାକୁ ମୋଟର ସାଇକେଲରେ ବସାଇ ଯାଜପୁର ଗୁଡ଼ଦାସପୁରରୁ ଆସୁଥିବା ବେଳେ ପୁରସ୍ତମପୁର ନିକଟରେ ଲୁଟ୍‌ର ଶିକାର ହୋଇଥିଲେ । ଲୁଟେରା ଏକ ବ୍ଲì ରଙ୍ଗର ପଲସର ଗାଡ଼ିରେ ଆସି ନମିତାଙ୍କ ବେକରୁ ସୁନାଚେନ୍‌ ଛିଡ଼ାଇନେଇ ପଳାଇଯାଇଥିଲା । ସ୍ଥାନୀୟ ଲୋକ ମାନେ ଲୁଟେରାର ପିଛା କରିଥିଲେ ମଧ୍ୟ ପାଳଦା ବାଙ୍କ ରାଜପଥକୁ ପଲସର ଛୁଇଁବା ମାତ୍ରେ ଉଭାନ ହୋଇଯାଇଥିଲା । ସୂଚନା ପାଇ ପୋଲିସ ଧର ପକଡ଼ କରିଥବଲେ ମଧ୍ୟ ନିରାଷ ହୋଇଥିଲା । ଖବର ଲେଖାହେବା ଯାଏଁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଆଗରୁ ଲୁଟେରା ମାନେ ରାଜପଥରେ ଲୁଟ୍‌ କରୁଥିବା ବେଳେ ଏବେ ଯୋଗାଯୋଗର ବ୍ୟବସ୍ଥା ଉନ୍ନତ ହେବା ଯୋଗୁ ଲୁଟେରା ମାନେ ଗ୍ରାମ୍ୟ ରାସ୍ତାରୁ ମଧ୍ୟ ଲୁଟ୍‌ କଲେଣି । ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

Read More...

୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page