ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

May 21, 2019, ଓଡ଼ିଶା, , Anupambharat News Bureau


ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ
Anupambharat News Bureau
May 21, 2019

ଅନୁଗୋଳ,୨୧ା୫ (ଅନୁପମ ମିଡ଼ିଆ): ନାଲକୋ କଲୋନୀରେ ବାରମ୍ବାର ଚୋରୀ, ଡ଼କାୟତି, ରାହାଜାନୀ ବଢ଼ିବାରେ ଲାଗିଛି । ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ରୋକିବାରେ ସଫଳ ହୋଇପାରିନାହିଁ । ତେବେ ନାଲକୋରେ ଗତକାଲି ବିଳମ୍ବିତ ରାତିରେ ଜନୈକ ଘରେ ଚୋର ପଶିଥିବା ଜାଣିପାରି ଜଣେ ଯୁବକ ଚୋରମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ଚୋରଙ୍କ ଛୁରା ମାଡ଼ରେ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନାଲକୋ ଏକ୍ସିକ୍ସ ବ୍ୟାଙ୍କ ପଛ ପଟରେ ଏକ ଭଡ଼ା ଘରେ ପରିବାର ନେଇ ରହୁଛନ୍ତି ସିଦ୍ଧନାଥ ଗିରି । ତେବେ ସୋମବାର ବିଳମ୍ବିତ ରାତିରେ କିଛି ଚୋର ତାଙ୍କ ଘରେ ଚୋରୀ ପାଇଁ ଉଦ୍ୟମ କରିଥିଲେ । ମାତ୍ର ସିଦ୍ଧନାଥଙ୍କ ପୁଅ ଆନନ୍ଦ ଚୋର ପଶିବା ଜାଣିପାରି ସେମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ଚୋରମାନେ ତାଙ୍କୁ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଗୁରୁତର ଆନନ୍ଦଙ୍କୁ ଚିକିସିା ପାଇଁ ନାଲକୋ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଏବେ ଭଲ ଥିବାବେଳେ ଆନନ୍ଦର ସାହାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ

ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ

Read More...

ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା

ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page