ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ

February 08, 2021, ଓଡ଼ିଶା, , Anupambharat News Bureau


ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ
Anupambharat News Bureau
February 08, 2021


ପୁରୀ, ୮ା୨(ଅନୁପମ ମିଡ଼ିଆ): ଶ୍ରୀମନ୍ଦିରରୁ କୋଭିଡ଼୍‌ କଟକଣା ପ୍ରତ୍ୟାହାର ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀକ୍ଷେତ୍ରକୁ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ପରେ ସିଂହଦ୍ୱାର ଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରଗତିକୁ କେହି ରୋକିପାରିବେ ନାହିଁ । ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଭଲ କାମକୁ କେହି ଅଟକାଇ ପାରିବେ ନାହିଁ । ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ନିବେଦନ କରାଯିବ । ଏନଏମଏର ପ୍ରସ୍ତାବିତ ଚିଠା ଅଧିନିୟମକୁ ପ୍ରତ୍ୟାହାର ପାଇଁ ଦାବି କରାଯିବ । ଏନଏମଏ ଚିଠା ଅଧିନିୟମ ପ୍ରସଙ୍ଗରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଜାରୀ କରିଥିବା ନୂଆ ଅଧିନିୟମ ସମ୍ପର୍କରେ ସେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେବେ ବୋଲି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରୁ ଆସି ୧୧ଟା ୨ ମିନିଟ୍‌ରେ ପୁରୀ ତାଳବଣିଆ ସ୍ଥିତ ହେଲିପ୍ୟାଡରେ ଅବତରଣ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ଏହି ଗସ୍ତ ବେଳେ ତାଙ୍କ ସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା,କେନ୍ଦ୍ରାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂ,ଏସ୍‌ପି କନୱାର ବିଶାଳ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୌରନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଓ ଉପଜିଲ୍ଳାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତଥିଲେ । ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ତେବେ ଗତକାଲି ପ୍ରସ୍ତାବିତ ବାଇ ଲକୁ ନେଇ ତୁମ୍ବିତୋଫାନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବହୁ ଗୁରୁତ୍ୱ ବହନ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଣିକି ସପ୍ତାହର  ସାତ ଦିନ ଶ୍ରୀଜୀଉ ଦର୍ଶନ

ଏଣିକି ସପ୍ତାହର ସାତ ଦିନ ଶ୍ରୀଜୀଉ ଦର୍ଶନ

Read More...

ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !

ହିଂସାତ୍ମକ ରାଜନୀତି ଆଡକୁ ମୁହାଁଉଛି ଓଡ଼ିଶା !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page