ଏଣିକି ସପ୍ତାହର ସାତ ଦିନ ଶ୍ରୀଜୀଉ ଦର୍ଶନ

February 10, 2021, ଓଡ଼ିଶା, , Anupambharat News Bureau


ଏଣିକି ସପ୍ତାହର  ସାତ ଦିନ ଶ୍ରୀଜୀଉ ଦର୍ଶନ
Anupambharat News Bureau
February 10, 2021

ପୁରୀ, ୧୦ା୨(ଅନୁପମ ମିଡ଼ିଆ): ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ନୂତନ ସ୍ପେଶାଲ ଅପରେଟିଙ୍ଗ ପ୍ରୋସିଜୁ୍ୟର (ଏସଓପି) ଜାରୀ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଏକ ବୈଠକ ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ଡ଼ିସେମ୍ବର ୨୨ରେ ଅନୁଷ୍ଠିତ ବୈଠକରେ ଜାନୁଆରୀ ୧୧ ତାରିଖ ଠାରୁ ଶ୍ରୀମନ୍ଦିର ଖୋଲିବା ନେଇ ଏକ ନିର୍ଦ୍ଦେଶନାମା ଜାରୀ ହୋଇଥିଲା । କୋଭିଡ଼୍‌ର ବର୍ତ୍ତମାନ ସ୍ଥିତିକୁ ଦେଖି ନିର୍ଦ୍ଦେଶନାମାରେ କିଛି ମାତ୍ରାରେ ପରିବର୍ତ୍ତନ କରାଯାଇଛି । ତଦନୁଯାୟୀ, ସପ୍ତାହର ୭ ଦିନ ଯାକ ମନ୍ଦିର ଖୋଲା ରହିବ । ସାନିଟାଇଜ୍‌ ପାଇଁ ରବିବାର ମନ୍ଦିର ଆଉ ବନ୍ଦ ରହିବ ନାହିଁ । ପୁରୀ ସହରବାସୀ ସକାଳ ୬ଟା ଠାରୁ ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁ ମାନେ ମନ୍ଦିର ଭିତର ଓ ବାହାରେ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ହାତ ସାନିଟାଇଜ୍‌ କରି ମନ୍ଦିର ଭିତରେ ପ୍ରବେଶ କରିବେ । ଶ୍ରଦ୍ଧାଳୁ ମାନେ କୋଭିଡ଼୍‌ ନିୟମ ଅନୁଯାୟୀ ଶାରିରୀକ ଦୂରତା ରକ୍ଷା କରିବେ । ମନ୍ଦିର ଭିତରେ କୌଣସି ମୂର୍ତ୍ତିିକୁ ଛୁଇଁ ପାରିବେ ନାହିଁ । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ କିମ୍ବା ନେଇ ଯାଇପାରିବେ ନାହିଁ । ଯଦି ଏହାର ଉଲ୍ଲଂଘନ କରନ୍ତି ବା ଧରାପଡନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ । ମନ୍ଦିର ଭିତରେ ପଲିଥିନ
ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ଭକ୍ତଙ୍କ ହାତରେ ପଲିଥିନ ଥିବା ଦେଖିଲେ ତାଙ୍କୁ ୧୦୦ ଟଙ୍କା ଜୋରିମାନା କରାଯିବ । ମନ୍ଦିର ଭିତରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ଭକ୍ତ ମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିପାରିବେ । ଏହା ସହ ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ସ୍ଥାନରେ ଭକ୍ତ ମାନେ ମହାପ୍ରସାଦ ସେବନ କରିପାରିବେ । ଭକ୍ତ ମାନେ ଜୋତା ଷ୍ଟାଣ୍ଡ ଠାରୁ ଧାଡିରେ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ସେହିପରି ଶ୍ରୀଜୀଉଙ୍କ ଦର୍ଶନ ପରେ ଅନ୍ୟ ତିନି ଦ୍ୱାର ଦେଇ ମନ୍ଦିର ବାହାରକୁ ଫେରିପାରିବେ । ସପ୍ତାହକୁ ତିନି ଦିନ ସାଧାରଣ ଦର୍ଶନ ପରେ ରାତିରେ ମନ୍ଦିର ଭିତର ସାନିଟାଇଜ୍‌ କରାଯିବ । ପରବର୍ତ୍ତି ସ୍ଥିତିକୁ ଦୃଷ୍ଟିରେ ରଖି ଏସଓପିରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘରେ ବସି ପାଇବେ ଲର୍ଣ୍ଣିଂ ଲାଇସେନ୍ସ :  ପରିବହନ ବିଭାଗର ନ’ଅନଲାଇନ୍‌ ସେବା ଶୁଭାରମ୍ଭ

ଘରେ ବସି ପାଇବେ ଲର୍ଣ୍ଣିଂ ଲାଇସେନ୍ସ : ପରିବହନ ବିଭାଗର ନ’ଅନଲାଇନ୍‌ ସେବା ଶୁଭାରମ୍ଭ

Read More...

ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ

ପ୍ରଗତିକୁ କେହି ରୋକି ପାରିବେନି:ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page