କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି

February 10, 2021, ଦେଶ, , Anupambharat News Bureau


କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି
Anupambharat News Bureau
February 10, 2021


ଭୁବନେଶ୍ୱର, ୧୦ା୨(ଅନୁପମ ମିଡ଼ିଆ): ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାରଠାରେ ଚଳିତ ବର୍ଷର କୁମ୍ଭମେଳା ଆସନ୍ତା ୨୭ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ସାଂପ୍ରତିକ କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ମେଳାକୁ ଆସିବାକୁ ଥିବା ସମସ୍ତ ରାଜ୍ୟର ଯାତ୍ରୀମାନଙ୍କ ନିମନ୍ତେ ମାର୍ଗ ଦର୍ଶିକା ଜାରି କରାଯାଇଛି । ଏ ସମ୍ପର୍କରେ ଭାରତ ସରକାରଙ୍କ ମାର୍ଗଦର୍ଶିକାଙ୍କୁ ଆଧାର କରି ଉତ୍ତରାଖଣ୍ଡ ରାଜ୍ୟ ସରକାର, ଓଡିଶା ରାଜ୍ୟ ସରକାରଙ୍କୁ ଦେଇଥିବା ପତ୍ରରେ ସବିଶେଷ ଗାଇଡ୍‌ଲାଇନ୍‌ ଉଲ୍ଲେଖ କରିଛନ୍ତି । ମାର୍ଗ ଦର୍ଶିକା ଅନୁସାରେ କୁମ୍ଭମେଳାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ,୧୦ ବର୍ଷରୁ କମ୍‌ ପିଲା, ମଧୁମେୟ, ଉଚ୍ଚ ରକ୍ତଚାପ, ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ବ୍ୟକ୍ତି ଏବଂ ଗର୍ଭବତୀଙ୍କୁ ଦର୍ଶନ ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦର୍ଶନାର୍ଥୀ ବା ତୀର୍ଥଯାତ୍ରୀମାନେ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରମାଣପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି । ସେମାନେ କୁମ୍ଭମେଳାରେ ପ୍ରବେଶ ସମୟରେ ୭୨ ଘଣଫା ମଧ୍ୟରେ କୋଭିଡ୍‌-୧୯ ନେଗେଟିଭ୍‌ ରହିଥିବା ଆର୍‌ଟିପିସିଆର ପରୀକ୍ଷା ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ଦାଖଲ କରିବେ । କୁମ୍ଭମେଳାକୁ ଆସିବା ପୂର୍ବରୁ ସେମାନେ ଉତ୍ତରାଖଣ୍ଡ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ହେବ ଓ ସବୁ ସମୟରେ ସେମାନେ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବେ ।କୁମ୍ଭମେଳାରୁ ନିଜ ରାଜ୍ୟକୁ ଫେରିବା ପରେ ସେମାନେ ପୁନଶ୍ଚ କୋଭିଡ୍‌ ପରୀକ୍ଷା କରାଇବେ ବା ରାଜ୍ୟ ସରକାରଙ୍କ ସକ୍ରିୟ ତଦାରଖ ବ୍ୟବସ୍ଥାର ସମ୍ମୁଖୀନ ହେବାରେ ସହଯୋଗ କରିବେ । କୁମ୍ଭମେଳାରେ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଏହି ସମୟରେ ପଡୁଥିବା ବିଭିନ୍ନ ପବିତ୍ର ତିଥି ଯଥା ୨୭ରେ ମାଘ ପୂର୍ଣ୍ଣିମା, ମାର୍ଚ୍ଚ ୧୧ରେ ମହା ଶିବରାତ୍ରୀ, ଏପ୍ରିଲ ୧୨ରେ ସୋମବତୀ ଅମାବାସ୍ୟା, ଏପ୍ରିଲ ୧୪ରେ ବୈðଶାଖୀ ପର୍ବ, ଏପ୍ରିଲ ୨୧ରେ ରାମ ନବମୀ ଓ ଏପ୍ରିଲ ୨୭ରେ ଚୈðତ୍ର ପୂର୍ଣ୍ଣିମାରେ ଏଠାରେ ପାଖାପାଖି ୫୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି । ଏହି ଦିନ ମାନଙ୍କରେ ହରିଦ୍ୱାରର ‘ହର କି ପୋððଡି ଘାଟ’ ଏବଂ ହରିଦ୍ୱାରଠାରେ ଲକ୍ଷ ଲକ୍ଷ ଭକ୍ତ ପବିତ୍ର ସ୍ନାନ କରିଥାନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ଆଗରେ ମୁଣ୍ଡ ନୁଆଁଇବି ନାହିଁ: ମମତା

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ଆଗରେ ମୁଣ୍ଡ ନୁଆଁଇବି ନାହିଁ: ମମତା

Read More...

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page