ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

February 10, 2021, ଓଡ଼ିଶା, , Anupambharat News Bureau


ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
Anupambharat News Bureau
February 10, 2021


ଭୁବନେଶ୍ୱର, ୧୦ା୨(ଅନୁପମ ମିଡ଼ିଆ): ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ୧୨ ତାରିଖ ମଧ୍ୟରାତ୍ରୀ ଯାଏଁ ଫର୍ମ ପୂରଣ କରିପାରିବେ । ଯଦି କୌଣସି ପିଲା ଫର୍ମ ପୂରଣ କରି ନଥିବେ, ତା’ହେଲେ ଅନୁଷ୍ଠାନର ମୁଖ୍ୟ ସେମାନଙ୍କ ପାଇଁ ସେହି କାର୍ଯ୍ୟ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ, ଗତ ଜାନୁଆରୀ ୧୦ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ଆରମ୍ଭ ହୋଇଥିଲା । ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ ୨ ତାରିଖ ରହିଥିବା ବେଳେ ଏହାକୁ ପ୍ରଥମେ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବୁଧବାର ଏହାକୁ ଆଉ ଦୁଇ ଦିନ ପାଇଁ ବଢାଯାଇଛି । ଆସନ୍ତା ମଇ ୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ । ଏହା ୧୫ ତାରିଖ ଯାଏ ଚାଲିବ । ପ୍ରଥମ ଦିନ ମାତୃଭାଷା , ୫ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ୭ ତାରିଖରେ ହିନ୍ଦୀ, ୮ରେ ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ
ବିଜ୍ଞାନ ପରୀକ୍ଷା ହେବ । ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବ ଓ ୧୦ଟାରେ ଶେଷ ହେବ । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍‌ ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି

କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି

Read More...

ଘରେ ବସି ପାଇବେ ଲର୍ଣ୍ଣିଂ ଲାଇସେନ୍ସ :  ପରିବହନ ବିଭାଗର ନ’ଅନଲାଇନ୍‌ ସେବା ଶୁଭାରମ୍ଭ

ଘରେ ବସି ପାଇବେ ଲର୍ଣ୍ଣିଂ ଲାଇସେନ୍ସ : ପରିବହନ ବିଭାଗର ନ’ଅନଲାଇନ୍‌ ସେବା ଶୁଭାରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page