ପଞ୍ଜାବରେ କଂଗ୍ରେସର ବାଜିମାତ୍‌

February 17, 2021, ଦେଶ, , Anupambharat News Bureau


ପଞ୍ଜାବରେ କଂଗ୍ରେସର ବାଜିମାତ୍‌
Anupambharat News Bureau
February 17, 2021


ଚଣ୍ଡୀଗଡ: ପଞ୍ଜାବରେ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି । କୃଷି ଆଇନକୁ ଜୋରଦାର ବିରୋଧ କରୁଥିବା ପଞ୍ଜାବରେ କଂଗ୍ରେସକୁ ବିପୁଳ ସମର୍ଥନ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଫଳାଫଳରେ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ।
ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି । ମହାନଗର ନିର୍ବାଚନରେ ବିଜେପି ଢେର ପଛରେ ରହିଯାଇଛି । ଅନେକ ସ୍ଥାନରେ ଅମାନତ ହରାଇଛି ବିଜେପି । ନିର୍ବାଚନରେ ମୋଟ ୨୨୫୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ପଞ୍ଜାବର ଅମୃତସର ଜିଲ୍ଲାରେ ମୋଟ ୫୮ଟି ୱାଡ୍‌ ମଧ୍ୟରୁ କଂଗ୍ରେସ ୪୦ଟି, ଅକାଳୀ ଦଳ ୨୫ଟି ଏବଂ ୩ଟି ସିଟ୍‌ରେ ସ୍ୱାଧୀନ ପ୍ରାର୍ଥି ବିଜୟ ହାସଲ କରିଥିବା ବେଳେ ବିଜେପି ଖାତା ଖୋଲିପାରିନାହିଁ ଏବଂ ଆଗାମୀ ନିର୍ବାଚନରେ ମଧ୍ୟ ଜିତିବା କଷ୍ଟକର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପେଟ୍ରୋଲ୍‌ ଲିଟର ୧୦୦ ଟପିଲା

ପେଟ୍ରୋଲ୍‌ ଲିଟର ୧୦୦ ଟପିଲା

Read More...

ଆଶାରାମ ଅସୁସ୍ଥ

ଆଶାରାମ ଅସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page