ହାଜତକୁ ଗଲେ ଦିଶା

February 19, 2021, ଦେଶ, , Anupambharat News Bureau


ହାଜତକୁ ଗଲେ ଦିଶା
Anupambharat News Bureau
February 19, 2021


ନୂଆଦିଲ୍ଲୀ,୧୯ା୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଚାଷୀମାନେ ଯେଉଁ ଆନ୍ଦୋଳନ ଜାରି ରଖିଛନ୍ତି, ଏଭଳି ସ୍ଥିତିରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ଯୋଗୁଁ ଜନୈକା ଜଳବାୟୁ ସେ୍ୱଚ୍ଛାସେବୀ ଦିଶା ରବିଙ୍କୁ ଆଜି ପାଟିଆଲା ହାଉସ୍‌ କୋର୍ଟ ପକ୍ଷରୁ ତିନି ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଟୁଲ୍‌ କିଟ୍‌ ପ୍ରସଙ୍ଗ ମାମଲାରେ ୨୧ ବର୍ଷ ବୟସ୍କା ଦିଶାଙ୍କୁ ଚାଷୀଙ୍କ ଆନ୍ଦୋଳନରେ ପରୋକ୍ଷ ଭାବରେ ସହାୟତା କରିଥିବା ସହିତ ଚାଷୀଙ୍କୁ ଉତ୍ସାହିତ କରିଥିବା ଯୋଗୁଁ ତାହାଙ୍କୁ ଜେଲ୍‌ ପଠାଇ ଯାଇଛି । ଅତ୍ୟନ୍ତ ସମ୍ବେଦନଶୀଳକ ମନ୍ତବ୍ୟ ଦେଇ ଚାଷୀ ଆନ୍ଦୋଳନକୁ ସେ ସହମତି ପ୍ରଦାନ କରିଥିଲେ ବୋଲି ଦିଶାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ତେବେ ମନ୍ତବ୍ୟକୁ ପ୍ରତ୍ୟାହାର କରାଯାଇଛି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ଦିଲ୍ଲୀ କୋର୍ଟ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ତଦନ୍ତ ଚାଲିଥିବା ଯୋଗୁଁ କୌଣସି ତଥ୍ୟ ପ୍ରଚାର ପ୍ରସାର କରାଯାଇପାରିବ ନାହିଁ । ଦିଲ୍ଲୀ ପୋଲିସ ମଧ୍ୟ ସତ୍ୟପାଠ ଦାଖଲ କରିଥିଲା ଯେ, ଏହା କୌଣସି ଗଣମାଧ୍ୟମକୁ ତଥ୍ୟ ପ୍ରଘଟ କରିନାହାଁନ୍ତି । ସୂଚନା ଯେ, ଦିଶା ମାନ୍ୟବର କୋର୍ଟକୁ ନିବେଦନ କରିଛନ୍ତି ଯେ, ତାହାଙ୍କ ବିରୁଦ୍ଧରେ ଯେଉଁ ଏତଲା ରୁଜୁ କରାଯାଇଛି, ଏ ସମ୍ପର୍କରେ କୌଣସି ତଥ୍ୟ ପୋଲିସ ଗଣମାଧ୍ୟମକୁ ଜଣାଇବେ ନାହିଁ । ଏ ସମ୍ପର୍କରେ ମାନ୍ୟବର କୋର୍ଟ ଶୁଣାଣି କରୁଛନ୍ତି ।
ପୋଲିସ ପକ୍ଷରୁ ତାଙ୍କୁ ଆଉ କିଛିଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଆକାଶ ଜୈନ ପୁଲିସର ଆବେଦନକୁ ଗ୍ରହଣ କରିବା ସହ ଦିଶାଙ୍କୁ ଆଉ ୩ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଥିଲେ । ଏହି ଶୁଣାଣି ଅବସରରେ ସରକାରୀ ଓକିଲ ଇରଫାନ ଅହମ୍ମଦ କହିଥିଲେ ଯେ ଆସନ୍ତା ମଙ୍ଗଳବାର ଅର୍ଥାତ ଫେବୃଆରୀ ୨୨ରେ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ସହଅଭିଯୁକ୍ତ ଶାନ୍ତନୁ ମୁଲୁକଙ୍କୁ ନୋଟିସ ଜାରି କରାଯାଇଛି । ସେ କହିଛନ୍ତି ଯେ ଜେରା ସମୟରେ ଦିଶା ନିଜର ଦୋଷ ଅନ୍ୟ ଅଭିଯୁକ୍ତମାନଙ୍କ ଉପରେ ଲଦିବାକୁ ଚେଷ୍ଟା କରିଥିଲା । ବରିଷ୍ଠ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ ଦିଶା ପକ୍ଷରୁ ମାମଲା ଲଢୁଛନ୍ତି । ଆସନ୍ତାକାଲି ଦିଶାଙ୍କ ଜାମିନ ଆବେଦନର ବିଚାର ସେସନ୍ସ କୋର୍ଟରେ ହେବ । ୨୧ ବର୍ଷୀୟ ଦିଶାଙ୍କୁ କୃଷି ଆନ୍ଦୋଳନରେ ବ୍ୟବହୃତ ବିବାଦୀୟ ଟୁଲ କିଟ୍‌ ସମ୍ପାଦନା ପାଇଁ ବାଙ୍ଗାଲୁରୁଠାରୁ ଗିରଫ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ

Read More...

ଆଶିଷ ସିଂହ ଅବକାରୀ କମିଶନର

ଆଶିଷ ସିଂହ ଅବକାରୀ କମିଶନର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page