ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ

February 20, 2021, ଦେଶ, , Anupambharat News Bureau


ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ
Anupambharat News Bureau
February 20, 2021


ବିଜନୋର: ନଜୀବାବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାହାଘର ପରେ ବିଦା ହୋଇ ଶାଶୁ ଘରକୁ ଫେରୁଥିବା ବେଳେ ଏକ ମର୍ମ;ୁଦ ସଡକ ଦୁର୍ଘଟଣାରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ କାରରେ ଥିବା ବର ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ୧୬ ବର୍ଷୀୟା ପୂଜାଙ୍କର ବିବାହ ଗତ ବୁଧବାର ଦିନ ହୋଇଥିଲା । ତେବେ ପରମ୍ପରା ଅନୁଯାୟୀ ବାହାଘରର ତୃତୀୟ ଦିନ ଅର୍ଥାତ ଶୁକ୍ରବାର ଦିନ ଝିଅ-ଜ୍ୱାଇଁ ବିଦା ହୋଇଥିଲେ । ଉଭୟ ବରର ପୌତୃକ ଘର ମୋଚୀପୁର ଯାଉଥିଲେ । ତେବେ ରାୟପୁର ନିକଟରେ ଦୃତ ଗତିରେ ଆସୁଥିବା ଅଜଣା ଟ୍ରାକଫର ତାଙ୍କ କାରକୁ ଧMା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କନ୍ୟା ପୂଜାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ କାରରେ ଥିବା ବର ଏବଂ ୬ ଜଣ ପରିବାର ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରାକଫରକୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ ।
ଘରର ନୂଆ ବୋହୂର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ଘଟଣାକୁ ନେଇ କାର ଚାଳକ ତନ୍ମୟ କହିଛନ୍ତି, ‘ଆମେ କାରରେ ଫେରୁଥିଲୁ । ସାମ୍ନାପଟୁ ଦୃତଗତିରେ ଆସୁଥିବା ଟ୍ରାକଫର ପ୍ରଥମେ ଧMା ଦେଇଥିଲା ଯାହାଫଳରେ କାର ଭିତରେ ସମସ୍ତେ ଫସିରହିଥିଲେ । କାହାରିକୁ ଉଦ୍ଧାର କରିବା ମଧ୍ୟ ସକ୍ଷମ ହୋଇନଥିଲା । ବିଳମ୍ବ ହେବାରୁ ନବବଧୂଙ୍କର ମୃତ୍ୟୁ ହୋଇଯାଇଥିଲା ।’ ତେବେ ଏତେ କମ୍‌ ବୟସରୁ ବାହା କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା ଏବେ ସେଠାକାର ପ୍ରକାଶନ ଉପରେ କଥା ଉଠିଥିବା ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

Read More...

ହାଜତକୁ ଗଲେ ଦିଶା

ହାଜତକୁ ଗଲେ ଦିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page