ଗୃହରେ ଧାନ କିଣା ଝଡ଼

February 20, 2021, ଓଡ଼ିଶା, , Anupambharat News Bureau


ଗୃହରେ ଧାନ କିଣା ଝଡ଼
Anupambharat News Bureau
February 20, 2021


ଭୁୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ଚାଷୀ ମାନଙ୍କର ଉପିାଦିତ ଧାନ କିଣା ସମସ୍ୟାକୁ ନେଇ ଆଜି ବିଧାନସଭାରେ ଆଜି ତୃତୀୟ ଦିନ ଗୃହରେ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା । ହଟ୍ଟଗୋଳ କାରଣରୁ ଗୃହର ପ୍ରଥମାର୍ଦ୍ଧ ବୈଠକ ମାତ୍ର ଆଠ ମିନିଟ ପାଇଁ ଚାଲିଥିବା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇ ପାରି ନଥିଲା । ଧାନ କିଣା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଲାଗି କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ କାର୍ଯ୍ୟ ସୂଚୀରେ ସ୍ଥାନ ପାଇ ନଥିବାରୁ ସମ୍ପୃକ୍ତ ଦଳର ସଦସ୍ୟ ମାନେ ଉଦବେଗ ପ୍ରକାଶ କରିବା ସହ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧାନ କିଣା ସମ୍ପର୍କରେ ବିବୃତି ଉପସ୍ଥାପନ କରିଥିଲେ । ହଟ୍ଟଗୋଳ କାରଣରୁ ବିଧାନସଭା ବାଚସ୍ପତି ପ୍ରଥମେ ୧୦.୩୩ରୁ ୧୧.୩୦ ଓ ପରେ ୧୧.୩୫ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ ।
ପ୍ରଥମାର୍ଦ୍ଧ ଭଳି ଦ୍ୱିତୀୟାର୍ଦ୍ଧ ବୈଠକରେ ମଧ୍ୟ ଧାନ କିଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡିକ ପକ୍ଷରୁ ପୁଣି ହଟ୍ଟଗୋଳ କରାଯାଇଥିଲା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଇଥିବା ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ ନେତା ଏହାର କପିକୁ ଚିରି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଫୋପାଡିଥିଲେ । ପରେ ପରେ ଅନ୍ୟ ବିରୋଧୀ ଦଳ ସଭ୍ୟମାନେ ବିବୃତି କାଗଜକୁ ଚିରି ଫୋପାଡିଥିଲେ । ସର୍ବଦଳୀୟ ବðଠକ ପରେ ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ ସୋମବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଧାନ କିଣା ସମ୍ପର୍କରେ ୨ ଘଣ୍ଟା (୧୧ଟା ,୩୦ରୁ ୧ଟା ୩୦ ଯାଏଁ) ଆଲୋଚନା କରାଯିବ । ଦ୍ୱିତୀୟାର୍ଦ୍ଧ ବୈଠକରେ ବଜେଟ୍‌ ଉପସ୍ଥାପନ ହେବ । ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ମାନେ ଚାଷୀ ମାନଙ୍କ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ । ସେମାନେ ସରକାର ବିରୋଧୀ ନାରାବାଜୀ କରୁଥିବା ଓ ହାତରେ ପ୍ଲାକାର୍ଡ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବାଚସ୍ପତି ସେମାନଙ୍କୁ ନିଜ ନିଜ ସିଟକୁ ଯାଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ହେଁ ଏହାର କୌଣସି ପ୍ରଭାବ ତାଙ୍କ ଉପରେ ପଡି ନ ଥିଲା ଓ ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ନିରୁପାୟ ହୋଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ୧୧.୩୦ରେ ଗୃହର ବୈଠକ ଆରମ୍ଭ ପରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧାନ କିଣା ସମ୍ପର୍କରେ ବିବୃତି ବିବୃତି ଦେଇଥିଲେ । ତେବେ ବିରୋଧୀ ହଟ୍ଟଗୋଳ ଜାରୀ ରଖିଥିଲେ । ଏହା ପରେ ବାଚସ୍ପତି ୧୧.୩୫ରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ମାତ୍ରେ ଧାନ କିଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡିକ ପକ୍ଷରୁ ପୁଣି ହଟ୍ଟଗୋଳ କରାଯାଇଥିଲା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଇଥିବା ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ ନେତା ଏହାର କପିକୁ ଚିରି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଫୋପାଡିଥିଲେ । ପରେ ପରେ ଅନ୍ୟ ବିରୋଧୀ ଦଳ ସଭ୍ୟମାନେ ବିବୃତି କାଗଜକୁ ଚିରି ଫୋପାଡ଼ିଥିିଲେ । କଂଗ୍ରେସ ନେତା ନରସିଂହ ମିଶ୍ର କ୍ଷୋଭ ପ୍ରକାଶ କରି କହିଥିଲେ ଯେ ବିଜେପି ଓ କଂଗ୍ରେସ ଧାନ କିଣା ପ୍ରସଙ୍ଗରେ ମୋସନ ୍‌ଓ ମୁଲତବୀ ପ୍ରସ୍ତାବ ଦେଇଥିଲେ । ତାକୁ ଗ୍ରହଣ କରାଗଲା ନାହିଁ । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ସରକାର ଡରୁଛନ୍ତି । ଚାଷୀଙ୍କୁ କିପରି ନ୍ୟାୟ ମିଳିବ ସେଥିପାଇଁ ସ୍ୱତନ୍ତ୍ର ଭାବେ ଆଲୋଚନା କରିବାପାଇଁ ସୁଯୋଗ
ଦିଆଯାଉ । ଗୃହର ଉଦବେଗକୁ ଲକ୍ଷ୍ୟ କରିବାଚସ୍ପତି ଏହା ଉପରେ ମତାମତ ରଖିବାପାଇଁ ବିରୋଧୀ ଦଳର ଅନ୍ୟାନ୍ୟ ସଭ୍ୟମାନଙ୍କୁ ସୁଯୋଗ ଦେଇଥିଲେ । ସେମାନେ ଉଭୟ କଂଗ୍ରେସ ଓ ବିରୋଧୀ ଦଳ ନେତାଙ୍କ ଯୁକ୍ତିକୁ ସମର୍ତନ କରି ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଥିଲେ । ଏହାକରାନଗଲେ ଇତିହାସ ଆପଣଙ୍କୁ କ୍ଷମା ଦେବେ ନାହିଁ ବୋଲି କହିଥିଲେ ।
ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ ବିଭାଗୀୟ ମନ୍ତ୍ରୀ ଏସମ୍ପର୍କରେ ବିବୃତି ରଖିଛନ୍ତି । ବିବୃତି ଅନୁଯାୟୀ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉ ୭ ଦିନ ଅପେକ୍ଷା କରାଯାଉ । ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲା ତେବେ ମନ୍ତ୍ରୀଙ୍କୁ ଡକାଇ ଉତର ଦିଆକରାଇବେ ବୋଲି କହିଥିଲେ । ମାତ୍ର ବିରୋଧୀ ଦଳ ସଭ୍ୟମାନେ ରାଜି ନହୋଇ ପାଟିତୁଣ୍ଡ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୪ ଟା ୫୭ରୁ ୧୫ ମିନିଟ୍‌ ପାଇଁ ଗୃହକୁ ମୁଲତବୀ ରଖିଥିଲେ । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକିଥିବାରୁ ଗୃହକୁ ଆଉ ୩ ଥର (୧୫ ମିନିଟ୍‌ , ୫ ମିନିଟ୍‌ ଓ ୩ ମିନିଟ୍‌) ଗୃହ ମୁଲତବୀ ରହିଥିଲା । ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ, ସୋମବାର ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ଧାନ କିଣା ସମ୍ପର୍କରେ ୨ ଘଣ୍ଟା (୧୧ଟା ,୩୦ରୁ ୧ଟା ୩୦ ଯାଏଁ) ଆଲୋଚନା କରାଯିବ । ଦ୍ୱିତୀୟାର୍ଦ୍ଧ ବୈଠକରେ ବଜେଟ୍‌ ଉପସ୍ଥାପନ ହେବ ବୋଲି ବାଚସ୍ପତି କହିଥିଲେ । ଏହି ରୁଲିଂ ପରେ ଗୃହରେ ଅଚଳାବସ୍ଥା ଦୂର ହୋଇଥିଲା । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଜନିତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌

ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌

Read More...

ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page