ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌

February 20, 2021, ଓଡ଼ିଶା, , Anupambharat News Bureau


ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌
Anupambharat News Bureau
February 20, 2021


ଭୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ପୁଣିଥରେ ରାଜ୍ୟରେ ଲାଗୁ ହୋଇପାରେ ଲକ୍‌ ଡାଉନ୍‌ । ରାଜ୍ୟରେ ବର୍ତ୍ତମାନ କୋଭିଡ କେସ୍‌ ସଂଖ୍ୟା କମୁଛି । ଏବେ ଲକଡାଉନ ସମ୍ଭାବନା ନାହିଁ କି;ୁ ଏହାକୁ ଏଡାଇ ହେବ ନାହିଁ । ତେବେ ଲୋକେ ନିଜେ ସଚେତନ ନ ରହିଲେ, ପୁଣି ଥରେ ଓଡ଼ିଶାକୁ ଲକଡାଉନ୍‌ ଫେରିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ ଭାରତର ସ୍ଥିତିକୁ ଦେଖିଲେ ଓଡ଼ିଶାର ଅବସ୍ଥା ଭଲ ଅଛି । ରାଜ୍ୟରେ କଣ୍ଟେନମେଣ୍ଟ ବ୍ୟବସ୍ଥା ବନ୍ଦ ହୋଇନାହିଁ । ତେବେ ଆବଶ୍ୟକତା ଅନୁସାରେ ସବୁ ପଦକ୍ଷେପ ନିଆଯିବ । ଏଥିଲାଗି ରାଜ୍ୟ ସରକାର ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ୍‌ ଓ ସଟଡାଉନର ଆବଶ୍ୟକତା ପଡ଼ିଲେ ପୁଣି ତାହା କରାଯିବ ବୋଲି ସେ କହିଛନ୍ତି ।ସର୍ଭେଲାନ୍ସ ଟିମ୍‌ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି । ତଥାପି ଯେଉଁମାନଙ୍କର କରୋନାର କୌଣସି ବି ଲକ୍ଷଣ ଦେଖାଗଲେ ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅ;ୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

Read More...

ଗୃହରେ ଧାନ କିଣା ଝଡ଼

ଗୃହରେ ଧାନ କିଣା ଝଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page