ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

May 21, 2019, ଦେଶ, , Anupambharat News Bureau


ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର
Anupambharat News Bureau
May 21, 2019

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଘୋଟଲାରେ ଫସିଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ନିସ୍ତାର ନାହିଁ । ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିବା ଆଦେଶର ଅବଧି ବଢ଼ାଇବା ପାଇଁ ରାଜୀବ କୁମାରଙ୍କ ଦ୍ୱାରା ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଚିଟ୍‌ଫଣ୍ଡ ଘୋଟଲାରେ ତଦନ୍ତ ବେଳେ ଏହି ଆଇପିଏସ୍‌ ଅଫିସର ପ୍ରମାଣ ନଷ୍ଟ କରିଥିବା ନେଇ ସିବିଆଇ ସୁପ୍ରିମକୋର୍ଟରେ ପ୍ରମାଣ ଦାଖଲ କରିଥିଲା ।
ପରେ ସୁପ୍ରିମକୋର୍ଟ ଫେବୃଆରୀ ୫ ତାରିଖରେ ରାଜୀବ କୁମାରଙ୍କ ଗିରଫ ସଂକ୍ରାନ୍ତରେ ଯେଉଁ ଆଦେଶ ଦେଇଥିଲେ, ତାହା ଚଳିତ ମାସ ୧୭ ତାରିଖ ଦିନ ପ୍ରତ୍ୟାହାର କରିଥିଲେ । ଏଥିସହ ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଥିଲେ ସୁପ୍ରିମକୋର୍ଟ । ଯାହର ଅବଧି ଚଳିତ ଆଗାମୀ ଶୁକ୍ରବାର ଦିନ ଶେଷ ହେଉଛି । ଯଦି ଏହାରି ଭିତରେ ରାଜୀବଙ୍କୁ ଆଗୁଆ ଜାମିନ୍‌ ନ ମିଳେ, ତା’ହେଲେ ସିବିଆଇ ତାଙ୍କୁ ଗିରଫ କରିପାରିବ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଉଲ୍ଲେଖଥାଉକି କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଆଇପିଏସ୍‌ ରାଜୀବ କୁମାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତିଛ ସିବିଆଇ ତାଙ୍କୁ ଶାରଦା ଚିଟ୍‌ଫଣ୍ଡ ଘଟଣାରେ ଗିରଫ କରିବାକୁ ଚାହୁଁଥିବା ବେଳେ ତଳ କୋର୍ଟରୁ ଆଗୁଆ ଜାମିନ୍‌ ପାଇବା ପାଇଁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ୭ ଦିନର ସମୟ ଦେଇଥିଲେ । ହେଲେ ଏହି ଅବଧିକୁ ବୃଦ୍ଧି କରିବା ପାଇଁ ରାଜୀବ କୁମାର ଆଜି ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାମିନ୍‌ ଆବେଦନ ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଛିଛ ତେଣୁ ଆଗୁଆ ଜାମିନ ପାଇଁ ଅଧିକ ସମୟ ଦେବାକୁ ରାଜୀବ କୁମାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ଶାରଦା ଚିଟ୍‌ଫଣ୍ଡର ତଦନ୍ତ କରୁଥିବା ରାଜୀବ କୁମାର ଏକାଧିକ ପ୍ରମାଣ ନଷ୍ଟ କରିଥିବାରୁ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହିଁଥିଲା । ଗିରଫ ଉପରେ ସୁପ୍ରିମକୋର୍ଟ ଏହା ରୋକ ଲଗାଇଥିଲେ । କି;ୁ ଗତ ସପ୍ତାହର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ସୁରକ୍ଷା କବଚକୁ ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ରାଜୀବ କୁମାରଙ୍କ ମନରେ ଗିରଫ ହେବାର ଭୟ ସୃଷ୍ଟି ହୋଇଛି ।ଆଇପିଏସ୍‌ ରାଜୀବ କୁମାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତିଛ ସିବିଆଇ ତାଙ୍କୁ ଶାରଦା ଚିଟ୍‌ଫଣ୍ଡ ଘଟଣାରେ ଗିରଫ ହେବେ ବୋଲି କୁହାଯାଇଛି ।
ଶାରଦା ଚିଟ୍‌ଫଣ୍ଡ ଘୋଟଲାରେ ଫସିଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ନିସ୍ତାର ନାହିଁ । ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିବା ଆଦେଶର ଅବଧି ବଢ଼ାଇବା ପାଇଁ ରାଜୀବ କୁମାରଙ୍କ ଦ୍ୱାରା ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଚିଟ୍‌ଫଣ୍ଡ ଘୋଟଲାରେ ତଦନ୍ତ ବେଳେ ଏହି ଆଇପିଏସ୍‌ ଅଫିସର ପ୍ରମାଣ ନଷ୍ଟ କରିଥିବା ନେଇ ସିବିଆଇ ସୁପ୍ରିମକୋର୍ଟରେ ପ୍ରମାଣ ଦାଖଲ କରିଥିଲା । ପରେ ସୁପ୍ରିମକୋର୍ଟ ଫେବୃଆରୀ ମାସରେ ରାଜୀବ କୁମାରଙ୍କ ଗିରଫ ସଂକ୍ରାନ୍ତରେ ଯେଉଁ ଆଦେଶ ଦେଇଥିଲେ, ତାହା ଚଳିତ ମାସରେ ପ୍ରତ୍ୟାହାର କରିଥିଲେ । ଏଥିସହ ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଥିଲେ ସୁପ୍ରିମକୋର୍ଟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

Read More...

 ବଡବଡିଆଙ୍କୁ ରାସନ କାର୍ଡ

ବଡବଡିଆଙ୍କୁ ରାସନ କାର୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page