ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

May 21, 2019, ଦେଶ, , Anupambharat News Bureau


ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ
Anupambharat News Bureau
May 21, 2019

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପିତା ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଭାଇ ଭଉଣୀ ବାପାଙ୍କୁ ମନେ ପକାଇବା ସହ ଟୁଇଟର୍‌ରେ କିଛି ପୁରୁଣା ସ୍ମୃତି ସେୟାର କରିଛନ୍ତି । ପ୍ରିୟଙ୍କା ଗାନ୍ଧି ବାପାଙ୍କ ପୁଣ୍ୟତିଥି ଅବସରରେ ଅମିତାଭ ବଚ୍ଚନଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କର ଏକ କବିତା ସେୟାର କରିବା ସହ ‘ୟୁ ଅଲେୱଜ ବି ମାଇ ହିରୋ’ ଲେଖିଛନ୍ତି । ସେହି ପୋଷ୍ଟରେ ବାପାଙ୍କ ସହିତ ଥିବା ପିଲାବେଳର ଏକ ଫଟୋ ପ୍ରିୟଙ୍କା ସେୟାର କରିଛନ୍ତି । ସେହପରି ରାହୁଲ ଗାନ୍ଧି ବାପାଙ୍କ ମନେ ପକାଇଛନ୍ତି । “ମୋ ବାପା ସ୍ନେହୀ, ଦୟାଳୁ ଥିଲେ । ସେ ମୋତେ ସମସ୍ତଙ୍କୁ ଭଲ ପାଇବା ଶିଖାଇଛନ୍ତି । କ୍ଷମା କରିବା ମଧ୍ୟ ଶିଖାଇଛନ୍ତି । ମୁଁ ସବୁବେଳେ ତାଙ୍କୁ ମନେ ପକାଏ” ଟୁଇଟରେ ଲେଖିଛନ୍ତି ରାହୁଲ । ୧୯୯୧ ମସିହା ମେ’୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ମୃତୁ୍ୟ ହୋଇଥିଲା । ତାମିଲନାଡୁରେ ପ୍ରଚାର ସମୟରେ ଏକ ଆତ୍ମଘାତୀ ବିସ୍ପୋରଣ କରାଯାଇଥିଲା । ଏହି ବିସ୍ପୋରଣରେ ରାଜୀବ ଗାନ୍ଧି ପ୍ରାଣ ହରାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ଷମା ମାଗିଲେ ବିବେକ୍‌ ଓବରୟ

କ୍ଷମା ମାଗିଲେ ବିବେକ୍‌ ଓବରୟ

Read More...

ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page