ରାଜ୍ୟର ସାତ ସହର ଅଧିକ ପ୍ରଦୂଷିତ

February 23, 2021, ଓଡ଼ିଶା, , Anupambharat News Bureau


ରାଜ୍ୟର ସାତ ସହର ଅଧିକ ପ୍ରଦୂଷିତ
Anupambharat News Bureau
February 23, 2021


ଭୁବନେଶ୍ୱର, ୨୩ା୨(ଅନୁପମ ମିଡ଼ିଆ): ରାଜ୍ୟର ସାତ ସହର ସବୁଠାରୁ ପ୍ରଦୂଷିତ । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍‌-ଆଟେନମେଣ୍ଟ ସିଟିର ଆଖ୍ୟା ଦିଆଯାଇଛି । ଏହି ସହରର ବାୟୁମଣ୍ଡଳରେ ପିଏମ୧୦ଟାରୁ ପିଏମ୨.୫ମାତ୍ରା ନିର୍ଦ୍ଧାରଣ ମାନଠାରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି ବୋଲି ମଙ୍ଗଳବାର ବିଧାନସଭାରେ ଉତ୍ତର ରଖି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଯାହା ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଛି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସହରର ଯାନବାହାନ ଚଳାଚଳ ତଥା ଅନ୍ୟାନ୍ୟ କାରଣରୁ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଏଥିସହ ଏଥିପାଇଁ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ସେନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ରରେ କରୋନା ଉପର ମୁହାଁ

ମହାରାଷ୍ଟ୍ରରେ କରୋନା ଉପର ମୁହାଁ

Read More...

ମହାରାଷ୍ଟ୍ରରେ ପାତଞ୍ଜଳିର କରୋନିଲ୍ର ବିକ୍ରି ଉପରେ ପ୍ରତିବନ୍ଧକ

ମହାରାଷ୍ଟ୍ରରେ ପାତଞ୍ଜଳିର କରୋନିଲ୍ର ବିକ୍ରି ଉପରେ ପ୍ରତିବନ୍ଧକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page