ମହାରାଷ୍ଟ୍ରରେ କରୋନା ଉପର ମୁହାଁ

February 23, 2021, ଦେଶ, , Anupambharat News Bureau


ମହାରାଷ୍ଟ୍ରରେ କରୋନା ଉପର ମୁହାଁ
Anupambharat News Bureau
February 23, 2021


ନୂଆଦିଲ୍ଲୀ,୨୩ା୨:ଭାରତରେ କୋଭିଡ଼-୧୯ କରୋନା ରୋଗର ସଂକ୍ରମଣ ମହାରାଷ୍ଟ୍ରରେ ପୁଣି ଥରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟରେ ହଠାତ୍‌ କରୋନା ପଜିଟିଭ ସଂଖ୍ୟା ଅଧିକରୁ ଅଧିକ ଚିହ୍ନଟ ହେଉଛି । ପୁଣି ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ୫୨୧୦ ସଂଖ୍ୟକ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୬ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୮ ଜଣ ରୋଗୀଙ୍କ ମୃତୁ୍ୟ ଘଟିବା ଯୋଗୁଁ ମହାରାଷ୍ଟ୍ରରେ କରୋନା ମୃତକଙ୍କ ସଂଖ୍ୟା ୫୧୮୦୬କୁ ବୃଦ୍ଧି ପାଇଛି । ସମଗ୍ର ଦେଶରେ କରୋନା ରୋଗର ସଂକ୍ରମଣ ସାମାନ୍ୟ କମିଥିଲେ ସୁଦ୍ଧା ଗତ ୨୪ ଘଣ୍ଟାରେ ୭୮ ସଂଖ୍ୟକ ରୋଗୀଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଭାରତରେ ସମୁଦାୟ କରୋନା ମୃତକଙ୍କ ସଂଖ୍ୟା ୧,୫୬,୪୬୩କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୫୮୪ ପୁଣି ବୃଦ୍ଧି ପାଇବା ଯୋଗୁଁ ଦେଶର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୧୬ ହଜାର ଅତିକ୍ରମ କରିଯାଇଛି । ସୁସ୍ଥ ସଂଖ୍ୟାରେ ବୃଦ୍ଧି ଘଟି ଏହା ୧ କୋଟି ୭ ଲକ୍ଷରେ ପହଞ୍ଚିଛି । ମହାରାଷ୍ଟ୍ର ବ୍ୟତୀତ କେରଳରେ ମଧ୍ୟ ସ୍ଥିତି ସଂଗୀନ ରହିଛି । ରାଜ୍ୟରେ ୨୨୧୨ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ କେରଳରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୦ ଲକ୍ଷ ୩୬ ହଜାରର ଉର୍ଦ୍ଧ୍ୱକୁ ପହଞ୍ଚିଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ନୂତନ ବା ରୂପାନ୍ତରିତ ଷ୍ଟ୍ରେନ୍‌ କରୋନାର ପ୍ରଭାବ ନାହିଁ । ଯଦିଓ ଏହା ୟୁରୋପରେ ଦେଖା ଦେଇଛି କିନ୍ତୁ ଭାରତରେ ଏହା ବହୁ ମାତ୍ରାରେ ଦେଖାଦେଇ ନାହିଁ । ତେବେ ମହାରାଷ୍ଟ୍ର ଓ କେରଳରେ ସାରସ୍‌-କୋଭ-୨- ଏନ୍‌୪୪୦ କେ ଏବଂ ଇ୪୮୪କେ ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । କେବଳ ମହାରାଷ୍ଟ୍ର ଓ କେରଳର ବିଭିନ୍ନ ଜିଲ୍ଲାରେ ହିଁ ସଂକ୍ରମଣ ସମ୍ବେଦନଶିଳକ ରହିଛି । ତେଲେଙ୍ଗାନାରେ ମଧ୍ୟ ପୁଣି ଆକ୍ରାନ୍ତ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନୀତି ଆୟୋଗ ସଦସ୍ୟ(ସ୍ୱାସ୍ଥ୍ୟ) ଭି.କେ. ପଲ୍‌ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶକ୍ତିକାନ୍ତଙ୍କ ତେଲ ଫର୍ମୁଲା

ଶକ୍ତିକାନ୍ତଙ୍କ ତେଲ ଫର୍ମୁଲା

Read More...

ରାଜ୍ୟର ସାତ ସହର ଅଧିକ ପ୍ରଦୂଷିତ

ରାଜ୍ୟର ସାତ ସହର ଅଧିକ ପ୍ରଦୂଷିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page