ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ଜୟଦୀପ ଭଟ୍ଟନାଗର

March 01, 2021, ଓଡ଼ିଶା, , Anupambharat News Bureau


ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ଜୟଦୀପ ଭଟ୍ଟନାଗର
Anupambharat News Bureau
March 01, 2021


ଭୁବନେଶ୍ୱର,୧ା୩(ଅନୁପମ ମିଡ଼ିଆ): ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଆଜି ଜୟଦୀପ ଭଟ୍ଟନାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ଭଟ୍ଟନାଗର ୧୯୮୬ ବ୍ୟାଚର ଜଣେ ଭାରତୀୟ ସୂଚନା ସେବା ଅଧିକାରୀ । ସେ ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗରେ କାର୍ଯ୍ୟ କରିଛନ୍ତି ଏବଂ ଦୂରଦର୍ଶନର ବାଣିଜ୍ୟ, ବିକ୍ରୟ ଏବଂ ମାକେର୍ଟିଂ ବିଭାଗର ବ୍ୟବସାୟିକ ମୁଖ୍ୟଥିଲେ । ପଶ୍ଚିମ ଏସିଆର ୨୦ଟି ଦେଶ ପାଇଁ ପ୍ରସାରଭାରତୀ ତରଫରୁ ସ୍ୱତନ୍ତ୍ର ସମ୍ବାଦ ଦାତା ରୂପେ ସେ କାର୍ଯ୍ୟ କରିଛନ୍ତି । ପରେ ସେ ଆକାଶବାଣୀର ନୁ୍ୟଜ୍‌ ସର୍ଭିସେସ୍‌ ବିଭାଗର ମଧ୍ୟ କାର୍ଯ୍ୟ କରିଛନ୍ତି । ରେଜିଷ୍ଟ୍ରାର ଭବେ ସେ ଇଣ୍ଡିଆନ୍‌ ଇନଷ୍ଟିଚୁ୍ୟଟ ଅଫ୍‌ ମାସ୍‌ କମୁନିକେସନରେ ମଧ୍ୟ କାର୍ଯ୍ୟ କରି ପ୍ରଂଶସିତ ହୋଇଛନ୍ତି । ପିଆଇବିର ମୁଖ୍ୟ ଭାବେ ବର୍ତ୍ତମାନ ଦାୟିତ୍ୱ ନେବା ପୂର୍ବରୁ ଭଟ୍ଟନାଗର ବିଭିନ୍ନ କ୍ଷମତାରେ ଛ’ ବର୍ଷ ଧରି ପିଆଇବିରେ କାର୍ଯ୍ୟ କରିଛନ୍ତି । ଫେବୃୟାରୀ ୨୮ରେ ଚାକରିିରୁ ଅବସର ଗ୍ରହଣ କରିଥିବା କୁଲଦୀପ ସିଂ ଧତୱାଲିଆଙ୍କଠାରୁ ଭଟ୍ଟନାଗର ଦାୟିତ୍ୱ ଗ୍ରହଣ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଦ ହେଲା କୁଆଖାଇ ବ୍ରିଜ୍

ବନ୍ଦ ହେଲା କୁଆଖାଇ ବ୍ରିଜ୍

Read More...

କୋଭିଡ ଟିକା ନେଇ ମୁଁ ଖୁସି: ନବୀନ

କୋଭିଡ ଟିକା ନେଇ ମୁଁ ଖୁସି: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page