ଅନୁପମ ମିଡିଆ: ଦୀର୍ଘ ଦିନ ଧରି ବିପଦସଂକୁଳ ଅବସ୍ଥାରେ ଥିବା କୁଆଖାଇ ନଦୀ ପୋଲ (ବ୍ରିଜ୍)
ଉପରେ ଲାଗିଲା ଯାତାୟାତ କଟକଣା । କେତେକ ଆବଶ୍ୟକୀୟ ଜରୁରୀ କାଳୀନ ରକ୍ଷଣାବେକ୍ଷଣ କାର୍ୟ୍ୟ ନିମନ୍ତେ ଭୁବନେଶ୍ୱର-କଟକ କୁଆଖାଇ ନଦୀ ପୋଲର ବାମ ପାର୍ଶ୍ଵ କୁ ଆଜି ଠାରୁ ଅର୍ଥାତ ଚଳିତ ମାସ ୨ ତାରିଖ ଠାରୁ ମଇ ମାସ ୨ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖାଯିବ ବୋଲି ଟୁଇନ ସିଟି ପୋଲିସ କମିଶନର ସୂଚନା ଦେଇଛନ୍ତି।ଏହି ସମୟ ମଧ୍ୟରେ ଭୁବନେଶ୍ୱର ରୁ କଟକ ଯାଉଥିବା ସମସ୍ତ ଯାନବାହନ କୁଆଖାଇ ର ମଝି ପୋଲକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।