ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିରମ୍ ଇନ୍ଷଫିଚ୍ୟୁଟ ଉତ୍ପାଦିତ କୋଭିସିଲ୍ଡ ଟିକା ନେଇଛନ୍ତ । ଟିକାକରଣ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ମୁଁ ଏବଂ ମୋର ମା’ବାପା କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛୁ । ଟିକା ନେବାରେ କୌଣସି ଅସୁବିଧା ନ ଥିଲା । ସମସ୍ତେ ସୁସ୍ଥ ଅଛନ୍ତି ଓ ଭୟଭୀତ କରିବାର କିଛି ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ବ୍ୟକ୍ତି ଆଗକୁ ଆସି ଟିକା ନେବାକୁ ସେ ନିବେଦନ କରିଛନ୍ତି ।