ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧

March 04, 2021, କ୍ରୀଡ଼ା, , Anupambharat News Bureau


ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧
Anupambharat News Bureau
March 04, 2021


ଅହମ୍ମଦାବାଦ,୪ା୩: ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ସ୍ପିନ ଚକ୍ରବ୍ୟୁହରେ ପୁଣି ଫସିଛି ଇଂଲଣ୍ଡ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଏହି ଭାରତୀୟ ସ୍ପିନ ଯୋଡି ପୁଣିଥରେ ନିଜ ଯାଦୁକରୀ ପ୍ରଦର୍ଶନରେ ଇଂଲଣ୍ଡ ଦଳକୁ ଘାଇଲା କରିଛନ୍ତି । ଅଶ୍ୱିନ-ଅକ୍ଷରଙ୍କ ସ୍ପିନରେ ଫସି ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୦୫ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି । ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଇଂଲଣ୍ଡ ପ୍ରଥମ ଇନିଂସରେ ଆଶାନୁରୂପ ସ୍କୋର କରିପାରି ନାହିଁ ।
ଚଳିିତ ସିରିଜରେ ପାଞ୍ଚ ଇନିଂସ୍‌ ପରେ ଇଂଲଣ୍ଡ ୨୦୦ ରନ୍‌ ଟପିଛି ଛ ପ୍ରଥମ ଦିନରେ ପିଚ୍‌ରୁ ଟର୍ଣ୍ଣ ଓ ବାଉନ୍ସ ମିଳିଥିଲା । ହେଲେ ପିଙ୍କ୍‌ ଭଳି ଟେଷ୍ଟ ଭଳି ପିଚ୍‌ ବ୍ୟାଟିଂ ପାଇଁ ଏତେ କଷ୍ଟକର ନଥିଲା । କି;ୁ ଅଶ୍ୱିନ ଓ ଅକ୍ଷର ପୁଣିଥରେ ନିଜର ଯାଦୁକରୀ ପ୍ରଦର୍ଶନ ଦ୍ୱାରା ଭାରତକୁ ପ୍ରଥମ ଦିନରେ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଅକ୍ଷର ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ୪ଟି ୱିକେଟ୍‌ ନେଇଥିବା ବେଳେ ଅଶ୍ୱିନ ୩ଟି ୱିକେଟ୍‌ ହାସଲ କରିଛନ୍ତି । ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଖେଳୁଥିବା ମହମ୍ମଦ ସିରାଜ ୨ଟି ଏବଂ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି ।
ଇଂଲଣ୍ଡର ପ୍ରଥମ ଇନିଂସ୍‌ ସ୍କୋର ୨୦୫ ରନ୍‌ ଜବାବରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍‌ ହରାଇ ୨୪ ରନ୍‌ କରିଛି । ଫର୍ମ ପାଇଁ ସଂଘର୍ଷ କରୁଥିବା ଶୁବମନ ଗିଲ (୦) ଖାତା ଖୋଲିନପାରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ୍‌ ହୋଇଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୮ ଏବଂ ଚେତେଶ୍ୱର ପୂଜାରା ୧୫ ରନ୍‌ କରି ଅପରାଜିତ ଅଛନ୍ତି । ହାତରେ ଆହୁରି ୯ ୱିକେଟ୍‌ ସୁରକ୍ଷିତ ରହିଥିବା ବେଳେ ଭାରତ ଆଉ ୧୮୧ ରନ୍‌ ପଛରେ ରହିଛି । ବୃହି ଅଗ୍ରଣୀ ସହ ଭାରତ ଜୋ ରୁଟଙ୍କ ଦଳକୁ ଚାପରେ ରଖିବାକୁ ଚାହିଁବ । ପୂର୍ବରୁ ଇଂଲଣ୍ଡ କ୍ୟାପଟେନ୍‌ ଜୋ ରୁଟ୍‌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତ କ୍ୟାପଟେନ୍‌ ବିରାଟ୍‌ କୋହଲି କିଛି ଓଭର ପରେ ସ୍ପିନରଙ୍କୁ ଲଗାଇଥିଲେ । ଅକ୍ଷର ପଟେଲ୍‌ ବୋଲିଂ କରିବାକୁ ଆସିବା ମାତ୍ରକେ ନିଜର ପ୍ରଥମ ଓଭରରେ ଇଂଲିଶ ଟିମର ଓପ୍ନର ଡମ୍‌ ସିବଲେ (୨)ଙ୍କୁ କ୍ଲିନ୍‌ ବୋଲï କରିଥିଲେ । ଅକ୍ଷର ନିଜର ପରବର୍ତ୍ତୀ ଓଭରରେ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍‌ ଜାକ୍‌ କ୍ରଲୀ (୯)ଙ୍କୁ ମଧ୍ୟ ପ୍ୟାଭିଲିୟନ୍‌ ପଠାଇଥିଲେ । ୧୫ ରନରେ ୨ ୱିକେଟ୍‌ ହରାଇବା ପରେ ଜୋ ରୁଟଙ୍କ ଉପରେ ଟିମର ବ୍ୟାଟିଂ ର୍ନିଭର କରୁଥିଲେ । କି;ୁ ରୁଟ୍‌ ମଧ୍ୟ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିନଥିଲେ । ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ସୁଯୋଗ ପାଇଥିବା ମହମ୍ମଦ ସିରାଜ ବିରୋଧୀ ଦଳର କ୍ୟାପଟେନ୍‌ (୫)ଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ । ତୃତୀୟ ଟେଷ୍ଟର ଉଭୟ ଇନିଂସରେ ଖାତା ଖୋଲିପାରିନଥିବା ଜନ୍ନି ବେୟାରଷ୍ଟୋ ଓ ବେନ୍‌ ଷ୍ଟୋକ୍ସ ଧୈଯ୍ୟର ସହ ବ୍ୟାଟିଂ କରି ମଧ୍ୟାହ୍ନ ଭୋଜନ ସୁଦ୍ଧା ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ । କି;ୁ ଦ୍ୱିତୀୟ ସେସନ୍‌ ଆରମ୍ଭରୁ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ ମହମ୍ମଦ ସିରାଜ । ସିରାଜ୍‌ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ବେୟାରଷ୍ଟୋ (୨୮)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ । ଷ୍ଟୋକ୍ସ ଓ ଓଲି ପୋପ୍‌ ପଞ୍ଚମ ୱିକେଟ୍‌ ପାଇଁ ୪୩ ରନ୍‌ ଯୋଡ଼ି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ଷ୍ଟୋକ୍ସ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ ହେଁ, ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଷ୍ଟୋକ୍ସ ୧୨୧ ବଲରେ ୬ ଚୌକା ଓ ୨ ଛକା ସହ ୫୫ ରନ୍‌ କରି ୱାଶିଂଟନ୍‌ ସୁନ୍ଦରଙ୍କ ଶିକାର ହୋଇଥିଲେ ।ପୋପଙ୍କ ସହ ମିଶି ଡାନ୍‌ ଲରେନ୍ସ ୪୫ ରନର ପାର୍ଟନରଶିପ୍‌ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ । କି;ୁ ଏହି ଯୋଡ଼ିକୁ ଅଶ୍ୱିନ ଭାଙ୍ଗିବାରେ ସଫଳ ହୋଇଥିଲେ । ପୋପ୍‌ ମାତ୍ର ୨୯ ରନ୍‌ କରି ଅଶ୍ୱିନଙ୍କ ବଲରେ ଶୁବମନ୍‌ ଗିଲଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଏହା ପରେ ଇଂଲଣ୍ଡ ତା’ର ଶେଷ ୪ ୱିକେଟ୍‌ ୩୯ ରନରେ ହରାଇ ଅଲଆଉଟ୍‌ ହୋଇଯାଇଥିଲାଛ ୱିକେଟକିପର ବ୍ୟାଟ୍ସମ୍ୟାନ୍‌ ବେନ୍‌ ଫୋକ୍ସ ମାତ୍ର ୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ଲରେନ୍ସ ୪୬ (୭୪ ବଲ୍‌ , ୮ ଚୌକା) ରନ୍‌ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଡମ୍‌ ବେସ୍‌ ୩ ଓ ଜ୍ୟାକ୍‌ ଲିଚ୍‌ ୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଜେମ୍ସ ଆଣ୍ଡରସନ୍‌ ୧୦ ରନ୍‌ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ୍‌ ୬୮ ରନ୍‌ ଦେଇ ୪ଟି ଓ ଅଶ୍ୱିନ୍‌ ୪୭ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ । ସିରାଜ୍‌ ୨ଟି ଓ ସୁନ୍ଦର ଗୋଟିଏ ସଫଳତା ପାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

Read More...

ଟିକା ନେଲେ କେଜରିୱାଲ୍‌

ଟିକା ନେଲେ କେଜରିୱାଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page