ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

March 14, 2021, ଦେଶ, , Anupambharat News Bureau


ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ
Anupambharat News Bureau
March 14, 2021


ମୁମ୍ବାଇ: ନିଜ ନିଜର ପରିସୀମା ମଧ୍ୟରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକୁ ଆଦେଶ ଦେବା ସହ ଚେତାବନୀ ଦେଇ କହିଛନ୍ତି ଯେ, ‘ଲକ୍‌ଡାଉନ୍‌’ ଭଳି କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରଙ୍କୁ ବାଧ୍ୟ କରନାହିଁ । ‘ହୋଟେଲ୍‌ ଓ ରେସ୍ତୋରାଁ ସଂଘ’ ଏବଂ ‘ସପିଙ୍ଗ୍‌ ସେଣ୍ଟର୍‌ ଗ୍ରୁପ୍‌’ର ପ୍ରତିନିଧିମାନଙ୍କ ସହ ଅନୁଷ୍ଠିତ ଏକ ଭର୍ଚ୍ୟୁଆଲ୍‌ ସଭାରେ ମୁଖ୍ୟମନ୍ତ୍ରୀ କହିଲେ, ସଂକ୍ରମଣ ନିରୋଧୀ ନିୟମ ପ୍ରତି ବେପରୁଆ ମନୋଭାବ ଆସିଯାଇଛି । ‘ଲକ୍‌ଡାଉନ୍‌୍‌’ ଭଳି କଠୋର ବ୍ୟବସ୍ଥା ଜାରି କରିବାକୁ ବାଧ୍ୟ କର;ୁ ନାହିଁ । ଏ କଥାକୁ ଶେଷ ଚେତାବନୀ ବୋଲି ବିବେଚନା କର;ୁ । ଆତ୍ମ-ଶୃଙ୍ଖଳା ଏବଂ କଟକଣା ମଧ୍ୟରେ ଫରକ ଅଛି ବୋଲି ପ୍ରତ୍ୟେକଙ୍କୁ ହୃଦୟଙ୍ଗମ କରିବାକୁ ପଡ଼ିବ । ଅକେଫାବର ମାସର ପର୍ଯ୍ୟାୟକ୍ରମେ କାର୍ଯ୍ୟକଳାପ ସବୁ ପୁନଃ ଆରମ୍ଭ ହେବା ଠାରୁ ଅଧିକାଂଶ ସ୍ଥାନରେ ଜନଗହଳି ବୃଦ୍ଧି ପାଇଥିବା କଥା ମୁଖ୍ୟମନ୍ତ୍ରୀ ଠାକ୍‌ରେ ଦର୍ଶାଇଥିଲେଛ ସୁରକ୍ଷା ନିମୟ ପାଳନ କରା ନ ଯାଉଥିବାରୁ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇଥିବା କଥା ସେ କହିଛନ୍ତି । ସେ ପୁଣି ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ତାଙ୍କ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ସପକ୍ଷରେ ନାହିଁ । ଏଭଳି କଠୋର ନିଷ୍ପତ୍ତିକୁ ଏଡ଼ାଇବା ନିମନ୍ତେ ସହଯୋଗ କରିବା ଲାଗି ସେ ଜନତାଙ୍କୁ ନିବେଦନ କରିଛନ୍ତି ।
ମହାରାଷ୍ଟ୍ର ଚିନ୍ତାର କାରଣ ପାଲଟିଗଲାଣି । ଲଗାତାର ଦ୍ୱିତୀୟ ଦିନରେ ମହାରାଷ୍ଟ୍ରରେ କରୋନା ସହକ୍ରମଣ ୧୫ ହଜାର ପାର କରିଛି । ଏହା ସହ ଗତ ୨୪ ଘଣ୍ଟାରେ ୮୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ମହାରାଷ୍ଟ୍ରରେ ଶନିବାର ୧୫,୬୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫,୭୦,୬୯୫ ଜଣ ଆଇସୋଲେସନରେ ଥିବା ବେଳେ ୫,୦୩୧ ଜଣ ଡାକ୍ତରଖାନାରେ ଅଛନ୍ତି । ଏବେ ରାଜ୍ୟରେ ୧,୧୮,୫୨୫ ଆକଫିଭ୍‌ ମାମଲା ରହିଛି । ସେପଟେ ମହାରାଷ୍ଟ୍ରରେ ସୁସ୍ଥ ହାର ୯୨.୪୯ ପ୍ରତିଶତ ରହିଛି । ପୁଣେ ଜିଲ୍ଳାରେ ଆକଫିଭ୍‌ ମାମଲା ସର୍ବାଧିକ ୨୪୦୨୫ ଥିବା ବେଳେ ମୁମ୍ବାଇରେ ୧୭୦୯ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

Read More...

ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page