ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

March 14, 2021, ଦେଶ, , Anupambharat News Bureau


ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ
Anupambharat News Bureau
March 14, 2021


କୋଲକାତା: ନନ୍ଦୀଗ୍ରାମରେ ରାଲି ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ପ୍ରଚାର ମଇଦାନକୁ ଫେରିଛନ୍ତି । ରବିବାର ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ହ୍ୱିଲ ଚେୟାରରେ ବସି ରୋଡ ସୋ କରିଛନ୍ତି ଦିଦି ।
ନନ୍ଦୀଗ୍ରାମ ରାଲିରେ ହୋଇଥିବା ଦୁର୍ଘଟଣାରେ ଟିଏମ୍ସି ପ୍ରମୁଖ ମମତା ବାନାର୍ଜୀଙ୍କ ଗୋଡରେ ଆଘାତ ଲାଗିଥିଲା । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୋଡ ସୋ ପରେ ଦିଦି ହଜରାରେ ପହଞ୍ଚିବା ପରେ ମମତା ବାନାର୍ଜୀ ପୁଣି ଥରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । ଦିଦି କହିଛନ୍ତି, ‘ବିଜେପି ବେଙ୍ଗଲରେ ଶସ୍ତା ରାଜନୀତି କରୁଛି । ଜନତା ଏହାର ଜବାବ ଭୋଟ ମାଧ୍ୟମରେ ଦେବେ । ଆସନ୍ତା ନିର୍ବାଚନରେ ଟିଏମ୍‌ସି ପୁଣି ଥରେ ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବ ।’ ଉଲ୍ଲେଖଥାଉକି, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବର୍ଷିଆନ ନେତା ଯଶୋବନ୍ତ ସିହ୍ନା ମମତାଙ୍କ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଛନ୍ତି ।
ଦଳରେ ସାମିଲ ହେବା ପରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ତତ୍କାଳୀନ ଏନଡିଏ ମେଣ୍ଟ କଥା ସିହ୍ନା ମନେ ପକାଇଛନ୍ତି । ଏନଡିଏରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ସାମିଲ ଥିଲା ଓ ମମତା କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ଏହି ସରକାରରେ ଏୟାର ଇଣ୍ଡିଆ ବିମାନ ଅପହରଣ ହୋଇଥିଲା ।
ବିମାନ ଓ ଯାତ୍ରୀଙ୍କ ମୁକ୍ତି ଲାଗି ମମତା ବାନାର୍ଜୀ ନିଜେ କିପରି ବନ୍ଧକରେ ଆତଙ୍କବାଦୀଙ୍କ ନିକଟକୁ ଯିବାକୁ ରାଜିଥିଲେ ସେ କଥା ମଧ୍ୟ ମନେ ପକାଇଛନ୍ତି ସିହ୍ନା । ୨୪ ଡିସେମ୍ବର ୧୯୯୯ରେ ଏୟାର ଇଣ୍ଡିଆ ବିମାନ ଅପହରଣ ହୋଇଥିଲା । ନେପାଳ ରାଜଧାନୀ କାଠମାଣ୍ଡୁ ଯାଇଥିବା ଏୟାରଇଣ୍ଡିଆ ବିମାନ ଆଇସି୮୧୪କୁ ଆତଙ୍କବାଦୀ ଆଫଗାନୀସ୍ତାନର କାନ୍ଧାର ଉଡାଇ ନେଇଥିଲେ ।
ବିମାନ ଓ ଯାତ୍ରୀଙ୍କୁ ତାଲିବାନୀ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ମୁକ୍ତ କରିବା ଲାଗି ଡକାଯାଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଆତଙ୍କବାଦୀଙ୍କ ନିକଟକୁ ବନ୍ଧକ ଭାବେ ଯିବାକୁ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିଲେ । ତେବେ ଏଥିପାଇଁ ଆତଙ୍କବାଦୀଙ୍କଠାରୁ ମମତା ଏକ ପ୍ରତିଶ୍ରୁତି ଚାହିଁଥିଲେ । ଯେଉଁଥିରେ ସେମାନେ ବିମାନର ଆଉ ଯାତ୍ରୀଙ୍କୁ ହତ୍ୟା କରିବେନି ଓ ସେମାନଙ୍କୁ ସୁରକ୍ଷିତ ଫେରାଇଦେବେ ବୋଲି କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

Read More...

ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page