ପ୍ରଥମରୁ ଅଷ୍ଟମ ଆରମ୍ଭରେ ହେବ ରିଭିଜନ କ୍ଲାସ୍‌

March 17, 2021, ଓଡ଼ିଶା, , Anupambharat News Bureau


ପ୍ରଥମରୁ ଅଷ୍ଟମ ଆରମ୍ଭରେ ହେବ ରିଭିଜନ କ୍ଲାସ୍‌
Anupambharat News Bureau
March 17, 2021


ଭୁବନେଶ୍ୱର, ୧୭ା୩(ଅନୁପମ ମିଡ଼ିଆ): ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ୨ରୁ ୩ ମାସ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ । ଏହି ସମୟରେ ପୁରୁଣା କ୍ଲାସର ପାଠ ରିଭିଜନ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ ୍‌ କରିବାକୁ କିଛି ଦିନ ପୂର୍ବେ ଘୋଷଣା କରାଯାଇଥିଲା । କରୋନା ଯୋଗୁ ପୂରା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି । ଅନ୍‌ଲାଇନ୍‌ ପାଠପଢ଼ା ସେବା ସବୁଠି ଫଳପ୍ରଦ ହୋଇପାରିନାହିଁ । ତେଣୁ ପରୀକ୍ଷା କରିବା ଅସମ୍ଭବ । ଅପରପକ୍ଷେ, ଏବେ
ନବମ, ଦଶମ, ଏକାଦଶ ଓ ଦ୍ୱାଦଶ କ୍ଲାସ ଚାଲିଛି । ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି । ତେଣୁ ସେମାନେ ଅଫ୍‌ଲାଇନ୍‌ ପରୀକ୍ଷା ଦେବାରେ କିଛି ଅସୁବିଧା ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମ୍ବାଦିକଙ୍କୁ ଟିକା ଦେବାକୁ କେନ୍ଦ୍ରକୁ ଚିଠି

ସାମ୍ବାଦିକଙ୍କୁ ଟିକା ଦେବାକୁ କେନ୍ଦ୍ରକୁ ଚିଠି

Read More...

ବଦଳିଲେ ମୁମ୍ବାଇ ପୋଲିସ କମିଶନର

ବଦଳିଲେ ମୁମ୍ବାଇ ପୋଲିସ କମିଶନର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page