ଭୁବନେଶ୍ୱର, ୧୭ା୩ (ଅନୁପମ ମିଡିଆ): ଛାପା ଏବଂ ବୈଦୁ୍ୟତିକ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କୁ କରୋନା ଟିକା ଦେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ବିଦୁ୍ୟତ୍ ଓ ଜଳଯୋଗାଣ କର୍ମଚାରୀ, ଏୟାରପୋର୍ଟ, ରେଲେୱ ଓ ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ ଟିକା ଦେବା ପାଇଁ ଚିଠି ଲେଖି ଅନୁରୋଧ କରିଛନ୍ତି ।