ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଅନୁମତି : ଆଜି ଶୁଭଖୁଣ୍ଟି

March 21, 2021, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଅନୁମତି : ଆଜି ଶୁଭଖୁଣ୍ଟି
Anupambharat News Bureau
March 21, 2021

ବ୍ରହ୍ମପୁର,୨୧ା୩(ଅନୁପମ ମିଡ଼ିଆ): ପ୍ରସିଦ୍ଧ ବ୍ରହ୍ମପୁର ମା’ ଠାକୁରାଣୀଙ୍କ ଯାତ୍ରା ୭ଦିନ ପାଇଁ କରାଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ମିଳିଛି । ଫଳରେ ସୋମବାର ବିଳମ୍ବିତ ରାତିରେ ମା’ଙ୍କ ଯାତ୍ରା ପାଇଁ ଦେଶୀ ବେହେରା ସାହିଠାରେ ଶୁଭଖୁଣ୍ଟି ସ୍ଥାପନ କରାଯିବାକୁ ସ୍ଥିର ହୋଇଛି । ଏହି ଯାତ୍ରା ପାଇଁ ୧୯ ତାରିଖରେ ଶୁଭଖୁଣ୍ଟି ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସମୟ ନିର୍ଣ୍ଣୟକୁ ନେଇ ସଠିକ୍‌ ନିଷ୍ପତ୍ତି ନହେବା ଫଳରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ସ୍ଥଗିତ ରହିବା ସହ ଯାତ୍ରା ହେବ ନାହିଁ ବୋଲି କୁହାଯାଇଥିଲା । ତେବେ ରବିବାର ମହାନଗର ନିଗମ ପରିସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ପୁଣି ଏକ ବୈଠକ ଆୟୋଜନ କରାଯାଇ ଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ମଧ୍ୟରେ ପ୍ରଥମେ ୭ଦିନ ପାଇଁ ଯାତ୍ରା ଆୟୋଜିତ ହେବ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪ଦିନ ପାଇଁ ଯାତ୍ରା ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା, ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦାର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତୀ ଭାସନଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇଜିଏଚ୍‌ରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ

ଆଇଜିଏଚ୍‌ରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ

Read More...

ମୋ କଲେଜ ଅଭିଯାନ ଆରମ୍ଭ

ମୋ କଲେଜ ଅଭିଯାନ ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page