ଆଇଜିଏଚ୍‌ରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ

March 21, 2021, ଓଡ଼ିଶା, , Anupambharat News Bureau


ଆଇଜିଏଚ୍‌ରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ
Anupambharat News Bureau
March 21, 2021

ରାଉରକେଲା, ୨୧ା୩(ଅନୁପମ ମିଡ଼ିଆ): ରାଉରକେଲାଠାରେ ଆଇଜିଏଚ ପରିସରରେ ସେଲ ଦ୍ୱାରା ନିର୍ମିତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଉଦବୋଧନ ଦେଇ କହିଥିଲେ ଯେ, ଏହି ଡାକ୍ତରଖାନା ରାଉରକେଲା ସମେତ ଓଡିଶା ତଥା ଛତିଶଗଡ଼, ଝାଡଖଣ୍ଡ ବାସୀଙ୍କ ଉପକାରରେ ଆସିବ । ୩୦୦ କୋଟି ଟଙ୍କା ବ୍ୟୟରେ ଏନବିସିସି କମ୍ପାନୀ ଦ୍ୱାରା ୨ ବର୍ଷରେ ନିର୍ମିତ ଏହି ଡାକ୍ତରଖାନାରେ ବହୁ ରୋଗର ଚିକିତ୍ସା ବ୍ୟବସ୍ଥା ରହିଛି । ଏହା କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ସହରବାସୀଙ୍କ ଲାଗି ନିଶ୍ଚୟ ଖୁସିର ଖବର , ଏହା ସହ ୬ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ଦେଇଥିବା କଥା ପୂର୍ଣ୍ଣ ହୋଇଛି । ଓଡିଆ ଭାଷାର ସୁନ୍ଦରତା ତାହାର ମଧୁରତାକୁ ନେଇ ସେ ତାଙ୍କ ଭାଷଣ ଆରମ୍ଭ କରି ରାଉରକେଲାର ଅର୍ଥକୁ ବୁଝାଇଥିଲେ । ସେ କହିଥିଲେ ଏହାର ଅର୍ଥ ଆପଣଙ୍କ ଗାଁ । ଓଡିଶାର ଉନ୍ନତି, ସମୃଦ୍ଧି ତାର ନିଜସ୍ୱ ପରିଚୟ, ସମ୍ରାଟ ଅଶୋକଙ୍କ କଥା କହି ଓଡିଶାର ବିରତ୍ୱର ଗାଥା ଆଜିବି ଆମସମସ୍ତଙ୍କୁ ପ୍ରେରଣା ଦେଇଥାଏ । ଓଡିଆ ଭାଷା ତାର ସ୍ୱତନ୍ତ୍ରତା ବଜାୟ ରଖିଛି ଏହି ମାଟିକୁ ପ୍ରକୃତିର ଅଦ୍ଭୁତ ବରଦାନ ରହିଛି । ଫଳରେ ଏହି ପାଣିପବନ, ଖଣି ଆଦିରେ ଓଡିଶା ଦିନକୁ ଦିନ ଆଗଭର ହୋଇ ଆତ୍ମ ନିର୍ଭରତା ଓ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି । ଭାରତର ପ୍ରଥମ ଇସ୍ପାତ କାରଖାନା ଭାବେ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିଲା । ଏହି କାରଖାନା ଦେଶର ଉନ୍ନତି କ୍ଷେତ୍ରରେ ତାର ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଛି । ଔଦ୍ୟୋଗିକ ବିକାଶ ସମେତ କଳା ସଂସ୍କୃତି ଆଦିର ବିକାଶ ନିତ୍ୟାନ୍ତ ଆବଶ୍ୟକ, ତେଣୁ ଏହି କାରଖାନା ତାର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଲାଗି ଏନେଇ ନିଶ୍ଚୟ ଯତ୍ନଶିଳ ରହିଥିବ । ରାଉରକେଲାର ପରିଚୟ ଆରଏସପି, ଏନଆଇଟି, ବିପିୟୁଟି ସହ ଏହି ସ୍ୱାସ୍ଥ୍ୟ ସେବା ଆଜିଠାରୁ ଯୋଡି ହୋଇଗଲା । ଆମ ବ୍ୟବସ୍ଥା ଭିତରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନ୍ୟତମ ବୃହତ କର୍ଯ୍ୟ । ଏଥିଲାଗି ସେଲ କର୍ତୁପକ୍ଷ ଯେଉଁ ସବୁ ଉଦ୍ୟମ ଜାରି ରଖିଥିଲେ ଓ ଆଗକୁ ଦୁଇପାଦ ଆଗେଇ ଆସି ଏହି ଡାକ୍ତରଖାନା ପ୍ରତିଷ୍ଠା କରି ଲୋକଙ୍କ ପାଇଁ କଲ୍ୟାଣ କଲେ ସେଥିଲାଗି ସେ ସେଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ପ୍ରାୟ ୨୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍‌, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍‌, କର୍ମଚାରୀ ଓ ଫ୍ୟାକଲ୍‌ଟି ରୁମ୍‌ ରହିଥିବା ନେଇ ସୂଚନା ଦିଆ ଯାଇଛି । ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଳକ ରହିଛି । ସେହିପରି ସ୍ନାୟୁଜନିତ ରୋଗ (ନ୍ୟୁରୋଲୋଜି), ସ୍ନାୟୁବିକ ଅସ୍ତ୍ରୋପଚାର (ନ୍ୟୁରୋ ସର୍ଜରୀ), ଯକୃ୍‌ତଜନିତ ରୋଗ (ନେଫ୍ରୋଲୋଜି), ହୃଦରୋଗ (କାର୍ଡିଓଲୋଜି), ହୃ˜ରୋଗ ଅସ୍ତ୍ରୋପଚାର (କାର୍ଡିଓଲୋଜି-ଥୋରାସିସ୍‌ ସର୍ଜରୀ) । ଏଥିସହ ଏଣ୍ଡୋସ୍‌ସ୍ପୋପି, ପ୍ରାଇଭେଟ୍‌ ୱାର୍ଡ, ୩ ଟେଲ୍‌ସା ଏମ୍‌ଆରଆଇ, ସିଟି ସ୍କାନ୍‌, ଲ୍ୟାବ୍‌, ସିଆରଆରଟି ମେସିନ୍‌ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍‌ ଥିଏଟର ରହିଛି । ସେହିପରି ଆପାତକାଳୀନ ସୁବିଧା, ଆଇସିୟୁ, ଏନ୍‌ଆଇସିୟୁ, ପିଆଇସିୟୁ ଆଦି ବିଭାଗ ରହିଛି । ଅନୁରୂପ ଭାବେ ୫୦୦ ଲୋକ ବସିବା ପାଇଁ ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଲକ, ୪ଟି ଲେକcର ଥିଏଟର, ଲାଇବ୍ରେରୀ, ସମ୍ମିଳନୀ କକ୍ଷ ଆଦି ରହିଛି । ରାଉରକେଲାରେ ବସବାସ କରୁଥିବା ପ୍ରାୟ ଛଅ ଲକ୍ଷ ଲୋକଙ୍କ ସମେତ ପଡୋଶୀ ଜିଲ୍ଲା ଓ ରାଜ୍ୟର ଲକ୍ଷ ଲକ୍ଷ ଜନସାଧାରଣ ରୋଗୀ ଉପକୃତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ,
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ
ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମହାମହିମ ରାଷ୍ଟ୍ରପତି ଏନଆଇଟି ଯାଇ ସେଠାରେ ୧୮ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କୁ ଦିକ୍ଷାନ୍ତ ଭାଷଣ ଦେଇ ନୀତି ନିୟମ ଭିତରେ ନିଜକୁ ପରିଚାଳିତ କରି ଏକ ସୁନ୍ଦର ମଣିଷ ହେବା ସହ ଦେଶର ଟେକ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫେରିଯିବ ‘ସୁନ୍ଦରୀ’

ଫେରିଯିବ ‘ସୁନ୍ଦରୀ’

Read More...

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଅନୁମତି : ଆଜି ଶୁଭଖୁଣ୍ଟି

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଅନୁମତି : ଆଜି ଶୁଭଖୁଣ୍ଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page