ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

May 23, 2019, ଓଡ଼ିଶା, , Anupambharat News Bureau


  ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି
Anupambharat News Bureau
May 23, 2019

ଭଦ୍ରକ,୨୨ା୫(ଅନୁପମ ମିଡିଆ): ସାରା ଦେଶରେ ୧୪ଟି ଟେବୁଲରେ ଭୋଟ୍‌ ଗଣତି ହେଉଥିବାବେଳେ ଓଡ଼ିଶା ପାଇଁ ୭ ଟି ଟେବୁଲ୍‌କୁ ଅନୁମତି ମିଳିଛି । ଭଦ୍ରକ ଜିଲା ପ୍ରଶାସନ ଅଧିକ ଟେବୁଲ ପାଇଁ ଅନୁମତି ମାଗିଥିଲେ ମଧ୍ୟ ନିର୍ବାଚନ କମିଶନର ଟେବୁଲ ସଂଖ୍ୟା ବଢାଇବାକୁ ଅନୁମତି ଦେଇନାହାଁନ୍ତି ।
ଭଦ୍ରକ କଲେଜରେ ଧାମନଗର, ଚାନ୍ଦବାଲି ଓ ବାସୁଦେବପୁର ଆସନର ଭୋଟ୍‌ ଗଣତି ହେବ । ଏହି ଗଣତି ପାଇଁ ପ୍ରଶାସନ ଅଧିକ ଟେବୁଲ ମାଗିଥିଲେ ମଧ୍ୟ କମିଶନର ଏହାକୁ ନା କରିଦେଇ ୭ଟି ଟେବୁଲ ପାଇଁ ଅନୁମତି ଦେଇଛନ୍ତି । ବିଧାନସଭା ପାଇଁ ୭ ଓ ଲୋକସଭା ପାଇଁ ୭ ସହ ଅବଜର୍ଭରଙ୍କ ଟେବୁଲ ୧, ପୋଷ୍ଟାଲ ବ୍ୟାଲଟ ପେପର ଗଣତି ପାଇଁ ୧ଟି ଟେବୁଲ, ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ୧ଟି ଟେବୁଲକୁ ମିଶାଇ ମୋଟ ୧୭ଟି ଟେବୁଲରେ ଗଣତି ପ୍ରକ୍ରିୟା ଭଦ୍ରକ କଲେଜରେ ଜାରି ରହିବ । କି;ୁ ନିର୍ବାଚନ କମିଶନର ଅନୁମତି ଦେଇଛନ୍ତି ଜିଲା ସଂସ୍କୃତି ଭବନରେ ଗଣାଯାଉଥିବା ପ୍ରକ୍ରିୟା ପାଇଁ ଅଧିକ ୩ଟି ଟେବୁଲ । ଏଠାରେ ଭଦ୍ରକ ଓ ଭଣ୍ଡାରିପୋଖରୀ ଆସନର ଗଣତି ହେବ । ୭ ବଦଳରେ ଜିଲା ସଂସ୍କୃତି ଭବନରେ ୧୦ଟି ଲେଖାଏଁ ଟେବୁଲ କରାଯିବାକୁ ଅନୁମତି ମିଳିଛି । ଯାହାକି ଏଠାରେ ବିଧାନସଭା ପାଇଁ ୧୦, ଲୋକସଭା ପାଇଁ ୧୦ ସହିତ ପୋଷ୍ଟାଲ, ରିଟର୍ଣ୍ଣିଂ ଅଫିସର ଓ ଅବଜର୍ଭରଙ୍କ ଟେବୁଲ୍‌କୁ ମିଶାଇ ମୋଟ ୨୩ଟି ଟେବୁଲ ଏଠାରେ କରାଯିବ । ମଇ ମାସ ୧୯ ତାରିଖରୁ ୨୨ ତାରିଖ ଅପରାହ୍ନ ଯାଏ ଭୋଟ ଗଣତି ପାଇଁ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ପ୍ରଶିକ୍ଷଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଭୋଟ ଗଣତିରେ ଏଥର ଗେଜେଟେଡ୍‌ ଅଫିସର, ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ଜିଲା ପ୍ରଶାସନର ସବୁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷରେ ୨୩ ତାରିଖ ସକାଳ ୬ଟା ପୂର୍ବରୁ ଭଦ୍ରକ କଲେଜରେ ବିଭିନ୍ନ ରାଜନୈତିକ ନେତାଙ୍କ ଏଜେଣ୍ଟମାନେ ପହଞ୍ଚିବାକୁ ସଜବାଜ ହେଲେଣି । ଖାତା କଲମ ଧରି ଦୁଇଦିନ ହେଲା ପ୍ରଶିକ୍ଷଣ ନେଉଛନ୍ତି କେମିତି ଭୋଟ ଗଣତି ବେଳେ ଇଭିଏମ୍‌ର ଗଣତିକୁ ଟିପେ ଛାଡିବେ ନାହିଁ । ଏଥର ଭୋଟ୍‌ ଗଣତି ପାଇଁ ୭ ଟି ଟେବୁଲ କରାଯାଇଛି । ସବୁ ନିର୍ବାଚନ ଗଣତିରେ ୧୨ଟି ଟେବୁଲ କରାଯାଏ । କି;ୁ ବାଲାଟ୍‌ ପେପର ପରିବର୍ତ୍ତେ ମେସିନ୍‌ରେ ନିର୍ବାଚନ ହୋଇଥିବାରୁ ଗଣତି ଟେବୁଲ ସଂଖ୍ୟା ୭ କୁ କମାଇ ଦେଇଛି ପ୍ରଶାସନ । ସକାଳ ୮ରୁ ଗଣତି ଆରମ୍ଭ ହୋଇ ଏହା ୩୬ ରାଉଣ୍ଡରେ ସରିବ ବୋଲି ଜଣାପଡିଛି । ବିଧାନସଭା ପାଇଁ ଓ ଲୋକସଭା ପାଇଁ ଅଲଗା ଅଲଗା ଗଣତି ଏଜେଣ୍ଟ ନେତାମାନେ ସୁପାରିଶ କରିଛନ୍ତି । ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରୁ ବିଭିନ୍ନ ରାଜନୈତିକ ଦଳରୁ ୭୦ ରୁ ଅଧିକ ଗଣତି ଏଜେଣ୍ଟ ନିଯୁକ୍ତି ପାଇଛନ୍ତି । ଅନ୍ୟପକ୍ଷରେ ଆଜି ସକାଳେ ଭଦ୍ରକ ଜିଲାକୁ ନିୟୋଜିତ ହୋଇଥିବା ୫ ଜଣ ଅବଜର୍ଭର ଆସି ପହଞ୍ଚତ୍ୟିବା ପରେ ସେମାନେ ଜିଲାପାଳଙ୍କ ସହ ଇଭିଏମ୍‌ ମେସିନ୍‌ ରହିଥିବା ଷ୍ଟ୍ରଙ୍ଗରୁମ୍‌କୁ ବୁଲି ଦେଖିଛନ୍ତି । ଷ୍ଟ୍ରଙ୍ଗରୁମ୍‌ ଦେଖିବା ସହ ସୁରକ୍ଷା ବ୍ୟବସ୍ଥା ଓ ଗଣତିର ବ୍ୟବସ୍ଥା କେମିତି ହୋଇଛି, ତାର ପରୀକ୍ଷା ନିରୀକ୍ଷା କରିଛନ୍ତି । ଏଥର ନୂଆକରି ଭିଭିପାଟ ଗଣତି ବ୍ୟବସ୍ଥା କରାଯାଇଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌ର ଇଭିଏମ୍‌ ମେସିନ୍‌ର ଭିଭିପାଟ ଗଣାଯିବ । କିଏ କେତେ ଭୋଟ ପାଇଛନ୍ତି, ପ୍ରଥମେ କାଉଣ୍ଟିଂ ପରେ ତାହାର ସତ୍ୟତା ଲାଗି ଭିଭିପାଟରେ ଯାଞ୍ଚ କରାଯିବ । ଏହି ୫ ଟି ଇଭିଏମ୍‌କୁ ଲଟେରୀ ମାଧ୍ୟମରେ ଚୟନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନ ମଜୁରିଆଙ୍କ ପେଟରେ ଲାତ

ଦିନ ମଜୁରିଆଙ୍କ ପେଟରେ ଲାତ

Read More...

ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page