ଦିନ ମଜୁରିଆଙ୍କ ପେଟରେ ଲାତ

May 23, 2019, ଓଡ଼ିଶା, , Anupambharat News Bureau


ଦିନ ମଜୁରିଆଙ୍କ ପେଟରେ ଲାତ
Anupambharat News Bureau
May 23, 2019

ଭଦ୍ରକ,୨୨ା୫(ଅନୁପମ ମିଡିଆ): ଗତ ଡିସମ୍ବେର ମାସରେ ବନ୍ତ ସହର ମହକୁମାରେ ଅବସ୍ଥିତ ସରକାରୀ ଚାଉଳ ଗୋଦାମରେ ଘୋଟାଲା ହେବା ପରେ ଗୋଦାମ ବନ୍ଦ ରହିଛି । ଫଳରେ ଉକ୍ତ ଗୋଦାମରେ କାର୍ଯ୍ୟ କରି ପରିବାର ଚଳାଉଥିବା ବହୁ ଶ୍ରମିକ ନିଜର ଜୀବିକା ହରାଇଛନ୍ତି । ବନ୍ତ ତହସିଲ ରୋଡ୍‌ରେ ସରକାରୀ ଚାଉଳ ଗୋଦାମ ରହିଥିବାବେଳେ ଏହି ଗୋଦାମରୁ ସମଗ୍ର ବନ୍ତ ବ୍ଲକ୍‌କୁ ଚାଉଳ ଓ ଗହମ ଯୋଗାଣ ହୋଇଆସୁଥିଲା । ଏହି ଗୋଦାମରେ ଜଣେ ପିଆଇଙ୍କ ସମେତ ଡାଟା ଏଣ୍ଟ୍ରି ଅପରେଟର, ସୁଇପର ଓ ସିକୁ୍ୟରିଟି ଗାର୍ଡ କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରୁ ପିଆଇ ସ୍ଥାୟୀ କର୍ମଚାରୀ ହୋଇଥିବାବେଳେ ଅନ୍ୟମାନେ ଚୁକ୍ତିଭିତ୍ତିକ କର୍ମଚାରୀ ଥିଲେ । ଏଥିସହ ଏହି ଗୋଦାମରେ ଦୈନନ୍ଦିନ ୭ ରୁ ୮ ଜଣ ଶ୍ରମିକ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ଏ ପରିପ୍ରେକ୍ଷୀରେ ଗତ ଡିସେମ୍ବର ମାସରେ ଉକ୍ତ ଗୋଦାମରେ ବଡ ଧରଣର ଘୋଟାଲା ହୋଇଥିଲା । ଏହି ଗୋଦାମରୁ ୧୪ ଶହ ବସ୍ତା ଚାଉଳ ଗାଏବ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା ।
ଏଥିନେଇ ଜିଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ରାଜ୍ୟ ଟିମ୍‌ ପକ୍ଷରୁ ତଦନ୍ତ କରାଯାଇଥିଲା । ପରେ ରାଜ୍ୟ ଟିମ୍‌ର ସୁପାରିଶ କ୍ରମେ ଉକ୍ତ ଗୋଦାମରେ କାର୍ଯ୍ୟରତ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବନ କରାଯାଇଥିଲା । ସେହିଦିନ ଠାରୁ ଏହି ଗୋଦାମରେ ତାଲା ପଡିବା ସହ ଧାମନଗର ଗୋଦାମରୁ ବନ୍ତ ବ୍ଲକ୍‌କୁ ଚାଉଳ ଯୋଗାଣ ଚାଲିଛି । ମାତ୍ର ଉକ୍ତ ଗୋଦାମରେ କାର୍ଯ୍ୟରତ ଶ୍ରମିକ ମାନେ ଏବେ ଜୀବିକା ହରାଇ ହନ୍ତସନ୍ତ ହେଉଛନ୍ତି । ଏ ସଂପର୍କରେ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ପଚରାଯିବାରୁ ସେମାନେ କହନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗୋଦାମକୁ ବନ୍ଦ କରିବା ନେଇ ଚିଠି ହୋଇଛି । ଅପରପକ୍ଷେ ଏହି ଗୋଦାମରେ ବହୁ ଦୁର୍ନୀତି ଥିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି । ଉକ୍ତ ଗୋଦାମ ବାହାରକୁ ବନ୍ଦ ହୋଇଥିବାବେଳେ ଭିତିରିଆ ଭାବେ କାର୍ଯ୍ୟ କରାଯାଉଛି ବୋଲି କୁହାଯାଉଛି । ତେବେ ଏହି ଗୋଦାମର ଦୁର୍ନୀତି ପଦାରେ ପଡିଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଦେଖିବାକୁ ବାକି ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

Read More...

  ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page