ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର

April 10, 2021, ଓଡ଼ିଶା, , Anupambharat News Bureau


ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର
Anupambharat News Bureau
April 10, 2021


କଟକ, (ଅନୁପମ ମିଡିଆ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ବେଳେ ପୋଲିସକୁ ଚକମା ଦେଖାଇ ଖସିଯାଇଛନ୍ତି। ସୂଚନାଯୋଗ୍ୟ, ୨୦୦୯ ହାଇଦର ଗ୍ୟାଙ୍ଗଷ୍ଟର ସୁଲେମାନକୁ ହତ୍ୟା କରିଥିଲେ।ସେହିଦିନଠାରୁ ସେ ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲେ। ବୁର୍ଲା ମେଡିକାଲରୁ ରେଫର ହୋଇ ୧୨ ଦିନ ତଳେ ଏସ୍‌ସିବି ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କୁ ଜଗିବା ପାଇଁ ଜଣେ ସୁରକ୍ଷାକର୍ମୀ ନିୟୋଜିତ ଥିବା ବେଳେ ସେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଖସି ଯାଇଥିବା ସୂଚନା ମିଳିଛି।ହାଇଦରଙ୍କ ନାମରେ ଚୋରି, ଡକାୟତି, ରାହାଜାନି, ଟେଣ୍ଡର ଫିକ୍ସିଂ, ହତ୍ୟା ପରି ଅନେକ ଅପରାଧିକ ମାମଲା ରହିଛି।ରେ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଚର୍ଚ୍ଚାରେ ଏମାର ମଠ:  ମିଳିଲା ୪୭ ଖଣ୍ଡ ରୂପା ଇଟା

ପୁଣି ଚର୍ଚ୍ଚାରେ ଏମାର ମଠ: ମିଳିଲା ୪୭ ଖଣ୍ଡ ରୂପା ଇଟା

Read More...

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page