ପୁଣି ଚର୍ଚ୍ଚାରେ ଏମାର ମଠ: ମିଳିଲା ୪୭ ଖଣ୍ଡ ରୂପା ଇଟା

April 10, 2021, ଓଡ଼ିଶା, , Anupambharat News Bureau


ପୁଣି ଚର୍ଚ୍ଚାରେ ଏମାର ମଠ:  ମିଳିଲା ୪୭ ଖଣ୍ଡ ରୂପା ଇଟା
Anupambharat News Bureau
April 10, 2021


ପୁରୀ,୧୦ା୪(ଅନୁପମ ମିଡ଼ିଆ): ପୁରୀର ବହୁ ଚର୍ଚ୍ଚିତ ଏମାର ମଠ ପ୍ରସଙ୍ଗ ସଦାବେଳେ ଚର୍ଚ୍ଚାରେ ରହିଆସିଛି । ୨୦୧୧ ମସିହାରେ ମଠରୁ ୫୨୨ଖଣ୍ଡ ପ୍ରାୟ ୧୮ଟନ୍‌ ଓଜନର ରୂପା ଇଟା ଉଦ୍ଧାର କରାଯାଇଥିଲା । ମଠର ପୂର୍ବତନ ମହନ୍ତ ଗୋପାଳ ରାମାନୂଜ ଦାସ ମଠ ଭଙ୍ଗା ସମୟରେ ଓ ବର୍ତ୍ତମାନ ସୁଦ୍ଧା ମଠ ଛାଡିବାକୁ ରାଜି ହେଉନାହାଁନ୍ତି । ଗତକାଲିଠାରୁ ମାଜିଷ୍ଟ୍ରେଟ, ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଏଣ୍ଡାମେଣ୍ଟ ଇନ୍ସପେକଫର ଓ ମଠର ନୂତନ ମହନ୍ତ ମଠର ସମ୍ପତ୍ତି ତାଲିକା କରୁଛନ୍ତି । ମଠ ଭିତରେ ପୋଲିସ କବାଟ ଓ ସିନ୍ଧୁକ ଭାଙ୍ଗି ୪ନମ୍ବର କୋଠରୀରୁ ୪୭ଖଣ୍ଡ ରୂପା ଇଟା ଉଦ୍ଧାର କରିଛନ୍ତି । ପ୍ରତି ରୂପା ଇଟାର ଓଜନ ୩୨ରୁ ୩୫ କିଲୋ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ପ୍ରଥମେ ୮ଖଣ୍ଡ, ପରେ ୩୭ଖଣ୍ଡ ଓ ଶେଷରେ ୨ଖଣ୍ଡ ରୂପା ଇଟା ଉଦ୍ଧାର କରାଯାଇଥିଲା । ଏଠାରେ ସ୍ମରଣ ଯୋଗ୍ୟଯେ ୨୦୧୦ ମସିହାରେ ୪୭ ଖଣ୍ଡ ରୂପା ଇଟା ପୂର୍ବତନ ମହନ୍ତଙ୍କ ଜିମାରେ ଦିଆଯାଇଥିଲା । ଗତକାଲି ଓ ଆଜି ମଠର ବିଭିନ୍ନ କୋଠରୀରୁ ମୂଲ୍ୟବାନ ରୂପା ଅଳଙ୍କାର, ରୂପାର ଗଛଲତା ଓ ସିନ୍ଧୁକ ଠାବ କରାଯାଇଛି । ମଠର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟାୟନ କରାଯାଉଛି । ୨୦୧୮ ମସିହାରେ ଏମାର ମଠ ଭଙ୍ଗା ସମୟରେ ରହସ୍ୟମୟ ସୁଡଙ୍ଗ ଠାବ କରାଯାଇଥିଲା । ବର୍ତ୍ତମାନ ଦୁଇ ପ୍ଳାଟୁନ୍‌ ପୋଲିସ ଫୋର୍ସ ମଠ ଚାରିପଟ ଜଗି ରହିଛନ୍ତି । ପୂର୍ବତନ ମଠ ମହନ୍ତ କୌଣସି ସୂଚନା ଦେଉନଥିବା ବେଳେ ତାଙ୍କ ଆଇନଜୀବୀ ନୂଅ ମହନ୍ତ ଘୋଷଣା ପ୍ରକ୍ରିୟା ଠିକ୍‌ ହୋଇନାହିଁ ବୋଲି ମତ ଦେଇଥିଲେ । ଆସନ୍ତାକାଲି ପୁଣି ମଠ ଅନୁସନ୍ଧାନ କଲେ ଆହୁରି ମୂଲ୍ୟବାନ ସମ୍ପତ୍ତି ମଳିବାରେ ଆଶଙ୍କା ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଲୋକଙ୍କୁ ପ୍ରତିଶ୍ରୁତିର ହିସାବ ଦେବାକୁ ହେବ: ମୁଖ୍ୟମନ୍ତ୍ରୀ

  ଲୋକଙ୍କୁ ପ୍ରତିଶ୍ରୁତିର ହିସାବ ଦେବାକୁ ହେବ: ମୁଖ୍ୟମନ୍ତ୍ରୀ

Read More...

ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର

ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page