ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

May 23, 2019, ଓଡ଼ିଶା, , Anupambharat News Bureau


ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌
Anupambharat News Bureau
May 23, 2019

ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁର ସଦରଥାନାରେ ରୁଜୁ ଏକ ମାମଲାର ଅଭିଯୁକ୍ତ ମହମ୍ମଦ ଇମ୍ରାନ ଆଜି ଭୋର୍‌ରେ ବ୍ରହ୍ମପୁର ଟାଉନଥାନାରୁ ଫେରାର୍‌ ହୋଇଯାଇଥିବା ସୂଚନା ମିଳିଛି ।
ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଆଜି ଭୋର୍‌ ୪.୩୦ରେ ଏକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମହମ୍ମଦ ଇମ୍ରାନ ସମ୍ପୃକ୍ତ ଥିବା ସୂଚନା ପାଇ ତୁରନ୍ତ ଟାଉନଥାନା ଅଧିକାରୀଙ୍କୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସୂଚନା ଦିଆଯାଇଥିଲା । ଉକ୍ତ ସୂଚନାକ୍ରମେ ଟାଉନଥାନା ପୋଲସ୍‌ ତୁରନ୍ତ ଇମ୍ରାନଙ୍କୁ ଧରି ଟାଉନଥାନାରେ ଅଟକ ରଖିଥିଲେ । ତେବେ ଭୋର୍‌ ୫ ଟାବେଳେ ହଠାତ୍‌ ଇମ୍ରାନ ଥାନା କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଏନେଇ ବ୍ରହ୍ମପୁର ସିଟିି ଏସ୍‌ଡ଼ିପିଓ ବିଷ୍ଣì ପ୍ରସାଦ ପତି ସୂଚନା ଦେଇ କହିଛନ୍ତି ଯେ, ସଦରଥାନା ଅଞ୍ଚଳର ଏକ ଗଣ୍ଡଗୋଳ ମାମଲାରେ ଇମ୍ରାନଙ୍କୁ ଭୋର୍‌ ୪.୩୦ରେ ଅଣାଯାଇଥିବା ଏବଂ ଅତ୍ୟନ୍ତ ଗରମ ଯୋଗୁଁ ତାକୁ ହାଜତ ବାହାରେ ବସାଯାଇଥିବା ବେଳେ ଥାନା କର୍ତ୍ତବ୍ୟରତ କନେଷ୍ଟବଲଙ୍କ ଆଖିରେ ଧୂଳି ଦେଇ ସେ ଚମ୍ପଟ ମାରିବାରେ ସକ୍ଷମ ହୋଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ଏବଂ ଫେରାର୍‌ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

Read More...

ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ

ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page