କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

May 23, 2019, ଓଡ଼ିଶା, , Anupambharat News Bureau


କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼
Anupambharat News Bureau
May 23, 2019

ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ଏବଂ ତାଙ୍କ ସହଯୋଗୀ ସନ୍ତୋଷ ଜେନାଙ୍କୁ ବୁଧବାର ରାତି ପ୍ରାୟ ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍‌ ଛକ ନିକଟରେ କେତେକ ଦୁର୍ବୁତ୍ତ ଗୁଳିମାଡ଼ ସହ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଗୁରୁତର ମନୋଜଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଆରମ୍ଭ କରିଛି ।
ମିଳିଥିବା ସୂଚନାନୁଯାୟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ଓ ତାଙ୍କ ସହଯୋଗୀ ଅନୀଲ କୁମାର ସ୍ୱାଇଁ ଏକ ମହେନ୍ଦ୍ରା ଏକ୍ସୟୁଭି ୫୦୦ କାର୍‌ ନଂ.ଓଡି୦୨ଏଲ୍‌-୦୦୧୧ ଯୋଗେ ଭୁବନେଶ୍ୱର ଯାଇଥିଲେ । ସେଠାରେ କାର୍ଯ୍ୟ ଶେଷ କରି ରାତି ପ୍ରାୟ ୯ଟା ବେଳେ ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ଦେଇ ଆସିକା ଫେରୁଥିଲେ । ତେବେ ହଠାତ୍‌ ବାଇପାସ୍‌ ଛକ ବୁଲାଣୀରେ ପୂର୍ବ ପ୍ରସ୍ତୁତ ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିବା କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି କାର୍‌ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏପରିକି ଗୁଳିମାଡ଼ ବେଳେ ଡ୍ରାଇଭାର୍‌ କାର୍‌ଟିକୁ ଅଟକାଇବାବେଳେ ହଠାତ୍‌ ଦୁର୍ବୁତ୍ତମାନେ କଂଗ୍ରେସ ନେତା ମନୋଜ ଜେନାଙ୍କୁ ଆଖିବୁଜା ଖଣ୍ଡାରେ ଆକ୍ରମଣ କରିଥିଲେ । ସେହିପରି ତାଙ୍କ ସହ ଥିବା ସହଯୋଗୀ ସନ୍ତୋଷ ଜେନାଙ୍କୁ ଗୁଳିମାଡ଼ରେ ଆଘାତ ଲାଗିଥିବା କୁହାଯାଇଛି । ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ମନୋଜ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ପଠାଯାଇଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷେ ଏହି ଘଟଣାର କିଛି ସମୟ ପରେ ଗୋଳନ୍ଥରା ନିକଟରେ ଏକ ବାଇକ ଜଣେ ନାବାଳକୁ ଧMା ଦେଇଥିଲା । ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ସେଠାରୁ ଫେରାର ହୋଇଯାଇଥିଲା । ଏପରିକି ଘଟଣାସ୍ଥଳରୁ ପୋଲିସ ବାଇକ ସହ ଏକ ମାଉଜର ଜବତ କରିଛି । ତେବେ ମନୋଜଙ୍କୁ ଆକ୍ରମଣ ଘଟଣାରେ ଏହି ଘଟଣା ଲିଙ୍କ୍‌ ରହିଛି କି ନାହିଁ ପୋଲିସ ତଦନ୍ତ କରିଛି ।
ଆସନ୍ତାକାଲି ଭୋଟ ଗଣତି ରହିଛି । ଏଥିପୂର୍ବରୁ ହିଂସା ଆଶଙ୍କା କରି ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ସତର୍କ ରହିବାକୁ ଆଲର୍ଟ ଜାରି କରିଛି । ତେବେ ମନୋଜଙ୍କ ଉପରେ ଆକ୍ରମଣ ଏହାକୁ ସତ ପ୍ରମାଣିତ କରିବାରେ ଲାଗିଛି । ତେବେ ବ୍ୟବସାୟୀକ ଶତ୍ରୁତା ନା ରାଜନୈତିକ ବିବାଦରୁ ମନୋଜଙ୍କ ଉପରେ ଏହି ଆକ୍ରମଣ ହୋଇଛି ଜଣାପଡି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

Read More...

ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page