ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ଟିକା ଉପରୁ ଜିଏସଟି ଛାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ରୁ ୪୪ ବର୍ଷ ବର୍ଗ ପାଇଁ ରାଜ୍ୟ କିଣୁଥିବା କରୋନା ଟିକା ଉପରୁ ଜିଏସଟି ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଜିଏସଟି ହଟିଲେ ଟିକା ଶସ୍ତା ହେବ ଏବଂ ରାଜ୍ୟ ଉପରେ ଆର୍ଥିକ ବୋଝ କମିବ । ଏହାସହ କରୋନା ସ୍ଥିତିରେ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ତେଲ ଓ ମଦରୁ ପାଉଥିବା ସରଚାର୍ଜ ଭାଗ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।