କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

May 08, 2021, ଦେଶ, , Anupambharat News Bureau


କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ
Anupambharat News Bureau
May 08, 2021


ନୂଆଦିଲ୍ଲୀ: ଡରାଉଛି ମହାମାରୀ କରୋନା । ଶିଶୁଙ୍କ ପ୍ରତି ବିପଦ ବେଶୀ । ନୂଆ ଷ୍ଟ୍ରେନ ଶିଶୁଙ୍କୁ ଅଧିକ କରୁଛି ସଂକ୍ରମିତ । କରୋନା ସଂକ୍ରମଣର ପ୍ରଥମ ଲହରୀରେ ପ୍ରାପ୍ତ ବୟସ୍କ ଲୋକ ବେଶୀ ପ୍ରଭାବିତ ହୋଇଥିଲେ । ଛୋଟ ପିଲାମାନଙ୍କ ଦେହରେ ରୋଗ ପ୍ରତିରୋଧକ କ୍ଷମତା ଅଧିକ ରହୁଥିବାରୁ ସେମାନେ କରୋନା ଦ୍ୱାରା ଏତେ ସହଜରେ ପ୍ରଭାବିତ ହେବେ ନାହିଁ ବୋଲି ଗବେଷକମାନେ କହୁଥିଲେ ।
ହେଲେ କରୋନାର ଦ୍ୱିତୀୟ ଲହରୀରୁ ପିଲାମାନେ ବର୍ତ୍ତିପାରୁନାହାନ୍ତି । ଏବେ ଅଧିକ ସଂଖ୍ୟାରେ ପିଲା କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । କେବଳ ମହାରାଷ୍ଟ୍ରରେ ଗତ କିଛି ମାସ ଭିତରେ ୧.୪୭ ଲକ୍ଷ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରୁ ୭୫,୦୦୦ ପିଲା କେବଳ ଗତ ଦୁଇ ମାସ ଭିତରେ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।
ମାର୍ଚ୍ଚ ଓ ଏପ୍ରିଲରେ ପିଲାମାନେ କରୋନା ଦ୍ୱାରା ସଂକ୍ରମିତ ହେବାର ଅଧିକ ମାମଲା ସାମ୍ନାକୁ ଆସୁଛି । ଏବେ ପ୍ରତିଦିନ ୫୦୦ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ୧୧ରୁ ୨୦ ବର୍ଷ ଭିତରେ ୩.୩୩ ଲକ୍ଷ ପିଲା ସଂକ୍ରମିତ ହୋଇସାରିଛନ୍ତି । ମୁମ୍ବାଇ ସହରରେ ବି ପିଲାମାନେ କରୋନା ସଂକ୍ରମିତ ହେବା ଘଟଣା ଅହେତୁକ ଭାବେ ବୃଦ୍ଧି ପାଉଛି । ଗତ ବର୍ଷ ମୁମ୍ବାଇରେ ୦ରୁ ୧୦ ବର୍ଷ ଭିତରେ ୧୧,୦୮୦ ଜଣ ପିଲା ସଂକ୍ରମିତ ହୋଇଥିଲେ । ସେମାନଙ୍କ ଭିତରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏବର୍ଷ ସଂକ୍ରମିତ ପିଲାଙ୍କର ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି ।
ଯେଉଁ ପିଲାମାନେ କରୋନା ଯୋଗୁ ପ୍ରାଣ ହରାଇଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ନିମୋନିଆରେ ବି ଆକ୍ରାନ୍ତ ଥିଲେଛ ବୃହଣ ମୁମ୍ବାଇ ମହାନଗର ନିଗମ ତରଫରୁ କୁହାଯାଇଛି କି ଗତ ବର୍ଷ ତୁଳନାରେ ଏବର୍ଷ ପିଲାମାନେ ଅଧିକ ମାତ୍ରାରେ ବାହାରେ ଖେଳୁଛନ୍ତି ଏବଂ ବିଚରଣ କରୁଛନ୍ତି । ସେଥିପାଇଁ ସେମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି କି ପରିବାରର ବଡ଼ ଲୋକଙ୍କ ଭୁଲ ଯୋଗୁ ଛୋଟ ପିଲାମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି ।
ରାଜ୍ୟ ସର୍ଭେଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ପ୍ରଦୀପ ଆବଟେଙ୍କ କହିବାନୁଯାୟୀ ଲକ୍‌ଡାଉନ୍‌ ସମୟରେ ପିତାମାତା କିମ୍ବା ଅଭିଭାବକ ପିଲାମାନଙ୍କୁ ବାହାରକୁ ଛାଡୁଥିବାରୁ ସେମାନେ କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ତେବେ ପିଲାମାନେ ଶୀଘ୍ର ସୁସ୍ଥ ହେଉଥିବା ସେ କହିଛନ୍ତି । ସେହିଭଳି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅଧିକ ସଂଖ୍ୟକ ପିଲା ସଂକ୍ରମିତ ହୋଇଛନ୍ତି ।
କି;ୁ ଏଥିରେ ସେମାନଙ୍କୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ପଡ଼ିନାହିଁ । କେଇଏମ୍‌ ହସ୍ପିଟାଲର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମୁକେଶ ଅଗ୍ରୱାଲଙ୍କ କହିବାନୁଯାୟୀ ଶିଶୁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଅଧିକ ରହିଛି । ସଂକ୍ରମିତ ହେବା ପରେ ଜଣେ ପିଲାଙ୍କ ଠାରେ ଥଣ୍ଡା ଜ୍ୱର ଭଳି ସାଧାରଣ ଲକ୍ଷଣ ପ୍ରକାଶ ପାଇଥାଏ । ମାତ୍ର ୩-୪ ଦିନ ଭିତରେ ସେମାନେ ସୁସ୍ଥ ହୋଇଯାଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଣିରେ ଭୟଙ୍କର ବିସ୍ପୋରଣ,  ୧୦ ମୃତ, ୧୦ ଆହତ

ଖଣିରେ ଭୟଙ୍କର ବିସ୍ପୋରଣ, ୧୦ ମୃତ, ୧୦ ଆହତ

Read More...

ଟିକା ଉପରୁ ଜିଏସଟି ଛାଡ କରାଯାଉ  : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଟିକା ଉପରୁ ଜିଏସଟି ଛାଡ କରାଯାଉ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page