ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଭାରତର କୃଷକଙ୍କୁ ଅଷ୍ଟମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଜାରି କରିଛି କେନ୍ଦ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକଙ୍କୁ ଖାସ ଅପିଲ ମଧ୍ୟ କରିଛନ୍ତି । କରୋନା ସମୟରେ ସାଧାରଣ ଥଣ୍ଡା ଏବଂ ଜ୍ୱର ଭଳି ଲକ୍ଷଣକୁ ଅଣଦେଖା କର;ୁ ନାହିଁ । ଏମିତି କିଛି ଲକ୍ଷଣ ଦେଖା ଦେଲେ ନିଜକୁ ଆଇସୋଲେଟ୍ କରିବା ସହ ଶୀଘ୍ର ଚିକିତ୍ସା ଆରମ୍ଭ କରିଦିଅ;ୁ ବୋଲି ମୋଦୀ କହିଛନ୍ତି । ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ କୃଷକମାନଙ୍କୁ ସଜାଗ ରହିବାକୁ ମଧ୍ୟ ସେ ଅପିଲ କରିଛନ୍ତି । ମୋଦୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ କରୋନାର ଦ୍ୱିତୀୟ ଲହର ସହ ମୁକାବିଲା କରିବାକୁ ସରକାର ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି । ନୂଆ ହସ୍ପିଟାଲ ସମେତ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରାଯାଉଛି । ରାଜ୍ୟରେ ଔଷଧ, ଚିକିତ୍ସା ସମ୍ବନ୍ଧୀୟ ଉପକରଣର କଳାବଜାରୀ ରୋକିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅପିଲ କରାଯାଇଛି । ସେ କହିଛନ୍ତି, ‘ମୁଁ ଆପଣମାନଙ୍କୁ ସଚେତନ କରିବାକୁ ଚାହୁଁଛି । ଗାଁରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି । ସରକାରଙ୍କ ପକ୍ଷରୁ ଏହାକୁ ରୋକିବାକୁ ଚେଷ୍ଟା ଚାଲିଛି । ମହାମାରୀକୁ ନେଇ ଗ୍ରାମାଞ୍ଚଳରେ ସଚେତନତା କରାଇବା ସହ ପଞ୍ଚାୟତର ସହଯୋଗ ମାଧ୍ୟମରେ ଏଥିରୁ ରକ୍ଷା ମିଳିପାରିବଛ ନିୟମିତ ଏବଂ ଠିକ୍ ଢ଼ଙ୍ଗରେ ମାସ୍କ ପିନ୍ଧିବାକୁ ପଡ଼ିବ ।’ ଏହା ସହ ବିଶ୍ୱାସ ଅଛି ଦେଶ କରୋନା ବିରୋଧୀ ଲଢ଼େଇରେ ବିଜୟୀ ହେବ । କରୋନାକୁ ଅଦୃଶ୍ୟ ଏବଂ ବହୁରୂପୀର ଆଖ୍ୟା ଦେଇ ମୋଦୀ କହିଛନ୍ତି, ଏହାକୁ ଚେକ୍ ଦେବା ପାଇଁ ଆମକୁ ସମସ୍ତ ସ୍ତରରେ ସତର୍କ ରହିବାକୁ ହେବ । ପିଏମ ମୋଦୀ କହିଛନ୍ତି, ’୧୦୦ ବର୍ଷ ପରେ ଏଭଳି ମହାମାରୀ ବିଶ୍ୱର ପରୀକ୍ଷା ନେଉଛିଛ ଆମ ସାମ୍ନାରେ ଏକ ଅଦୃଶ୍ୟ ଶତ୍ରୁ ଛିଡ଼ା ହୋଇଛି, ଯିଏକି ଭିନ୍ନ ଭିନ୍ନ ରୂପରେ ଦେଖାଦେଉଛି । ଏହା ସହ ଲଢ଼େଇରେ ଆମେ ନିଜର ଲୋକଙ୍କୁ ହରାଇଛୁ ।’ ନିଜର ଲୋକଙ୍କୁ କରୋନାରେ ହରାଇଥିବା ଲୋକଙ୍କ ପାଇଁ ସହାନୁଭୂତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ଦୁଃଖରେ ଲୋକମାନେ ଅଛନ୍ତି ତାହାକୁ ମୁଁ ହୃଦୟଙ୍ଗମ କରିପାରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।